ଡେଙ୍ଗାଓସ୍ତା ଡାକ୍ତରଖାନାରେ ଏକାଥରକେ ୩ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ ମହିଳା

The Sakala Picture
Published On

ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଳକ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଜଣେ ମହିଳା ଏକା ଥରକେ ୩ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ନବଜାତ ଶିଶୁ କନ୍ୟାଙ୍କ ଅବସ୍ଥା ଠିକ୍ ଥିବାରୁ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ରଖାଯାଇଛି। ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଳକ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ମହିଳା ସୋରାବତୀ ମଣ୍ଡଳଙ୍କ ଶୁକ୍ରବାର ରାତିରେ ପ୍ରସବ ବେଦନା ଆରମ୍ଭ […]

ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଳକ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଜଣେ ମହିଳା ଏକା ଥରକେ ୩ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ନବଜାତ ଶିଶୁ କନ୍ୟାଙ୍କ ଅବସ୍ଥା ଠିକ୍ ଥିବାରୁ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ରଖାଯାଇଛି। ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଳକ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ମହିଳା ସୋରାବତୀ ମଣ୍ଡଳଙ୍କ ଶୁକ୍ରବାର ରାତିରେ ପ୍ରସବ ବେଦନା ଆରମ୍ଭ ହେବାରୁ ଜନନୀ ଏକ୍ସପ୍ରେସ୍ ରେ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ୮ଟାରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ପରେ ପରେ ୮ଟା ୧୫ମି.ରେ ଦ୍ୱିତୀୟ ଓ ୮ଟା୨୫ମି.ରେ ତୃତୀୟ କନ୍ୟା ସନ୍ତାନ ଜନ୍ମଗ୍ରହଣ କରିଥିଲା। ପ୍ରତ୍ୟେକ କନ୍ୟା ସନ୍ତାନଙ୍କ ଓଜନ ୧ କିଲୋ ୨୦୦ ଗ୍ରାମ ଥିବା ବେଳେ ପ୍ରସୂତି ମା’ଙ୍କ ସହ ସମସ୍ତ ଶିଶୁ ସୁସ୍ଥ ଥିବା ସାନଖେମୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡପଡା ଅଧିକାରୀ ଡ.ବାହାନ ଦାସ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଶିଶୁ କନ୍ୟାମାନଙ୍କୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏକକାଳୀନ ଜନ୍ମ ଲାଭ କରିଥିବା ଶିଶୁ କନ୍ୟାଙ୍କ ଉନ୍ନତି ପାଇଁ ମହିଳାଙ୍କୁ ବିଧିବଦ୍ଧ ପ୍ରୋତ୍ସାହନ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଅତ୍ୟାଧୁନିକ ବ୍ୟବସ୍ଥା ନ ଥାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫଳତା ଭାବେ ଶିଶୁମାନେ ଜନ୍ମ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆନନ୍ଦ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

14 Aug 2021 By The Sakala

ଡେଙ୍ଗାଓସ୍ତା ଡାକ୍ତରଖାନାରେ ଏକାଥରକେ ୩ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ ମହିଳା

ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଳକ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଜଣେ ମହିଳା ଏକା ଥରକେ ୩ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ନବଜାତ ଶିଶୁ କନ୍ୟାଙ୍କ ଅବସ୍ଥା ଠିକ୍ ଥିବାରୁ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ରଖାଯାଇଛି। ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଳକ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ମହିଳା ସୋରାବତୀ ମଣ୍ଡଳଙ୍କ ଶୁକ୍ରବାର ରାତିରେ ପ୍ରସବ ବେଦନା ଆରମ୍ଭ ହେବାରୁ ଜନନୀ ଏକ୍ସପ୍ରେସ୍ ରେ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ୮ଟାରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ପରେ ପରେ ୮ଟା ୧୫ମି.ରେ ଦ୍ୱିତୀୟ ଓ ୮ଟା୨୫ମି.ରେ ତୃତୀୟ କନ୍ୟା ସନ୍ତାନ ଜନ୍ମଗ୍ରହଣ କରିଥିଲା। ପ୍ରତ୍ୟେକ କନ୍ୟା ସନ୍ତାନଙ୍କ ଓଜନ ୧ କିଲୋ ୨୦୦ ଗ୍ରାମ ଥିବା ବେଳେ ପ୍ରସୂତି ମା’ଙ୍କ ସହ ସମସ୍ତ ଶିଶୁ ସୁସ୍ଥ ଥିବା ସାନଖେମୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡପଡା ଅଧିକାରୀ ଡ.ବାହାନ ଦାସ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଶିଶୁ କନ୍ୟାମାନଙ୍କୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏକକାଳୀନ ଜନ୍ମ ଲାଭ କରିଥିବା ଶିଶୁ କନ୍ୟାଙ୍କ ଉନ୍ନତି ପାଇଁ ମହିଳାଙ୍କୁ ବିଧିବଦ୍ଧ ପ୍ରୋତ୍ସାହନ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଅତ୍ୟାଧୁନିକ ବ୍ୟବସ୍ଥା ନ ଥାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫଳତା ଭାବେ ଶିଶୁମାନେ ଜନ୍ମ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆନନ୍ଦ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର