ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘାଟିରୁ ତଳକୁ ଖସିଲା ବସ୍‌, ୮ ମୃତ

Madhusudan Das Picture
Published On

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ପାହାଡ଼ିଆ ରାସ୍ତାରୁ ନିୟନ୍ତ୍ରଣ ହରାଇ ଗଭୀର ଖାତକୁ ଖସି ପଡ଼ିବା ଫଳରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି କୁପଭିରୁ ଶିମଲା ଅଭିମୁଖେ ଯାଉଥିଲା। ହରିପୁରଧାର ଅଞ୍ଚଳର ଏକ ସଙ୍କୀର୍ଣ୍ଣ ରାସ୍ତାରେ ଯାଉଥିବା ସମୟରେ ବସ୍‌ଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଗଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ପାହାଡ଼ରୁ ଖସିବା ପରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଭାରତୀୟ ଷ୍ଟାଇଲରେ ରାସ୍ତା ପାର ହେଲେ ରୁଷୀୟ ଯୁବତୀ, ଭାଇରାଲ ହେଲା ଭିଡିଓ

ସିରମୌରର ପୋଲିସ ଅଧୀକ୍ଷକ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରୁଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp