ଫେରିଲା ଶୀତ : ୧୦ ଡିଗ୍ରୀ ତଳେ ୮ ସହର

The Sakala Picture
Published On

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମାଝଡ଼ ପ୍ରଭାବ କମିବା ସହିତ ବର୍ତ୍ତମାନ ରାଜ୍ୟକୁ ଥଣ୍ଡାଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ଫଳସ୍ୱରୂପ ଶୀତ ବଢିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ୧୧ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରେକର୍ଡ […]

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମାଝଡ଼ ପ୍ରଭାବ କମିବା ସହିତ ବର୍ତ୍ତମାନ ରାଜ୍ୟକୁ ଥଣ୍ଡାଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ଫଳସ୍ୱରୂପ ଶୀତ ବଢିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ୧୧ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଛି।

ଏହା ପ୍ରଭାବରେ ଶୀତର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ୩୦ତାରିଖ ଯାଏଁ ଏହି ସ୍ଥିତି ଜାରି ରହିବ। ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାସହିତ ପାହାଡ଼ିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ଶନିବାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଆଦିରେ ପ୍ରବଳ ଶୀତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୩ ଜିଲ୍ଲ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

ସମାନ ଭାବେ ରବିବାର ମଧ୍ୟ କିଛି ଜିଲ୍ଲାରେ ପାଇଁ କୋଲ୍ଡ ୱେଭ୍‍ କଣ୍ଡିସନ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ୨-୪ ଡିଗ୍ରୀ କମ୍‍ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଏହା ପରେ ତାପମାତ୍ରା ବୃଦ୍ଧି ହେବ। ପ୍ରବଳ ଶୀତ ଓ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

29 Jan 2022 By The Sakala

ଫେରିଲା ଶୀତ : ୧୦ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମାଝଡ଼ ପ୍ରଭାବ କମିବା ସହିତ ବର୍ତ୍ତମାନ ରାଜ୍ୟକୁ ଥଣ୍ଡାଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ଫଳସ୍ୱରୂପ ଶୀତ ବଢିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ୧୧ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଛି।

ଏହା ପ୍ରଭାବରେ ଶୀତର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ୩୦ତାରିଖ ଯାଏଁ ଏହି ସ୍ଥିତି ଜାରି ରହିବ। ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାସହିତ ପାହାଡ଼ିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ଶନିବାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଆଦିରେ ପ୍ରବଳ ଶୀତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୩ ଜିଲ୍ଲ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସମାନ ଭାବେ ରବିବାର ମଧ୍ୟ କିଛି ଜିଲ୍ଲାରେ ପାଇଁ କୋଲ୍ଡ ୱେଭ୍‍ କଣ୍ଡିସନ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ୨-୪ ଡିଗ୍ରୀ କମ୍‍ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଏହା ପରେ ତାପମାତ୍ରା ବୃଦ୍ଧି ହେବ। ପ୍ରବଳ ଶୀତ ଓ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର