ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା: ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ମହିମା ଗାଦି

The Sakala Picture
Published On

ଢେଙ୍କାନାଳ/ଗଁଦିଆ/ଯୋରନ୍ଦା: ଆଜିଠାରୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା। ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭକ୍ତମାନଙ୍କ ଗହଳିଚହଳି ବଢ଼ିବାରେ ଲାଗିଛି। ଆଜି ସକାଳେ ବ୍ରାହ୍ମ ମୁହୂର୍ତ୍ତରୁ ଏହି ମେଳା ଆରମ୍ଭ ହୋଇଛି । ରାତି ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ସକାଳ ୫ଟା ସୁଦ୍ଧା […]

ଢେଙ୍କାନାଳ/ଗଁଦିଆ/ଯୋରନ୍ଦା: ଆଜିଠାରୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା। ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭକ୍ତମାନଙ୍କ ଗହଳିଚହଳି ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଆଜି ସକାଳେ ବ୍ରାହ୍ମ ମୁହୂର୍ତ୍ତରୁ ଏହି ମେଳା ଆରମ୍ଭ ହୋଇଛି । ରାତି ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ସକାଳ ୫ଟା ସୁଦ୍ଧା ଅବକାଶ ସ୍ତୁସ୍ତିି ପ୍ରାର୍ଥନା, ଭିକ୍ଷା ଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ଛୋଟଛୋଟ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ବିତରଣ କରାଯାଇଛି । ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତଙ୍କ ମଙ୍ଗଳ କାମନା କରିବେ। ସେହିପରି ତ୍ରିସନ୍ଧ୍ୟା ପୂଜା ପରେ ଜଗତ ଭକ୍ତଙ୍କର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ସଂଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ଜ୍ବଳନ କରିବେ। ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡ଼ଦୀପକୁ ସୁସଜ୍ଜିତ କରାଯାଇ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଅପରପକ୍ଷେ, ମେଳା ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼ ଆଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି। ‌ସେହିପରି ମାନସିକ କରିଥିବା ଛୋଟଛୋଟ ଶିଶୁମାନଙ୍କୁ କେଶମଣ୍ଡନ କାରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି। ରାତି ସୁଦ୍ଧା ଆହୁରି ଭକ୍ତ ଓ ସାଧୁମାନଙ୍କର ସମାଗମ ବଢ଼ିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅପରପକ୍ଷେ, ମେଳାକୁ ଆକର୍ଷଣୀୟ ଓ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୁଲିସ୍‌, ପ୍ରଶାସନ ସହ ସାଧୁସନ୍ଥ ଓ ସ୍ଥାନୀୟ ଅଞ୍ଚଳବାସୀ ଜୋରସୋର୍‌ରେ ଲାଗି ପଡ଼ିଛନ୍ତି। ଆଜି ଅପରାହ୍‌ଣ‌ରେ ଏସ୍‌ପି ଅଭିନବ ସୋନାକର, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଗଁଦିଆ ବିଡିଓ ପବିତ୍ର ବେହେରା, ତହସିଲଦାର ସତ୍ୟଜିତ ମହାପାତ୍ର, ଗଁଦିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ, ଯୋରନ୍ଦା ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଳାରେ ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ପାର୍ଟି ନାଟକ ପରିବେଷଣ କରିବାର ବ୍ୟବସ୍ଥା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର