ତାଲିବାନୀକୁ ବଳ ଯୋଗାଉଛି ପାକିସ୍ତାନ, ଆଫଗାନିସ୍ତାନର ପ୍ରକୃତ ବନ୍ଧୁ ଭାରତ- ପପ୍ ଷ୍ଟାର ଆରୟାନା ସୟିଦ

The Sakala Picture
Published On

କାବୁଲ: ଆଫଗାନିସ୍ତାନରୁ ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ। ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ। ଆରୟାନା କହିଛନ୍ତି, ତାଲିବାନୀଙ୍କୁ ଶକ୍ତିଶାଳୀ କରିବା ପଛରେ ପାକିସ୍ତାନର ହାତ ଅଛି। ଆରୟାନା ଏବେ କାବୁଲ ବାହାରେ ଅଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ଆଫଗାନ ସରକାର ଯେତେବେଳେ କୌଣସି ଆତଙ୍କବାଦୀଙ୍କୁ ଧରିଛନ୍ତି ସେମାନଙ୍କ ଲିଙ୍କ ପାକିସ୍ତାନ ସହ ଥିବା ସାମ୍ନାକୁ […]

କାବୁଲ: ଆଫଗାନିସ୍ତାନରୁ ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ। ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ। ଆରୟାନା କହିଛନ୍ତି, ତାଲିବାନୀଙ୍କୁ ଶକ୍ତିଶାଳୀ କରିବା ପଛରେ ପାକିସ୍ତାନର ହାତ ଅଛି।

ଆହୁରି ପଢ଼ନ୍ତୁ: ହାଏତିର ଐତିହାସିକ ଲା ଫେରିଏରେ ଦୁର୍ଗରେ ଭୟାବହ ଦଳାଚକଟା, ୩୦ ଜଣଙ୍କ ମୃତ୍ୟୁ

ଆରୟାନା ଏବେ କାବୁଲ ବାହାରେ ଅଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ଆଫଗାନ ସରକାର ଯେତେବେଳେ କୌଣସି ଆତଙ୍କବାଦୀଙ୍କୁ ଧରିଛନ୍ତି ସେମାନଙ୍କ ଲିଙ୍କ ପାକିସ୍ତାନ ସହ ଥିବା ସାମ୍ନାକୁ ଆସିଛି। ତାଲିବାନୀ ଆତଙ୍କୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଆଫଗାନିସ୍ତାନ ସ୍ଥିତିରେ ସୁଧାର ପାଇଁ ବିଶ୍ୱ ସମୁଦାୟ ସହଯୋଗ କରିବାକୁ ସେ ଅପିଲ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅମରନାଥ ଯାତ୍ରା ୨୦୨୬: ଜୁଲାଇ ୩ରୁ ଆରମ୍ଭ ହେବ ପବିତ୍ର ଯାତ୍ରା, ଏପ୍ରିଲ ୧୫ରୁ ପଞ୍ଜୀକରଣ

ଆରୟାନା କହିଛନ୍ତି, ସେ ଏବେ ଦେଶ ବାହାରେ ଅଛନ୍ତି। କିନ୍ତୁ ଦେଶବାସୀଙ୍କ ପାଇଁ ସେ ସ୍ୱର ଉଠାଇବେ। ରାଷ୍ଟ୍ରପତି ଅଶ୍ରଫ ଘନି ଯେଭଳି ଦେଶ ଛାଡ଼ି ପଳାଇଲା ତାହା ଦୁର୍ଭାଗ୍ୟଜନକ। ସେ ସମସ୍ତଙ୍କୁ ଧୋକା ଦେଇଛନ୍ତି। ଜଣେ ନେତା ବିନା ଦେଶବାସୀ କେମିତି ଲଢ଼ିବେ ବୋଲି ଅଶ୍ରଫ ଘନିଙ୍କୁ ପ୍ରଶ୍ନ କରିଛନ୍ତି ଆରୟାନା। ତେବେ ଭାରତକୁ ସେ ପ୍ରଶଂସା କରିଛନ୍ତ । ଆରୟାନା ସୟିଦ କହିଛନ୍ତି, ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ ଓ ସମର୍ଥନର ହାତ ବଢ଼ାଇ ଆସିଛି। ଭାରତ ସରକାରଙ୍କ କାର୍ଯ୍ଯକୁ ସେ ପ୍ରଶଂସା କରିବା ସହିତ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।

24 Aug 2021 By The Sakala

ତାଲିବାନୀକୁ ବଳ ଯୋଗାଉଛି ପାକିସ୍ତାନ, ଆଫଗାନିସ୍ତାନର ପ୍ରକୃତ ବନ୍ଧୁ ଭାରତ- ପପ୍ ଷ୍ଟାର ଆରୟାନା ସୟିଦ

କାବୁଲ: ଆଫଗାନିସ୍ତାନରୁ ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ। ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ। ଆରୟାନା କହିଛନ୍ତି, ତାଲିବାନୀଙ୍କୁ ଶକ୍ତିଶାଳୀ କରିବା ପଛରେ ପାକିସ୍ତାନର ହାତ ଅଛି।

ଆରୟାନା ଏବେ କାବୁଲ ବାହାରେ ଅଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ଆଫଗାନ ସରକାର ଯେତେବେଳେ କୌଣସି ଆତଙ୍କବାଦୀଙ୍କୁ ଧରିଛନ୍ତି ସେମାନଙ୍କ ଲିଙ୍କ ପାକିସ୍ତାନ ସହ ଥିବା ସାମ୍ନାକୁ ଆସିଛି। ତାଲିବାନୀ ଆତଙ୍କୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଆଫଗାନିସ୍ତାନ ସ୍ଥିତିରେ ସୁଧାର ପାଇଁ ବିଶ୍ୱ ସମୁଦାୟ ସହଯୋଗ କରିବାକୁ ସେ ଅପିଲ୍ କରିଛନ୍ତି ।

ଆରୟାନା କହିଛନ୍ତି, ସେ ଏବେ ଦେଶ ବାହାରେ ଅଛନ୍ତି। କିନ୍ତୁ ଦେଶବାସୀଙ୍କ ପାଇଁ ସେ ସ୍ୱର ଉଠାଇବେ। ରାଷ୍ଟ୍ରପତି ଅଶ୍ରଫ ଘନି ଯେଭଳି ଦେଶ ଛାଡ଼ି ପଳାଇଲା ତାହା ଦୁର୍ଭାଗ୍ୟଜନକ। ସେ ସମସ୍ତଙ୍କୁ ଧୋକା ଦେଇଛନ୍ତି। ଜଣେ ନେତା ବିନା ଦେଶବାସୀ କେମିତି ଲଢ଼ିବେ ବୋଲି ଅଶ୍ରଫ ଘନିଙ୍କୁ ପ୍ରଶ୍ନ କରିଛନ୍ତି ଆରୟାନା। ତେବେ ଭାରତକୁ ସେ ପ୍ରଶଂସା କରିଛନ୍ତ । ଆରୟାନା ସୟିଦ କହିଛନ୍ତି, ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ ଓ ସମର୍ଥନର ହାତ ବଢ଼ାଇ ଆସିଛି। ଭାରତ ସରକାରଙ୍କ କାର୍ଯ୍ଯକୁ ସେ ପ୍ରଶଂସା କରିବା ସହିତ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର