ଗୁପ୍‌ଚୁପ୍ ଖାଇ ୪୭ ଶିଶୁଙ୍କ ସମେତ ୭୧ ଅସୁସ୍ଥ

The Sakala Picture
Published On

ରାୟପୁର : ଛତିଶଗଡ଼ର ରାଜନାନ୍ଦଗ୍ରାମ ଜିଲ୍ଲା ଗାତାପାର କଲା ବଜାରରେ ଗ୍ରୁପଚୁପ୍ ଏବଂ ଭେଲପୁରି ଖାଇ ୭୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୭ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଜିଲ୍ଲାପାଳ ତାରଣ ପ୍ରକାଶ ସିହ୍ନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିଥିଲେସ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ହସ୍ପିଟାଲରେ […]

ରାୟପୁର : ଛତିଶଗଡ଼ର ରାଜନାନ୍ଦଗ୍ରାମ ଜିଲ୍ଲା ଗାତାପାର କଲା ବଜାରରେ ଗ୍ରୁପଚୁପ୍ ଏବଂ ଭେଲପୁରି ଖାଇ ୭୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୭ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଜିଲ୍ଲାପାଳ ତାରଣ ପ୍ରକାଶ ସିହ୍ନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିଥିଲେସ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗାତାପାର କଲାରେ ମଙ୍ଗଳବାର ସାପ୍ତାହିକ ହାଟ ଥିଲା ।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

ହାଟରେ ଥିବା ଏକ ଠେଲା ଦୋକାନରୁ କିଛି ଶିଶୁ ଏବଂ ବୟସ୍କ ଗୁପଚୁପ, ଭେଲ୍ ପୁରୀ ଆଦି ଖାଇଥିଲେ। କିନ୍ତୁ ଘରକୁ ଫେରିବା ପରେ କିଛି ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏହା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଭୟରେ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲ ନେଇଯାଇଥିଲେ । ଜିଲ୍ଲାପାଳ ସ୍ବାସ୍ଥ୍ୟ କର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସଂପୃକ୍ତ ଗାଁରେ କ୍ୟାମ୍ପ କରି ରହିଥିବା ଜଣାପଡ଼ିଛି । ଏହା ସହ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଚୁକ୍ତି ବିଫଳ ହେଲେ ଆରମ୍ଭ ହେବ ‘ସୁଟିଂ’: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ

21 Oct 2021 By The Sakala

ଗୁପ୍‌ଚୁପ୍ ଖାଇ ୪୭ ଶିଶୁଙ୍କ ସମେତ ୭୧ ଅସୁସ୍ଥ

ରାୟପୁର : ଛତିଶଗଡ଼ର ରାଜନାନ୍ଦଗ୍ରାମ ଜିଲ୍ଲା ଗାତାପାର କଲା ବଜାରରେ ଗ୍ରୁପଚୁପ୍ ଏବଂ ଭେଲପୁରି ଖାଇ ୭୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୭ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଜିଲ୍ଲାପାଳ ତାରଣ ପ୍ରକାଶ ସିହ୍ନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିଥିଲେସ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗାତାପାର କଲାରେ ମଙ୍ଗଳବାର ସାପ୍ତାହିକ ହାଟ ଥିଲା ।

ହାଟରେ ଥିବା ଏକ ଠେଲା ଦୋକାନରୁ କିଛି ଶିଶୁ ଏବଂ ବୟସ୍କ ଗୁପଚୁପ, ଭେଲ୍ ପୁରୀ ଆଦି ଖାଇଥିଲେ। କିନ୍ତୁ ଘରକୁ ଫେରିବା ପରେ କିଛି ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏହା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଭୟରେ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲ ନେଇଯାଇଥିଲେ । ଜିଲ୍ଲାପାଳ ସ୍ବାସ୍ଥ୍ୟ କର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସଂପୃକ୍ତ ଗାଁରେ କ୍ୟାମ୍ପ କରି ରହିଥିବା ଜଣାପଡ଼ିଛି । ଏହା ସହ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର