ଭେନେଜୁଏଲା ପରେ ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି ! ଗ୍ରୀନଲ୍ୟାଣ୍ଡକୁ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଯୋଜନା

Madhusudan Das Picture
Published On

ୱାସିଂଟନ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣିଥରେ ଗ୍ରୀନ୍‌‌ଲାଣ୍ଡକୁ ଅକ୍ତିଆର କରିବା ନେଇ କଥା ଉଠାଇଛନ୍ତି। ଗ୍ରୀନଲାଣ୍ଡ ଆମେରିକାର ସୁରକ୍ଷା ପାଇଁ ବେଶ୍‌‌ ମହତ୍ତ୍ୱପୂର୍ଣ୍ଣ ଓ ଏହି ଭୂଖଣ୍ଡକୁ ଅକ୍ତିଆର କରିବା ନିହାତି ଜରୁରୀ ବୋଲି ହ୍ୱାଇଟ୍‌‌ ହାଉସ୍‌‌ ମୁଖପାତ୍ର କାରୋଲିନ ଲେଭିଟ୍‌‌ କହିଛନ୍ତି। ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା ନେଇ ବିଭିନ୍ନ ଉପାୟ ସନ୍ଧାନ କରାଯାଉଛି। ଆର୍କିଟିକ କ୍ଷେତ୍ରରେ ରୁଷ ଓ ଚୀନ୍‌‌ ସୈନ୍ୟଙ୍କ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହାକୁ ରୋକିବାର ଆବଶ୍ୟକତା ଉପୁଜିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ମଧ୍ୟ ଏକାଧିକ ବାର ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା କଥା ଖୋଲାଖୋଲି କହିସାରିଛନ୍ତି। ଟ୍ରମ୍ପ ସୋମବାର କହିଥିଲେ ଯେ, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରୀନଲାଣ୍ଡ ବହୁତ ଜରୁରୀ। ଗ୍ରୀନ୍‌‌ଲାଣ୍ଡରେ ରୁଷି ଓ ଚୀନ୍‌‌ ସୈନିକଙ୍କ ଉପସ୍ଥିତି ଚିନ୍ତା ସୃଷ୍ଟି କରିଛି। ଆଗାମୀ ୨୦ ଦିନ ମଧ୍ୟରେ ସେ ଗ୍ରୀନ୍‌‌ଲାଣ୍ଡ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ଉଲ୍ଲେଖଥାଉ କି, ଗ୍ରୀନ୍‌‌ଲାଣ୍ଡ ହେଉଛି ସ୍କାଣ୍ଡିନାଭିଆନ ଦେଶ ଡେନ୍‌‌ମାର୍କରେ ଏକ ସ୍ୱୟଂ ଶାସିତ ଅଞ୍ଚଳ ଓ ଏହା ମଧ୍ୟ ସାମାରିକ ମେଣ୍ଟର ନାଟୋର ଏକ ଅଂଶ ବିଶେଷ। ଗ୍ରୀନଲାଣ୍ଡରେ ଡେନମାର୍କର ୨୦୦ ସୈନ ମୁତୟନ ଅଛନ୍ତି। 

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଅକ୍ତିଆର କରିବାର ଇଛା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ୟୁରୋପୀୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବା ବେଳେ ଟ୍ରମ୍ପ ପ୍ରଶାସନ ଏହି ଦ୍ୱୀପକୁ ଆମେରିକାର ପ୍ରତିରକ୍ଷା କବଚ ଭାବେ ଗଢ଼ିବାକୁ ଯୋଜନା କରୁଛି । ଟ୍ରମ୍ପ ଗ୍ରୀନଲ୍ୟାଣ୍ଡରେ ଆମେରିକାର ସାମରିକ ଉପସ୍ଥିତିକୁ ବହୁଗୁଣିତ କରିବାକୁ ଚାହୁଁଛନ୍ତି । ଏଠାରେ ନୂତନ ଏୟାରବେସ୍ ଏବଂ ନୌସେନା ବନ୍ଦର ନିର୍ମାଣ କରି ଆର୍କଟିକ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ । ଆର୍କଟିକ ଅଞ୍ଚଳରେ ରୁଷର ବଢ଼ୁଥିବା ସାମରିକ ଶକ୍ତି ଏବଂ ଚୀନ୍ ର “ପୋଲାର ସିଲ୍କ ରୋଡ୍ ” ଯୋଜନାକୁ ରୋକିବା ପାଇଁ ଗ୍ରୀନଲ୍ୟାଣ୍ଡକୁ ଏକ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଆମେରିକା ଯୋଜନା କରିଛି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଗ୍ରୀନଲ୍ୟାଣ୍ଡରେ ଥିବା ଆମେରିକାର ‘ଥୁଲେ ଏୟାର ବେସ୍ ‘ (Thule Air Base) ର ଆଧୁନିକୀକରଣ କରି ସେଠାରେ ଶକ୍ତିଶାଳୀ ରାଡାର ଏବଂ ମିସାଇଲ୍ ଇଣ୍ଟରସେପ୍ଟର ଲଗାଇବାକୁ ଟ୍ରମ୍ପ ଚାହୁଁଛନ୍ତି । ଯାହା ଦ୍ୱାରା ଉତ୍ତର ଗୋଲାର୍ଦ୍ଧରୁ ଆସୁଥିବା ଯେକୌଣସି ଆକ୍ରମଣକୁ ରୋକାଯାଇପାରିବ । ବରଫ ତରଳିବା ଯୋଗୁଁ ଆର୍କଟିକରେ ସୃଷ୍ଟି ହେଉଥିବା ନୂଆ ବାଣିଜ୍ୟିକ ଜଳପଥ ଉପରେ ସାମରିକ ନିୟନ୍ତ୍ରଣ ରଖିବାକୁ ଟ୍ରମ୍ପ ଏହି ଦ୍ୱୀପକୁ ନିଜ ଅଧୀନକୁ ଆଣିବାକୁ ଜିଦ୍ ଧରିଛନ୍ତି । 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଗ୍ରୀନ୍‌‌ଲାଣ୍ଡକୁ ଅକ୍ତିଆର କରିବାକୁ ଆମେରିକା ସାମରିକ ପଦକ୍ଷେପ ନେବ ବୋଲି ଆଲୋଚନା ହେଉଥିବା ବେଳେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କେ ରୁବିଆ ଭିନ୍ନ କଥା କହିଛନ୍ତି। ଆମେରିକା ଗ୍ରୀନ୍‌‌ଲାଣ୍ଡ ଉପରେ ଆକ୍ରମଣ କରିବନାହିଁ। ବରଂ ଆମେରିକା ଏହାକୁ ଡେନମାର୍କଠାରୁ କ୍ରୟ କରିବ। ତେବେ ଏନେଇ ବିଭିନ୍ନ ବିକଳ୍ପର ସନ୍ଧାନ କରାଯାଉଛି। ଆମେରିକା ସରକାର ଚାହୁଁଛନ୍ତି ଗ୍ରୀନ୍‌‌ଲାଣ୍ଡ ତା’ର ଏକ ଅଂଶ ହେଉ ଓ ଭବିଷ୍ୟତରେ ଗ୍ରୀନ୍‌‌ଲାଣ୍ଡ ନେଇ ଆମେରିକା ସହ କାହାର ସଂଘର୍ଷ ନ ହେଉ ବୋଲି ସେ କହିଛନ୍ତି। ଗ୍ରୀନ୍‌‌ଲାଣ୍ଡର ନିଜର ସେନା ନାହିଁ। ଏଠାରେ ଆମେରିକାର ଓ ଡେନମାର୍କର ସୈନ ମୁତୟନ ଅଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର