‘ସକାଳ’ କୁ କାହିଁକି ଡର

The Sakala Picture
Published On

ଭୁବନେଶ୍ବର : ବିଜେଡି ପକ୍ଷରୁ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ। ଦଳୀୟ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ‘ସକାଳ’ରେ ପ୍ରକାଶିତ ‘ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ’ ଶୀର୍ଷକ ଖବରକୁ ନେଇ ଯେପରି ବିଷୋଦଗାର କରିଛନ୍ତି ତାହା ଦଳୀୟ ଫୋରମ୍‌ରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିଗତ ଆକ୍ରୋଶ ପ୍ରତିଫଳନ ପରି ଅନୁଭୂତ ହୋଇଛି। ଆତ୍ମପ୍ରକାଶ କରିବାର ମାତ୍ର କେଇ ମାସ ମଧ୍ୟରେ […]

ଭୁବନେଶ୍ବର : ବିଜେଡି ପକ୍ଷରୁ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ। ଦଳୀୟ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ‘ସକାଳ’ରେ ପ୍ରକାଶିତ ‘ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ’ ଶୀର୍ଷକ ଖବରକୁ ନେଇ ଯେପରି ବିଷୋଦଗାର କରିଛନ୍ତି ତାହା ଦଳୀୟ ଫୋରମ୍‌ରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିଗତ ଆକ୍ରୋଶ ପ୍ରତିଫଳନ ପରି ଅନୁଭୂତ ହୋଇଛି। ଆତ୍ମପ୍ରକାଶ କରିବାର ମାତ୍ର କେଇ ମାସ ମଧ୍ୟରେ ରାଜ୍ୟର ଗରିବ, ପୀଡ଼ିତ, ଅବହେଳିତ ବର୍ଗଙ୍କ ସ୍ୱର ପାଲଟିଥିବା ‘ସକାଳ’ ପ୍ରତି ଶ୍ରୀ ଆଚାର୍ଯ୍ୟଙ୍କ ଏପରି ମନୋଭାବ ସ୍ପଷ୍ଟ ଭାବରେ ରାଜ୍ୟ ସ୍ବାର୍ଥ ବିରୋଧୀ ଲଢ଼େଇ ଉପରେ ଆକ୍ରମଣ ପରି ମନେ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା, କମ୍ପୁଛି କଲେଜ କ୍ୟାମ୍ପସ୍

ଅନ୍ୟ ପକ୍ଷରେ ଶ୍ରୀ ଆଚାର୍ଯ୍ୟଙ୍କ ‘ସକାଳ’କୁ ନେଇ ଏପରି ମାନସିକତା ଅନେକଙ୍କୁ ବିସ୍ମିତ କରିଛି। ‘ସକାଳ’କୁ ତାଙ୍କର ଏତ ଡ଼ର କାହିଁକି ବୋଲି ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନରେ ଦଳୀୟସ୍ତରରେ ୨୭% ସଂରକ୍ଷଣ ନିମନ୍ତେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶନିବାର ରାଜ୍ୟର ସମସ୍ତ ପ୍ରମୁଖ ମୁଦ୍ରିତ ଗଣମାଧ୍ଯମ ସହ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଛି। ରାଜ୍ୟ ତଥା ଜାତୀୟସ୍ତରର ସବୁ ମୁଦ୍ରିତ ଗଣମାଧ୍ୟମରେ ନବୀନଙ୍କ ଏହି ଐତିହାସିକ ପଦକ୍ଷେପ ପ୍ରକାଶ ପାଇଥିବାବେଳେ କେବଳ ‘ସକାଳ’ ପ୍ରତି ଶ୍ରୀ ଆଚାର୍ଯ୍ୟଙ୍କ ଆକ୍ଷେପ ଅନେକଙ୍କୁ ବିସ୍ମିତ କରିଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ପ୍ରତ୍ୟେକ ପ୍ରସଙ୍ଗରେ ‘ସକାଳ’ ସାଧାରଣ ଲୋକଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ରାଜ୍ୟବାସୀଙ୍କ ସ୍ୱର ପାଲଟିଛି। ତେବେ କେଉଁ କାରଣରୁ ‘ସକାଳ’କୁ ବିଜେପି ନେତା ଶ୍ରୀ ଆଚାର୍ଯ୍ୟ ନିଶାଣ କଲେ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ଆଚାର୍ଯ୍ୟଙ୍କ ଗଣମାଧ୍ୟମର ସ୍ଵାଧୀନତା ଉପରେ ଅବାଞ୍ଛିତ ଆକ୍ରମଣ ଓ ତାଙ୍କର ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର