ଜାଣନ୍ତୁ କରୋନା ସମୟରେ କିପରି ନେବେ ଶିଶୁଙ୍କ ଯତ୍ନ

The Sakala Picture
Published On

କରୋନାର ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଛି। ଏଭଳି ଆଶଙ୍କାକୁ ଦୃଷ୍ଟିରେ ରଖ଄ ଏବେଠୁ ବୟସ୍କଙ୍କ ସହ ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ନେଇ କିଛି ଉପାୟ କହିଛନ୍ତି, ଯାହାକୁ ଆପଣାଇ ପିଲାଙ୍କୁ କରୋନାଠାରୁ ସୁରକ୍ଷିତ ରଖାଯାଇପାରିବ। ଛଅ ବର୍ଷରୁ ଊର୍ଦ୍ଧ୍ବ ବୟସ ପିଲା ମାସ୍କ ପିନ୍ଧନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ଅନୁସାରେ ବିଶେଷକରି ୬ରୁ ୧୧ ବର୍ଷରୁ […]

କରୋନାର ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଛି। ଏଭଳି ଆଶଙ୍କାକୁ ଦୃଷ୍ଟିରେ ରଖ଄ ଏବେଠୁ ବୟସ୍କଙ୍କ ସହ ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ନେଇ କିଛି ଉପାୟ କହିଛନ୍ତି, ଯାହାକୁ ଆପଣାଇ ପିଲାଙ୍କୁ କରୋନାଠାରୁ ସୁରକ୍ଷିତ ରଖାଯାଇପାରିବ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

ଛଅ ବର୍ଷରୁ ଊର୍ଦ୍ଧ୍ବ ବୟସ ପିଲା ମାସ୍କ ପିନ୍ଧନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ଅନୁସାରେ ବିଶେଷକରି ୬ରୁ ୧୧ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧନ୍ତୁ। ତେବେ ମାସ୍କ ପିନ୍ଧିବା ସେମାନଙ୍କ ପରିବେଶ ଓ ପରିସ୍ଥିତି ଉପରେ ନିର୍ଭର କରେ। ଅର୍ଥାତ୍ ପିଲା ସଂକ୍ରମଣ ସ୍ଥାନରେ ରହୁଥିଲେ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଅଧିକ ଯାଉଥିଲେ ମାସ୍କ ପିନ୍ଧିବା ନିହାତି ଜରୁରୀ। ସେହିପରି ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ମାସ୍କଠୁ ଦୂରରେ ରଖିବା ଆବଶ୍ୟକ। ଅଭିଭାବକ ପିଲାଙ୍କୁ ସାମାଜିକ ଦୂରତ୍ବ ବାବଦରେ ଅଗବତ କରାନ୍ତୁ। ଏହା ସହ ପିଲାଙ୍କୁ ବାରମ୍ବାର ହାତ ଧୋଇବା ଅଭ୍ୟାସ କରାନ୍ତୁ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

କ’ଣ କରିବେ:
– ପିଲାଙ୍କୁ ଉଷୁମ ପାଣି ପିଇବାକୁ ଦିଅନ୍ତୁ।
– ଶ୍ବାସକ୍ରିୟା ସମ୍ବନ୍ଧୀୟ ଏକ୍ସରସାଇଜ କରାନ୍ତୁ।
– ଇମ୍ୟୁନିଟି ବଢ଼ାଇବା ଲାଗି ଖଟାଜାତୀୟ ଫଳ ତଥା ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ।
– ଭାଇରାଲ ଇନ୍‌ଫେକସନ୍‌ରୁ ଦୂରେଇ ରଖିବା ପାଇଁ ହଳଦୀ କ୍ଷୀର ପିଇବାକୁ ଦିଅନ୍ତୁ।
– କରୋନା ବାବଦରେ ପିଲାଙ୍କୁ କ୍ରମାଗତ ସଚେତନ ଓ ସତର୍କ କରିବା ନିହାତି ଜରୁରୀ।
– ପିଲାମାନେ ମଧ୍ୟ ଅବସାଦର ଶିକାର ହୁଅନ୍ତି। ଅବସାଦ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ପ୍ରଭାବ ପକାଏ। ଏହି ସମୟରେ ପିଲା ଟିଭି ଓ ମୋବାଇଲରେ କ’ଣ ଦେଖୁଛି ତା’ ଉପରେ ଧ୍ୟାନ ଦିଅନ୍ତୁ। ନବଜାତକଙ୍କୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ।

ସାମନ୍ୟ ସଂକ୍ରମଣର ଲକ୍ଷଣ: ଗଳା ଦରଜ ମାତ୍ର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ନ କରିବା।
ଉପଚାର: ଘରେ ଆଇସୋଲେଟ୍ କରି ଉପଚାର କରନ୍ତୁ।

– ମଧ୍ୟମ ସଂକ୍ରମଣ ଲକ୍ଷଣ: ହାଲକା ନିମୋନିଆ ଲକ୍ଷଣ, ଅମ୍ଳଜାନ ମାତ୍ରା ୯୦% ବା ଏହାର ତଳକୁ ଖସିବା।
ଉପଚାର: ହସପିଟାଲରେ ଭର୍ତ୍ତି କରାନ୍ତୁ। ଶରୀରରେ ଇଲେକଟ୍ରୋଲାଇଟ୍ ମାତ୍ରା ସନ୍ତୁଳନ ରହିବା ଦିଗରେ ଯତ୍ନବାନ ହୁଅନ୍ତୁ।

– ଗମ୍ଭୀର ସଂକ୍ରମଣ ଲକ୍ଷଣ: ଗମ୍ଭୀର ନିମୋନିଆ, ଅମ୍ଳଜାନ ମାତ୍ରା ୯୦%ରୁ ତଳକୁ ଖସିଯିବା, ଥକ୍କା ଲାଗିବା ଓ ଅଧିକ ନିଦ ଲାଗିବା।
ଉପଚାର: ଫୁସ୍‌ଫୁସ୍‌ ଆଦି ପରୀକ୍ଷା ସହ ଛାତିର ଏକ୍ସ-ରେ ତଥା କୋଭିଡ୍ ହସପିଟାଲରେ ଚିକିତ୍ସା କରାନ୍ତୁ।

13 May 2021 By The Sakala

ଜାଣନ୍ତୁ କରୋନା ସମୟରେ କିପରି ନେବେ ଶିଶୁଙ୍କ ଯତ୍ନ

କରୋନାର ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଛି। ଏଭଳି ଆଶଙ୍କାକୁ ଦୃଷ୍ଟିରେ ରଖ଄ ଏବେଠୁ ବୟସ୍କଙ୍କ ସହ ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ନେଇ କିଛି ଉପାୟ କହିଛନ୍ତି, ଯାହାକୁ ଆପଣାଇ ପିଲାଙ୍କୁ କରୋନାଠାରୁ ସୁରକ୍ଷିତ ରଖାଯାଇପାରିବ।

ଛଅ ବର୍ଷରୁ ଊର୍ଦ୍ଧ୍ବ ବୟସ ପିଲା ମାସ୍କ ପିନ୍ଧନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ଅନୁସାରେ ବିଶେଷକରି ୬ରୁ ୧୧ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧନ୍ତୁ। ତେବେ ମାସ୍କ ପିନ୍ଧିବା ସେମାନଙ୍କ ପରିବେଶ ଓ ପରିସ୍ଥିତି ଉପରେ ନିର୍ଭର କରେ। ଅର୍ଥାତ୍ ପିଲା ସଂକ୍ରମଣ ସ୍ଥାନରେ ରହୁଥିଲେ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଅଧିକ ଯାଉଥିଲେ ମାସ୍କ ପିନ୍ଧିବା ନିହାତି ଜରୁରୀ। ସେହିପରି ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ମାସ୍କଠୁ ଦୂରରେ ରଖିବା ଆବଶ୍ୟକ। ଅଭିଭାବକ ପିଲାଙ୍କୁ ସାମାଜିକ ଦୂରତ୍ବ ବାବଦରେ ଅଗବତ କରାନ୍ତୁ। ଏହା ସହ ପିଲାଙ୍କୁ ବାରମ୍ବାର ହାତ ଧୋଇବା ଅଭ୍ୟାସ କରାନ୍ତୁ।

କ’ଣ କରିବେ:
– ପିଲାଙ୍କୁ ଉଷୁମ ପାଣି ପିଇବାକୁ ଦିଅନ୍ତୁ।
– ଶ୍ବାସକ୍ରିୟା ସମ୍ବନ୍ଧୀୟ ଏକ୍ସରସାଇଜ କରାନ୍ତୁ।
– ଇମ୍ୟୁନିଟି ବଢ଼ାଇବା ଲାଗି ଖଟାଜାତୀୟ ଫଳ ତଥା ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ।
– ଭାଇରାଲ ଇନ୍‌ଫେକସନ୍‌ରୁ ଦୂରେଇ ରଖିବା ପାଇଁ ହଳଦୀ କ୍ଷୀର ପିଇବାକୁ ଦିଅନ୍ତୁ।
– କରୋନା ବାବଦରେ ପିଲାଙ୍କୁ କ୍ରମାଗତ ସଚେତନ ଓ ସତର୍କ କରିବା ନିହାତି ଜରୁରୀ।
– ପିଲାମାନେ ମଧ୍ୟ ଅବସାଦର ଶିକାର ହୁଅନ୍ତି। ଅବସାଦ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ପ୍ରଭାବ ପକାଏ। ଏହି ସମୟରେ ପିଲା ଟିଭି ଓ ମୋବାଇଲରେ କ’ଣ ଦେଖୁଛି ତା’ ଉପରେ ଧ୍ୟାନ ଦିଅନ୍ତୁ। ନବଜାତକଙ୍କୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ।

ସାମନ୍ୟ ସଂକ୍ରମଣର ଲକ୍ଷଣ: ଗଳା ଦରଜ ମାତ୍ର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ନ କରିବା।
ଉପଚାର: ଘରେ ଆଇସୋଲେଟ୍ କରି ଉପଚାର କରନ୍ତୁ।

– ମଧ୍ୟମ ସଂକ୍ରମଣ ଲକ୍ଷଣ: ହାଲକା ନିମୋନିଆ ଲକ୍ଷଣ, ଅମ୍ଳଜାନ ମାତ୍ରା ୯୦% ବା ଏହାର ତଳକୁ ଖସିବା।
ଉପଚାର: ହସପିଟାଲରେ ଭର୍ତ୍ତି କରାନ୍ତୁ। ଶରୀରରେ ଇଲେକଟ୍ରୋଲାଇଟ୍ ମାତ୍ରା ସନ୍ତୁଳନ ରହିବା ଦିଗରେ ଯତ୍ନବାନ ହୁଅନ୍ତୁ।

– ଗମ୍ଭୀର ସଂକ୍ରମଣ ଲକ୍ଷଣ: ଗମ୍ଭୀର ନିମୋନିଆ, ଅମ୍ଳଜାନ ମାତ୍ରା ୯୦%ରୁ ତଳକୁ ଖସିଯିବା, ଥକ୍କା ଲାଗିବା ଓ ଅଧିକ ନିଦ ଲାଗିବା।
ଉପଚାର: ଫୁସ୍‌ଫୁସ୍‌ ଆଦି ପରୀକ୍ଷା ସହ ଛାତିର ଏକ୍ସ-ରେ ତଥା କୋଭିଡ୍ ହସପିଟାଲରେ ଚିକିତ୍ସା କରାନ୍ତୁ।

https://www.thesakala.in/lifestyle/coronavirus-in-babies-and-children/article-2144
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର