ବିଦ୍ୟାଦାତ୍ରୀ ମା’ ସରସ୍ବତୀ

The Sakala Picture
Published On

ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ବସନ୍ତ ଋତୁରେ ଏହି ପର୍ବ ପଡ଼ୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି । ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ […]

ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ବସନ୍ତ ଋତୁରେ ଏହି ପର୍ବ ପଡ଼ୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି । ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ଗାୟକ, ଲେଖକ ତଥା କବିମାନେ ଉପାସନା କରିଥାନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ମତ୍ସ୍ୟ ପୁରାଣରେ କୁହାଯାଇଛି ଯେ, ସମସ୍ତ ବେଦ, ସକଳ ଶାସ୍ତ୍ର, ନୃତ୍ୟ, ଗୀତ ଆଦି ଗାର୍ନ୍ଧବ ବିଦ୍ୟା ହେଉଛି ସରସ୍ବତୀଙ୍କ ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି। ସରସ୍ୱତୀ କଣ୍ଠରେ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ସରସ୍ୱତୀ ସ୍ୱତନ୍ତ୍ର ଭାବେ ପୂଜା ପାଇଥାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି  ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ମା’ ସରସ୍ୱତୀଙ୍କ  ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, କ୍ଷୀର, ଧଳା ବସ୍ତ୍ର, ମୋତି, ରୁପା, ଧଳାମାଳି ଅଳଙ୍କାର,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଅର୍ପଣ କରାଯାଏ ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

ମା’ଙ୍କ ପୂଜା ଅର୍ଚ୍ଚନା ଓ ପୁଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି। ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି। ସରସ୍ୱତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ କରାଯାଏ । ଏହିଦିନ ଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଘୋଡ଼ ଓଲାଗି ହୋଇ ଜାମା ପରିଧାନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

26 Jan 2023 By The Sakala

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ବସନ୍ତ ଋତୁରେ ଏହି ପର୍ବ ପଡ଼ୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି । ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ଗାୟକ, ଲେଖକ ତଥା କବିମାନେ ଉପାସନା କରିଥାନ୍ତି ।

ମତ୍ସ୍ୟ ପୁରାଣରେ କୁହାଯାଇଛି ଯେ, ସମସ୍ତ ବେଦ, ସକଳ ଶାସ୍ତ୍ର, ନୃତ୍ୟ, ଗୀତ ଆଦି ଗାର୍ନ୍ଧବ ବିଦ୍ୟା ହେଉଛି ସରସ୍ବତୀଙ୍କ ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି। ସରସ୍ୱତୀ କଣ୍ଠରେ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ସରସ୍ୱତୀ ସ୍ୱତନ୍ତ୍ର ଭାବେ ପୂଜା ପାଇଥାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି  ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ମା’ ସରସ୍ୱତୀଙ୍କ  ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, କ୍ଷୀର, ଧଳା ବସ୍ତ୍ର, ମୋତି, ରୁପା, ଧଳାମାଳି ଅଳଙ୍କାର,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଅର୍ପଣ କରାଯାଏ ।

ମା’ଙ୍କ ପୂଜା ଅର୍ଚ୍ଚନା ଓ ପୁଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି। ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି। ସରସ୍ୱତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ କରାଯାଏ । ଏହିଦିନ ଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଘୋଡ଼ ଓଲାଗି ହୋଇ ଜାମା ପରିଧାନ କରିଥାନ୍ତି।

https://www.thesakala.in/lifestyle/vidyadatri-maa-saraswati/article-18425
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp