ମନୋରଞ୍ଜନ
ଭାରତ-ଇଂଲଣ୍ଡ ପଞ୍ଚମ ଟି୨୦: ୨୪୮ ରନ ଟାର୍ଗେଟ ରଖିଲା ଭାରତ

ମୁମ୍ବାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ଇଂଲଣ୍ଡ ଆଗରେ ଜିତିବା ପାଇଁ ୨୪୮ ରନର ଟାର୍ଗେଟ ଧାର୍ଯ୍ୟ କରିଛି। ଭାରତୀୟ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଓପନର ଅଭିଷେକ ଶର୍ମା ବିସ୍ଫୋରକ ଶତକ ହାସଲ କରିଥିଲେ। ଅଭିଷେକ ଶର୍ମା ୫୪ ବଲ ସାମ୍ନା କରି ୧୩୫ ରନ କରିଥିଲେ। […]
ମୁମ୍ବାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ଇଂଲଣ୍ଡ ଆଗରେ ଜିତିବା ପାଇଁ ୨୪୮ ରନର ଟାର୍ଗେଟ ଧାର୍ଯ୍ୟ କରିଛି।
ଭାରତୀୟ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଓପନର ଅଭିଷେକ ଶର୍ମା ବିସ୍ଫୋରକ ଶତକ ହାସଲ କରିଥିଲେ। ଅଭିଷେକ ଶର୍ମା ୫୪ ବଲ ସାମ୍ନା କରି ୧୩୫ ରନ କରିଥିଲେ। ସେ ୧୩ଟି ଛକା ଏବଂ ୭ଟି ଚୌକା ମାରିଥିଲେ। ଶିବମ୍ ଦୁବେ ୧୩ ବଲ୍ରେ ୩୦ ରନ୍ କରିଥିଲେ। ତିଲକ ବର୍ମା ୨୪ ରନର ଏକ ଇନିଂସ ଖେଳିଥିଲେ। ସଞ୍ଜୁ ସାମସନ ୧୬ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ କରି ଆଉଟ ହୋଇଥିଲେ।