କେତେ ଅସହାୟ ସାଇବର୍‍ ହେଲ୍ପଡେସ୍କ

The Sakala Picture
Published On

ଭୁବନେଶ୍ୱର : ‘ହାଲୋ! ସାର୍‍ ନମସ୍କାର। ମୁଁ ରାଜକିଶୋର ମହାପାତ୍ର କହୁଥିଲି। ମୋର ସାଇବର୍‍ ଠକେଇ ହୋଇଛି। ଏ ବାବଦରେ ଥାନାରେ ଅଭିଯୋଗ କଲି, କିନ୍ତୁ ମାମଲା ରୁଜୁକରି ଏତଲା କପି ଦେଲେନି ଥାନା ବାବୁ’ କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ସାଇବର୍‍ ଠକେଇର ଶିକାର ବ୍ୟକ୍ତି ଏମିତି ଢଙ୍ଗରେ ଫୋନ୍‍ କରି ଅଭିଯୋଗ କରୁଛନ୍ତି। ଏଭଳି ଘଟଣାର କେବଳ ରାଜକିଶୋରଙ୍କ ପକ୍ଷେ ହୋଇନି ବରଂ ସାଇବର୍‍ ଠକେଇର ଶିକାର ହୋଇଥିବା ଶତାଧିକ ବ୍ୟକ୍ତି ଅଭିଯୋଗ […]

ଭୁବନେଶ୍ୱର : ‘ହାଲୋ! ସାର୍‍ ନମସ୍କାର। ମୁଁ ରାଜକିଶୋର ମହାପାତ୍ର କହୁଥିଲି। ମୋର ସାଇବର୍‍ ଠକେଇ ହୋଇଛି। ଏ ବାବଦରେ ଥାନାରେ ଅଭିଯୋଗ କଲି, କିନ୍ତୁ ମାମଲା ରୁଜୁକରି ଏତଲା କପି ଦେଲେନି ଥାନା ବାବୁ’ କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ସାଇବର୍‍ ଠକେଇର ଶିକାର ବ୍ୟକ୍ତି ଏମିତି ଢଙ୍ଗରେ ଫୋନ୍‍ କରି ଅଭିଯୋଗ କରୁଛନ୍ତି। ଏଭଳି ଘଟଣାର କେବଳ ରାଜକିଶୋରଙ୍କ ପକ୍ଷେ ହୋଇନି ବରଂ ସାଇବର୍‍ ଠକେଇର ଶିକାର ହୋଇଥିବା ଶତାଧିକ ବ୍ୟକ୍ତି ଅଭିଯୋଗ କରି ଏତଲା କପିରୁ ବଞ୍ଚିତ ହୋଇଛନ୍ତି। କାରଣ ରାଜଧାନୀରେ ସାଇବର୍‍ ଠକେଇରେ ଶିକାର ହେଉଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ମାମଲା ରୁଜୁ କରୁନି କମିସନରେଟ୍‍ ପୁଲିସ। କିଛି ବଡ଼ବଡ଼ ଅଭିଯୋଗରେ ମାମଲା ରୁଜୁକରି ପୁଲିସ ଚୁପ୍‍ ବସୁଛି। ରାଜଧାନୀରେ ସାଇବର୍‍ ଠକେଇ ମାମଲା ମାଳମାଳ। ପ୍ରତିଦିନ ୮ରୁ ଊର୍ଦ୍ଧ୍ବ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି।

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ସହରାଞ୍ଚଳର ବିଭିନ୍ନ ଥାନାକୁ ଅଭିଯୋଗ ନେଇ ପହଞ୍ଚିଥିଲେ ଠକେଇର ଶିକାର ବ୍ୟକ୍ତିଙ୍କୁ ହେଲ୍ପଡେସ୍କକୁ ପଠାଇ ଦେଉଛନ୍ତି। ଠକେଇର ଶିକାର ବ୍ୟକ୍ତି ହେଲ୍ପଡେସ୍କର ହେଲ୍ପଲାଇନ୍‍ରେ ନମ୍ବରରେ ଫୋନ୍‍କରି ଅଭିଯୋଗ କରି ଠକେଇ ବିଷୟରେ ବର୍ଣ୍ଣନା କରୁଛନ୍ତି। ହେଲ୍ପଡେସ୍କର କାର୍ଯ୍ୟରତ କର୍ମଚାରୀ ସେସବୁକୁ ଟିପି ରଖୁଛନ୍ତି। ଆଉ କିଛି ବ୍ୟକ୍ତି ନିଜେ ହେଲ୍ପଡେସ୍କରେ ଆସି ଅଭିଯୋଗ କରୁଛନ୍ତି। କିନ୍ତୁ ହେଲ୍ପଡେସ୍କ କିମ୍ବା ବିଭିନ୍ନ ଥାନା ଅଭିଯୋଗ ଗ୍ରହଣ କରୁଛି ସତ ହେଲେ ମାମଲା ରୁଜୁ କରିବା ଲାଗି ‘ଜୁ’ ପାଉନି। କମିସନରେଟ୍‍ ପୁଲିସ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ ଗତ ୧୧ମାସ ଭିତରେ ରାଜଧାନୀରୁ କେବଳ ୩୨୦୪ଜଣ ଠକେଇ ଶିକାର ବ୍ୟକ୍ତି ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଠାରୁ ୭କୋଟି ୪୬ଲକ୍ଷ ୨୬ହଜାର୧୩୪ ଟଙ୍କା ଠକେଇ ହୋଇଛି।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

କିନ୍ତୁ ବିଡ଼ମ୍ବନାର ବିଷୟ କମିସନରେଟ୍‍ ପୁଲିସ ମାତ୍ର ୧୬୩ଟି ମାମଲା ରୁଜୁକରି ତଦନ୍ତ କରୁଛି। ଅବଶିଷ୍ଟ ମାମଲାରେ ସେଭଳି ଖାତାରେ ଗଢ଼ୁଛି। ଠକେଇର ଶିକାର ବ୍ୟକ୍ତି ସଞ୍ଚିତ ଅର୍ଥକୁ ପାଇବା ଆଶାରେ ଆଶା ବାନ୍ଧିବସିଛନ୍ତି। ତେବେ ପୁଲିସର ବିନା ମାମଲା ରୁଜୁରେ କିଭଳି ଲୋକଙ୍କୁ ଚିହ୍ନଟକରି ଲୋକଙ୍କୁ ଫେରାଇବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଆଜି ଯାଏଁ ପୁଲିସ ମାତ୍ର ୧କୋଟି ୪୮ ଲକ୍ଷ ୧୧ହଜାର ୮୭୦ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଅବଶିଷ୍ଟ ଟଙ୍କା କେବେ ଫେରିପାଇବେ କହିବା କାଠିକର ପାଠ ହୋଇପଡ଼ିଛି। ସେଭଳି ସାଇବର୍‍ ହେଲ୍ପଡେସ୍କକୁ ଅନ୍ୟ ରାଜ୍ୟରୁ ୪ହଜାର ୨୧୭ଟି କଲ୍‍ ଆସିଥିବା ବେଳେ ୧୦କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି। ସାଇବର୍‍ ଠକେଇ ମାମଲାର ତଦନ୍ତ କେବଳ ଇନ୍ସସ୍ପେକ୍ଟର ପାହ୍ୟା କିମ୍ବା ଉପରିସ୍ଥ ଅଧିକାରୀ ତଦନ୍ତ କରିପାରିବାର ନିର୍ଦ୍ଦେଶାନାମା ରହିଛି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ତେବେ ସାଇବର୍‍ ସଂଖ୍ୟାକୁ ଦେଖି କେଉଁଠୁ ଏତେ ସଂଖ୍ୟାକ ବରିଷ୍ଠ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ବଡ଼ ସାଇବର୍‍ ଠକେଇ ମାମଲା ରୁଜୁ କରାଯାଉଛି ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ କହିଛନ୍ତି। ଏଥିସହିତ ଅଳ୍ପପରିମାଣର ଠକେଇଗୁଡ଼ିକ ମାମଲା ରୁଜୁ କରାଯାଉ ନ ଥିଲେ ମଧ୍ୟ ଗୁରୁତର ସହ ନିଆଯାଇ ତଦନ୍ତ କରାଯାଉଛି ବୋଲି ଅଧିକାରୀ ଜଣକ ସଫେଇ ଦେଇଛନ୍ତି। ତେବେ ତଦନ୍ତ ଅଧିକାରୀ ଅଭାବରୁ ହେଲ୍ପଡେସ୍କରେ ଥିବା କର୍ମଚାରୀଙ୍କ ଉପରେ ଦିନକୁ ଦିନ ଚାପ ବଢ଼଼ିବାରେ ଲାଗିଛି।
ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୩୬୮ଜଣ ଠକେଇ ହୋଇଥିବା ବେଳେ ୧୯ଟି ମାମଲା ରୁଜୁ କରାଯାଇଛି।

ସେଭଳି ଫେବୃଆରୀ ୩୨୨ ଠକେଇ ହୋଇଥିବା ବେଳେ ୧୩ମାମଲା, ମାର୍ଚ୍ଚ ୩୧୦ ଠକେଇ ୧୬ ମାମଲା, ଏପ୍ରିଲ ୨୨୦ ଠକେଇ ୧୧ ମାମଲା, ମେ ୨୫୬ ଠକେଇ ୧୭ ମାମଲା, ଜୁନ୍‍ ୨୨୯ ଠକେଇ ୧୪ ମାମଲା, ଜୁଲାଇ ୨୩୦ ଠକେଇ ୧୫ ମାମଲା, ଅଗଷ୍ଟ ୨୪୫ ଠକେଇ ୧୩ ମାମଲା, ସେପ୍ଟେମ୍ବର ୨୩୧ ଠକେଇ ୧୩ ମାମଲା, ଅକ୍ଟୋବର ୨୪୦ ଠକେଇ ୧୯ ମାମଲା ଓ ନଭେମ୍ବରରେ ୨୪୬ଜଣ ଠକେଇ ଶିକାର ହୋଇଥିବା ବେଳେ ୧୩ଟି ମାମଲା ରୁଜୁ କରିଛି ପୁଲିସ। ସେପଟେ ପୁଲିସ ମାତ୍ର ୬୭ଟି ମାମଲା ରୁଜୁକରି ୧୩ଜଣଙ୍କୁ ଗିରଫ କରିଥିବା ତଥ୍ୟ ଦେଇଛି। ସେଭଳି ରାଜଧାନୀରେ ସାଇବର୍‍ ଅପରାଧ ଦିନକୁୁ ଦିନ ବଢ଼଼ୁଥିବାରୁ ଭୁବନେଶ୍ୱର ସମେତ ୧୧ଟି ନୂଆ ସାଇବର ଥାନା ଖୋଲିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି।

20 Dec 2021 By The Sakala

କେତେ ଅସହାୟ ସାଇବର୍‍ ହେଲ୍ପଡେସ୍କ

ଭୁବନେଶ୍ୱର : ‘ହାଲୋ! ସାର୍‍ ନମସ୍କାର। ମୁଁ ରାଜକିଶୋର ମହାପାତ୍ର କହୁଥିଲି। ମୋର ସାଇବର୍‍ ଠକେଇ ହୋଇଛି। ଏ ବାବଦରେ ଥାନାରେ ଅଭିଯୋଗ କଲି, କିନ୍ତୁ ମାମଲା ରୁଜୁକରି ଏତଲା କପି ଦେଲେନି ଥାନା ବାବୁ’ କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ସାଇବର୍‍ ଠକେଇର ଶିକାର ବ୍ୟକ୍ତି ଏମିତି ଢଙ୍ଗରେ ଫୋନ୍‍ କରି ଅଭିଯୋଗ କରୁଛନ୍ତି। ଏଭଳି ଘଟଣାର କେବଳ ରାଜକିଶୋରଙ୍କ ପକ୍ଷେ ହୋଇନି ବରଂ ସାଇବର୍‍ ଠକେଇର ଶିକାର ହୋଇଥିବା ଶତାଧିକ ବ୍ୟକ୍ତି ଅଭିଯୋଗ କରି ଏତଲା କପିରୁ ବଞ୍ଚିତ ହୋଇଛନ୍ତି। କାରଣ ରାଜଧାନୀରେ ସାଇବର୍‍ ଠକେଇରେ ଶିକାର ହେଉଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ମାମଲା ରୁଜୁ କରୁନି କମିସନରେଟ୍‍ ପୁଲିସ। କିଛି ବଡ଼ବଡ଼ ଅଭିଯୋଗରେ ମାମଲା ରୁଜୁକରି ପୁଲିସ ଚୁପ୍‍ ବସୁଛି। ରାଜଧାନୀରେ ସାଇବର୍‍ ଠକେଇ ମାମଲା ମାଳମାଳ। ପ୍ରତିଦିନ ୮ରୁ ଊର୍ଦ୍ଧ୍ବ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି।

ସହରାଞ୍ଚଳର ବିଭିନ୍ନ ଥାନାକୁ ଅଭିଯୋଗ ନେଇ ପହଞ୍ଚିଥିଲେ ଠକେଇର ଶିକାର ବ୍ୟକ୍ତିଙ୍କୁ ହେଲ୍ପଡେସ୍କକୁ ପଠାଇ ଦେଉଛନ୍ତି। ଠକେଇର ଶିକାର ବ୍ୟକ୍ତି ହେଲ୍ପଡେସ୍କର ହେଲ୍ପଲାଇନ୍‍ରେ ନମ୍ବରରେ ଫୋନ୍‍କରି ଅଭିଯୋଗ କରି ଠକେଇ ବିଷୟରେ ବର୍ଣ୍ଣନା କରୁଛନ୍ତି। ହେଲ୍ପଡେସ୍କର କାର୍ଯ୍ୟରତ କର୍ମଚାରୀ ସେସବୁକୁ ଟିପି ରଖୁଛନ୍ତି। ଆଉ କିଛି ବ୍ୟକ୍ତି ନିଜେ ହେଲ୍ପଡେସ୍କରେ ଆସି ଅଭିଯୋଗ କରୁଛନ୍ତି। କିନ୍ତୁ ହେଲ୍ପଡେସ୍କ କିମ୍ବା ବିଭିନ୍ନ ଥାନା ଅଭିଯୋଗ ଗ୍ରହଣ କରୁଛି ସତ ହେଲେ ମାମଲା ରୁଜୁ କରିବା ଲାଗି ‘ଜୁ’ ପାଉନି। କମିସନରେଟ୍‍ ପୁଲିସ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ ଗତ ୧୧ମାସ ଭିତରେ ରାଜଧାନୀରୁ କେବଳ ୩୨୦୪ଜଣ ଠକେଇ ଶିକାର ବ୍ୟକ୍ତି ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଠାରୁ ୭କୋଟି ୪୬ଲକ୍ଷ ୨୬ହଜାର୧୩୪ ଟଙ୍କା ଠକେଇ ହୋଇଛି।

କିନ୍ତୁ ବିଡ଼ମ୍ବନାର ବିଷୟ କମିସନରେଟ୍‍ ପୁଲିସ ମାତ୍ର ୧୬୩ଟି ମାମଲା ରୁଜୁକରି ତଦନ୍ତ କରୁଛି। ଅବଶିଷ୍ଟ ମାମଲାରେ ସେଭଳି ଖାତାରେ ଗଢ଼ୁଛି। ଠକେଇର ଶିକାର ବ୍ୟକ୍ତି ସଞ୍ଚିତ ଅର୍ଥକୁ ପାଇବା ଆଶାରେ ଆଶା ବାନ୍ଧିବସିଛନ୍ତି। ତେବେ ପୁଲିସର ବିନା ମାମଲା ରୁଜୁରେ କିଭଳି ଲୋକଙ୍କୁ ଚିହ୍ନଟକରି ଲୋକଙ୍କୁ ଫେରାଇବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଆଜି ଯାଏଁ ପୁଲିସ ମାତ୍ର ୧କୋଟି ୪୮ ଲକ୍ଷ ୧୧ହଜାର ୮୭୦ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଅବଶିଷ୍ଟ ଟଙ୍କା କେବେ ଫେରିପାଇବେ କହିବା କାଠିକର ପାଠ ହୋଇପଡ଼ିଛି। ସେଭଳି ସାଇବର୍‍ ହେଲ୍ପଡେସ୍କକୁ ଅନ୍ୟ ରାଜ୍ୟରୁ ୪ହଜାର ୨୧୭ଟି କଲ୍‍ ଆସିଥିବା ବେଳେ ୧୦କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି। ସାଇବର୍‍ ଠକେଇ ମାମଲାର ତଦନ୍ତ କେବଳ ଇନ୍ସସ୍ପେକ୍ଟର ପାହ୍ୟା କିମ୍ବା ଉପରିସ୍ଥ ଅଧିକାରୀ ତଦନ୍ତ କରିପାରିବାର ନିର୍ଦ୍ଦେଶାନାମା ରହିଛି।

ତେବେ ସାଇବର୍‍ ସଂଖ୍ୟାକୁ ଦେଖି କେଉଁଠୁ ଏତେ ସଂଖ୍ୟାକ ବରିଷ୍ଠ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ବଡ଼ ସାଇବର୍‍ ଠକେଇ ମାମଲା ରୁଜୁ କରାଯାଉଛି ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ କହିଛନ୍ତି। ଏଥିସହିତ ଅଳ୍ପପରିମାଣର ଠକେଇଗୁଡ଼ିକ ମାମଲା ରୁଜୁ କରାଯାଉ ନ ଥିଲେ ମଧ୍ୟ ଗୁରୁତର ସହ ନିଆଯାଇ ତଦନ୍ତ କରାଯାଉଛି ବୋଲି ଅଧିକାରୀ ଜଣକ ସଫେଇ ଦେଇଛନ୍ତି। ତେବେ ତଦନ୍ତ ଅଧିକାରୀ ଅଭାବରୁ ହେଲ୍ପଡେସ୍କରେ ଥିବା କର୍ମଚାରୀଙ୍କ ଉପରେ ଦିନକୁ ଦିନ ଚାପ ବଢ଼଼ିବାରେ ଲାଗିଛି।
ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୩୬୮ଜଣ ଠକେଇ ହୋଇଥିବା ବେଳେ ୧୯ଟି ମାମଲା ରୁଜୁ କରାଯାଇଛି।

ସେଭଳି ଫେବୃଆରୀ ୩୨୨ ଠକେଇ ହୋଇଥିବା ବେଳେ ୧୩ମାମଲା, ମାର୍ଚ୍ଚ ୩୧୦ ଠକେଇ ୧୬ ମାମଲା, ଏପ୍ରିଲ ୨୨୦ ଠକେଇ ୧୧ ମାମଲା, ମେ ୨୫୬ ଠକେଇ ୧୭ ମାମଲା, ଜୁନ୍‍ ୨୨୯ ଠକେଇ ୧୪ ମାମଲା, ଜୁଲାଇ ୨୩୦ ଠକେଇ ୧୫ ମାମଲା, ଅଗଷ୍ଟ ୨୪୫ ଠକେଇ ୧୩ ମାମଲା, ସେପ୍ଟେମ୍ବର ୨୩୧ ଠକେଇ ୧୩ ମାମଲା, ଅକ୍ଟୋବର ୨୪୦ ଠକେଇ ୧୯ ମାମଲା ଓ ନଭେମ୍ବରରେ ୨୪୬ଜଣ ଠକେଇ ଶିକାର ହୋଇଥିବା ବେଳେ ୧୩ଟି ମାମଲା ରୁଜୁ କରିଛି ପୁଲିସ। ସେପଟେ ପୁଲିସ ମାତ୍ର ୬୭ଟି ମାମଲା ରୁଜୁକରି ୧୩ଜଣଙ୍କୁ ଗିରଫ କରିଥିବା ତଥ୍ୟ ଦେଇଛି। ସେଭଳି ରାଜଧାନୀରେ ସାଇବର୍‍ ଅପରାଧ ଦିନକୁୁ ଦିନ ବଢ଼଼ୁଥିବାରୁ ଭୁବନେଶ୍ୱର ସମେତ ୧୧ଟି ନୂଆ ସାଇବର ଥାନା ଖୋଲିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର