ୱାଲଟିୟର ୱାର୍‌: ଓଡ଼ିଶା ପରାସ୍ତ, ବିଶାଖାପାଟଣା ଡିଭିଜନରେ ରହିବ ଲାଭକାରୀ ଅଞ୍ଚଳ

The Sakala Picture
Published On

ଭୁବନେଶ୍ୱର: ‘ୱାଲଟିୟର ୱାର’ରେ ପରାସ୍ତ ହୋଇଛି ଓଡ଼ିଶା । ଏହି ରେଳ ଡିଭିଜନକୁ ଖଣ୍ଡଖଣ୍ଡ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ଦେଇଛି। ଏହାସହିତ ପୂର୍ବ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ ପରିବର୍ତ୍ତନ କରିଛି। ୱାଲଟିୟର ଡିଭିଜନ ବ୍ରିଟିଶ୍‌ ନାମକୁ ସୂଚାଉଥିବାରୁ ଏହାକୁ ପରିବର୍ତ୍ତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ପରେ ଓଡ଼ିଶାର ଶେଷ ଚେଷ୍ଟା ଓ ସମସ୍ତ ଦାବି ନିଷ୍ଫଳ ହୋଇଛି। ଇଷ୍ଟକୋଷ୍ଟ ରେଳବାଇରୁ ୱାଲଟିୟର […]

ଭୁବନେଶ୍ୱର: ‘ୱାଲଟିୟର ୱାର’ରେ ପରାସ୍ତ ହୋଇଛି ଓଡ଼ିଶା । ଏହି ରେଳ ଡିଭିଜନକୁ ଖଣ୍ଡଖଣ୍ଡ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ଦେଇଛି। ଏହାସହିତ ପୂର୍ବ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ ପରିବର୍ତ୍ତନ କରିଛି। ୱାଲଟିୟର ଡିଭିଜନ ବ୍ରିଟିଶ୍‌ ନାମକୁ ସୂଚାଉଥିବାରୁ ଏହାକୁ ପରିବର୍ତ୍ତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ପରେ ଓଡ଼ିଶାର ଶେଷ ଚେଷ୍ଟା ଓ ସମସ୍ତ ଦାବି ନିଷ୍ଫଳ ହୋଇଛି। ଇଷ୍ଟକୋଷ୍ଟ ରେଳବାଇରୁ ୱାଲଟିୟର ନାମ ଲିଭାଇ ଦିଆଯିବା ସହ ଓଡ଼ିଶାକୁ ରାୟଗଡ଼ା ଡିଭିଜନ ଭାବରେ ଏକ ଲଲିପପ୍‌ ଧରାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବିଶାଖାପାଟଣା ଡିଭିଜନ୍‌ ଗଠନ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହାସହ ୱାଲଟିୟର ଡିିଭିଜନକୁ ଦୁଇ ଭାଗରେ ବାଣ୍ଟିବାକୁ ରେଳ ବୋର୍ଡ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି। ୱାଲଟିୟର ଡିଭିଜନର ବିଭାଜନ କରାଯାଇ ଗୋଟିଏ ଭାଗରେ ପଲାସା-ବିଶାଖାପାଟଣା-ଦୁଭାଡ଼ା, କୁନେରୁ-ବିଜୟନଗରମ୍‌, ନୂଆପଡ଼ା ଜଂସନ୍‌-ପାରଳାଖେମୁଣ୍ଡି, ବୋବିଲି ଜଂସନ୍‌-ସାଲୁର, ସୀମାଞ୍ଚଳମ୍‌ ଉତ୍ତର-ଦୁଭାଡ଼ା ବାଇପାସ, ଭାଦାଲାପୁଡି-ଦୁଭାଡ଼ା ଓ ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟ-ଜଗାୟାପେଲେମ୍‌ (୪୧୦ କିମି) ସେକ୍ସନ୍‌କୁ ନବଗଠିତ ଦକ୍ଷିଣ ତଟ ରେଳପଥ ଅଧୀନରେ ରଖାଯାଇଛି। ଏହା ବିଶାଖାପାଟଣା ଡିଭିଜନ୍‌ ଭାବରେ ମାନ୍ୟତା ପାଇବ। ଅପରପକ୍ଷେ ପୂର୍ବତଟ ରେଳପଥ ଅଧୀନରେ କୋଟ୍ଟାଭାଲାସା-ବାଚେଲି, କୁନେରୁ-ଥେରୁବାଲି ଜଙ୍କସନ, ସିଗନାପୁର ରୋଡ଼-କୋରାପୁଟ ଜଙ୍କସନ୍‌, ପାରଳାଖେମୁଣ୍ଡି-ଗୁଣୁପୁର (୬୮୦ କିମି) ରହିବ। ୱାଲିଟିୟର୍‌ ଡିଭିଜନ୍‌ର ଏସବୁ ସେକ୍ସନ୍‌ ପୂର୍ବତଟ ରେଳପଥ ରାୟଗଡ଼ା ଡିଭିଜନ୍‌ ଅଧୀନରେ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ରାୟଗଡ଼ା ଡିଭିଜନରେ ରେଳ ପଥର ଦୈର୍ଘ୍ୟ ଅଧିକ ରହିଥିଲେ ମଧ୍ୟ ତୁଳନାତ୍ମକ ଭାବରେ ଏହା କମ୍‌ ରାଜସ୍ୱ ଆୟକାରୀ ଅଞ୍ଚଳ ରୂପେ ପରିଗଣିତ ହେବ। ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳପଥରୁ କାଢ଼ି ନିଆଯିବାକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯାଉଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଗୁରତ୍ୱ ଦେଇ ନାହାନ୍ତି। ବିରୋଧୀ ବିଜେଡି, କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଆପତ୍ତି କରିଥିଲେ ହେଁ ରେଳବାଇ ମଧ୍ୟ ଏ ପ୍ରସଙ୍ଗରେ ନିରବ ରହିଛି । ରାଜ୍ୟର ଡବଲ ଇଞ୍ଜିନ୍‌ ସରକାର ମଧ୍ୟ ଏହି ପ୍ରସଙ୍ଗରେ ରହସ୍ୟମୟ ନିରବତା ଅବଲମ୍ବନ କରିଛନ୍ତି । ଯାହା ଫଳରେ ଓଡ଼ିଶା ସବୁ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର