ଭାଇରାଲ ଭିଡିଓ: ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଅମାନୁଷିକ କାଣ୍ଡ, ଜଣେ ବୃଦ୍ଧଙ୍କୁ ମାରିଚାଲିଛନ୍ତି ବିଧା ଓ ଚାପୁଡା

The Sakala Picture
Published On

ସୋଶିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମଳିଛି ଜଣେ ସାପ ଧରାଳିଙ୍କୁ ସ୍ନେକ ହେଲ୍ପଲାଇନର ସଦସ୍ଯ ଅମାନୁଷିକ ଭାବେ ପିଟୁଛନ୍ତି। ଭିଡଓରେ ଦେଖିବାକୁ ମିଳୁଛି ବୃଦ୍ଧଙ୍କ ହାତରେ ଅଛି ଏକ ବଡ ଅଜଗର ସାପ। ସାପଟିକୁ ବୃଦ୍ଧଙ୍କ ପାଖରୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ବୁଝାସୁଝା କରୁଛନ୍ତି। କିନ୍ତୁ ବୃଦ୍ଧ ଜଣଙ୍କ ସାପଟିକୁ ଦେବାକୁ କୁଣ୍ଠାବୋଧ କରିବାରୁ ସ୍ନେକ ହେଲ୍ପଲାଇନ ସଦସ୍ଯ ବୃଦ୍ଧଙ୍କୁ ଚାପୁଡାପରେ ଚାପୁଡା ଓ […]

ସୋଶିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମଳିଛି ଜଣେ ସାପ ଧରାଳିଙ୍କୁ ସ୍ନେକ ହେଲ୍ପଲାଇନର ସଦସ୍ଯ ଅମାନୁଷିକ ଭାବେ ପିଟୁଛନ୍ତି। ଭିଡଓରେ ଦେଖିବାକୁ ମିଳୁଛି ବୃଦ୍ଧଙ୍କ ହାତରେ ଅଛି ଏକ ବଡ ଅଜଗର ସାପ। ସାପଟିକୁ ବୃଦ୍ଧଙ୍କ ପାଖରୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ବୁଝାସୁଝା କରୁଛନ୍ତି। କିନ୍ତୁ ବୃଦ୍ଧ ଜଣଙ୍କ ସାପଟିକୁ ଦେବାକୁ କୁଣ୍ଠାବୋଧ କରିବାରୁ ସ୍ନେକ ହେଲ୍ପଲାଇନ ସଦସ୍ଯ ବୃଦ୍ଧଙ୍କୁ ଚାପୁଡାପରେ ଚାପୁଡା ଓ ବିଧା ମାରିବାରେ ଲାଗିଛନ୍ତି। ବୃଦ୍ଧ ଲୋକଟିଏ ଯେତେ କାକୁତିମିନତି କରି ଗୁହାରୀ କଲେ ମଧ୍ଯ ସ୍ନେକ ହେଲ୍ପଲାଇନ ସଦସ୍ଯ ଖାତିର ନ କରି ମାଡ ମାରିବାରେ ଲାଗିଛନ୍ତି। ଅତ୍ଯନ୍ତ ଦୁଃଖର କଥା ହେଲା ସେଠାରେ ଥିବା ଲୋକେ ସମସ୍ତେ ଦେଖଣାହାରୀ ପାଲଟିଛନ୍ତି। କେହି ସ୍ନେକ ହେଲ୍ପଲାଇନ ସଦସ୍ଯଙ୍କୁ ଅଟକାଉ ନହାନ୍ତି।  ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ମଣିଷ କୁ ଯିଏ ସମ୍ମାନ ଦେଇ ଜାଣିନି ସେ ଜୀବଜନ୍ତୁକୁ କଣ ଉଦ୍ଧାର କରିବ ବୋଲି ସୋଶିଆଲ ମିଡିଆରେ ଲୋକମାନେ ମତପ୍ରକାଶ କରୁଛନ୍ତି। ଆଉ କେହି କେହି ସମାଲୋଚନା କରି କହିଛନ୍ତି ଯେ, ତମେ ମଣିଷ ନା ପଶୁ, ଏପରି ଜଣେ ବୃଦ୍ଧ ଲୋକଙ୍କୁ କିପରି ମାରି ପାରୁଛ ।

ଆହୁରି ପଢ଼ନ୍ତୁ: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଓଡିଆ ଭାଷା କଥା ହେଉଥିବା ଜଣାପଡିଥିଲେ ମଧ୍ୟ ଘଟଣାଟି କେଉଁ ସ୍ଥାନର ତାହା ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୬ରୁ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଆବେଦନ

https://www.youtube.com/watch?v=PtDN3blsypk

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର