ପୁଅକୁ ଧରି ବୁଲୁଥିବା ବେଳେ ଖସିଗଲା ଗୋଡ଼, ୨୧ତମ ମହଲାରୁ ପଡ଼ି ୭ ମାସ ଶିଶୁର ମୃତ୍ୟୁ

The Sakala Picture
Published On

ମୁମ୍ବାଇ: ଭିରାରର ପଶ୍ଚିମର ଜୟ ଭିଲା କମ୍ପ୍ଲେକ୍ସର ପିନେକଲ୍ ସୋସାଇଟିରୁ ଏକ ହୃଦୟବିଦାରକ ଘଟଣା ଘଟିଛି। ୨୧ତମ ମହଲାରୁ ପଡ଼ି ଜଣେ ସାତ ମାସର ଶିଶୁର ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପିନେକଲ୍ ସୋସାଇଟିର ୨୧ତମ ମହଲାରେ ଭିକି ସେଡାନି ଏବଂ ପୂଜା ସେଡାନି ନାମକ ଦମ୍ପତି ବସବାସ କରୁଥିଲେ। ଦୁହେଁ ଗତ ସାତମାସ ପୂର୍ବେ ଏକ ପୁତ୍ର ସନ୍ତାନର ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲେ। ତେବେ ଗତ ବୁଧବାର ରାତିରେ ପୁଅ […]

ମୁମ୍ବାଇ: ଭିରାରର ପଶ୍ଚିମର ଜୟ ଭିଲା କମ୍ପ୍ଲେକ୍ସର ପିନେକଲ୍ ସୋସାଇଟିରୁ ଏକ ହୃଦୟବିଦାରକ ଘଟଣା ଘଟିଛି। ୨୧ତମ ମହଲାରୁ ପଡ଼ି ଜଣେ ସାତ ମାସର ଶିଶୁର ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଉତ୍ତର କୋରିଆର ପୁଣି ଶକ୍ତି ପ୍ରଦର୍ଶନ: ସମୁଦ୍ରକୁ କ୍ଷେପଣାସ୍ତ୍ର ମାଡ଼ କଲେ କିମ୍ ଜୋଙ୍ଗ୍ ଉନ୍

ସୂଚନାଯୋଗ୍ୟ, ପିନେକଲ୍ ସୋସାଇଟିର ୨୧ତମ ମହଲାରେ ଭିକି ସେଡାନି ଏବଂ ପୂଜା ସେଡାନି ନାମକ ଦମ୍ପତି ବସବାସ କରୁଥିଲେ। ଦୁହେଁ ଗତ ସାତମାସ ପୂର୍ବେ ଏକ ପୁତ୍ର ସନ୍ତାନର ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲେ। ତେବେ ଗତ ବୁଧବାର ରାତିରେ ପୁଅ ବୃଶାଙ୍କ ଶୋଉ  ନଥିଲା, ତେଣୁ ପୂଜା ତାକୁ କୋଳରେ ଧରି ମାଷ୍ଟର ବେଡରୁମରେ ବୁଲାଉଥିଲେ। ଏହି ସମୟରେ ପୂଜା ଶୟନ କକ୍ଷ ଭିତରକୁ ପବନ ପ୍ରବେଶ କରିବା ପାଇଁ ସେ ବାଲକୋନିର ସ୍ଲାଇଡିଂ ଝରକା ଖୋଲା ରଖିଥିଲେ। ପୁଅକୁ ଧରି ବୁଲୁଥିବା ବେଳେ ପୂଜାଙ୍କ ଗୋଡ଼ ଅସାବଧାନତା ବଶତଃ ଖସି ଯାଇଥିଲା। ଫଳରେ ପୂଜାଙ୍କ ହାତରୁ ପୁଅ ଖସି ଯାଇ ଖୋଲା ଥିବା ଝରକା ବାଟ ଦେଇ ତଳେ ପଡ଼ି ଯାଇଥିଲା। ଭିକି ଓ ପୂଜା ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭାରତୀୟ-ବଂଶୋଦ୍ଭବ ପିଆ ଡାଣ୍ଡିଆ, ଅରୁଣା ମିଲର ଏବଂ ସୁହାସ ସୁବ୍ରମଣ୍ୟମଙ୍କ ବିଜୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର