ଆସନ୍ତା ୧୩ରେ ଲୋକସେବା କନଭେନସନରେ ବସିବ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ । ଏହି କର୍ମଶାଳା ଜରିଆରେ କଲେଜର ସମସ୍ୟା ଉପରେ ଆଲୋଚନା ହେବା ସହ ଡିଗ୍ରୀ କଲେଜ ଗୁଡ଼ିକରେ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ମନିଟରିଂ କରାଯିବ । ଫୋକସରେ ରହିବ, ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକ୍ ଉପରେ ପଦକ୍ଷେପ ନେବା । କିଛି ଦିନ ତଳେ ରାଜ୍ୟର ଉଚ୍ଚଶିକ୍ଷାକୁ ନେଇ […]

ଭୁବନେଶ୍ବର: ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ । ଏହି କର୍ମଶାଳା ଜରିଆରେ କଲେଜର ସମସ୍ୟା ଉପରେ ଆଲୋଚନା ହେବା ସହ ଡିଗ୍ରୀ କଲେଜ ଗୁଡ଼ିକରେ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ମନିଟରିଂ କରାଯିବ । ଫୋକସରେ ରହିବ, ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକ୍ ଉପରେ ପଦକ୍ଷେପ ନେବା ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର: ବକେୟା ଇ-ଚାଲାଣ ଉପରେ ମିଳୁଛି ରିହାତି, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

କିଛି ଦିନ ତଳେ ରାଜ୍ୟର ଉଚ୍ଚଶିକ୍ଷାକୁ ନେଇ ଛାତ୍ରଛାତ୍ରୀ ଦେଇଥିଲେ ନକରାତ୍ମକ ଫିଡବ୍ୟା। ଅନଲାଇନରେ ଆସିଥିବା ମତାମତ ଯୋଗୁ ଉଚ୍ଚଶିକ୍ଷା ବିଭାଗର ନିଦ ହଜି ଯାଇଥିଲା । କେଉଁଠି ଅଧ୍ୟାପକମାନେ ମଦ୍ୟପାନ କରି କ୍ଲାସ ନେଉଥିବା ଅଭିଯୋଗ ଆସିଲା ତ ଆଉ କେଉଁଠି ଅଧ୍ୟାପକମାନେ ବିଳମ୍ବରେ କଲେଜ ଆସୁଥିଲେ। କିଛି କଲେଜରେ ତ ସାତ ଘଣ୍ଟା ବି ରହୁ ନାହାନ୍ତି ଅଧ୍ୟାପକ । ଯାହା ଶିକ୍ଷାଦାନକୁ ପ୍ରଭାବିତ କରୁଥିବା ନେଇ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ ରାଜ୍ୟ ସରକାର ବି ଶିକ୍ଷାରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରିବା ମୁଡ୍ରେ ନାହାନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି: ଇରାନ ଓ ଇସ୍ରାଏଲ ଆକାଶପଥ ବନ୍ଦ, ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ସେପ୍ଟେମ୍ବର ୧୩ରେ ପାଖାପାଖି ୩୦୦ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ କର୍ମଶାଳା ଡ଼କାଇଛି ଉଚ୍ଚଶିକ୍ଷା ବିଭାଗ । ଯେଉଁଠି ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ସମସ୍ୟାର ସମାଧାନ ଦିଗରେ ବାଟ ବାହାର କରାଯିବ । ଉଚ୍ଚଶିକ୍ଷା ପାଇଁ ଫାଇଭ-ଟି ରୂପାନ୍ତର ପରି ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପର କାର୍ୟ୍ୟକାରିତା ଉପରେ ବି ସମୀକ୍ଷା କରାଯିବ ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବିଦ୍ୟାଳୟର ତାଲା ପକାଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ

ବହୁ ଦିନ ବ୍ୟବଧାନ ପରେ ଅଧ୍ୟକ୍ଷ କର୍ମଶାଳା କରାଯାଉଛି । ଏଥିରେ ଛାତ୍ରଛାତ୍ରୀଙ୍କ ଆପତ୍ତିର ସମାଧାନ ସହ ଶିକ୍ଷକ ଓ ଅଣଶିକ୍ଷକଙ୍କ ଅଭାବ ପୂରଣ ଉପରେ ବି ଆଲୋଚନା ହେବ । ଯେଉଁଥି ପାଇଁ ଅଧ୍ୟକ୍ଷମାନେ ସ୍ବାଗତ କରିଛନ୍ତି । ଏପରିକି କଲେଜକୁ ନିୟମାନୁଯାୟୀ ସମୟ ଦେଇ ରିସର୍ଚ୍ଚ ଅନୁକୁଳ ବାତାବରଣ ସୃଷ୍ଟି କରିବା ନେଇ ବି କର୍ମଶାଳାରେ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp