ମନୋରଞ୍ଜନ
ଓଡ଼ିଶା
ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ମୁଖାପିନ୍ଧା ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳି ହତ୍ୟା ଉଦ୍ୟମ । ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗାଁରେ ଶନିବାର ସକାଳେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଯୁବକଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ଆହତ ଯୁବକଙ୍କ ନାମ କାହ୍ନୁ ଚରଣ ମହାନ୍ତ ବୋଲି ଚିହ୍ନଟ କରାଯାଇଛି। ଖବର ପାଇ ଲହୁଣୀପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି।
ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) କୁ ସ୍ଥାନାନ୍ତର କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ସକାଳେ କାହ୍ନୁ ଶୌଚ ପାଇଁ ନିକଟସ୍ଥ ଏକ ନାଳକୁ ଯାଉଥିବା ବେଳେ ବାଟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ବଳପୂର୍ବକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କାହ୍ନୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଏକ ବାଇକ୍ରେ ଫେରାର ହୋଇଯାଇଥିଲେ। ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ।
ଏହି ଜଘନ୍ୟ ଆକ୍ରମଣ ପଛରେ ଜମି ବିବାଦ ଏବଂ ଏକ ଆରଟିଆଇ (RTI) ଆବେଦନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ସୂତ୍ରରୁ ପ୍ରକାଶ ଯେ, କାହ୍ନୁଙ୍କ ବିନା ଅନୁମତିରେ ତାଙ୍କ ଜମିରେ ଏକ ପେଟ୍ରୋଲ ପମ୍ପ ଲିଜ୍ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ସେ ଜିଲ୍ଲାପାଳ, ଲହୁଣୀପଡ଼ା ତହସିଲଦାର, ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଆରଟିଆଇ ଆବେଦନ ମଧ୍ୟ କରିଥିଲେ। କାହ୍ନୁଙ୍କ ବାପା ଏବଂ ଭାଉଜ ଅଭିଯୋଗ କରିଛନ୍ତି ଯେ, ଏହି ଆରଟିଆଇ ଆବେଦନର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରାଯାଇଛି।
ଅନ୍ୟପକ୍ଷରେ, ଘଟଣାର ଖବର ପାଇ ଲହୁଣୀପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଦିଆସିଲି କାଠି, ଖାଲି ବୋତଲ ଏବଂ ଚପଲ ଆଦି ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ କରିନାହିଁ ଏବଂ ଫେରାର ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଖୋଳତାଡ଼ ଜାରି ରଖିଛି।