ଆକ୍ସନ ମୁଡ୍‌ରେ ଭିଜିଲାନ୍ସ : ବସୁନ୍ଧରା ଜମି କେଳେଙ୍କାରୀ ଘଟଣାରେ ୬ ଅଧିକାରୀଙ୍କୁ ମାରାଥନ ଜେରା

The Sakala Picture
Published On

ଜଗତସିଂହପୁର: ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ କଟକ ଭିଜିଲାନ୍ସ ସେଲ ପକ୍ଷରୁ ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି । ୨ ଜଣ ଡିଏସପି ଓ ଜଣେ ଇନ୍ସେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । ଦିର୍ଘ ଅଢେଇ ଘଣ୍ଟା କାଳ ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିବା ଜଣାଯାଇଛି । ଏଥିସହ ତାଙ୍କ ନିଜ ଘର ସିମୁଳିଆ ବ୍ଲକ […]

ଜଗତସିଂହପୁର: ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ କଟକ ଭିଜିଲାନ୍ସ ସେଲ ପକ୍ଷରୁ ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି । ୨ ଜଣ ଡିଏସପି ଓ ଜଣେ ଇନ୍ସେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । ଦିର୍ଘ ଅଢେଇ ଘଣ୍ଟା କାଳ ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିବା ଜଣାଯାଇଛି । ଏଥିସହ ତାଙ୍କ ନିଜ ଘର ସିମୁଳିଆ ବ୍ଲକ ଅଧିନ ପାନବରଜରେ ସକାଳୁ ଯାଞ୍ଚ କରାଯାଇ ଶ୍ରୀ ପଣ୍ଡାଙ୍କୁ ସାଥିରେ ଧରି ତିହିଡି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ସୂଚନା ମୁତାବକ, ଜଗତସିଂହ ଜିଲ୍ଲା କୁଜଙ୍ଗ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ବସୁନ୍ଧରା ଯୋଜନାରେ ଜମି କେଳେଙ୍କାରୀ ଘଟଣାରେ କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ଚଳିତ ମାସ ୨୨ ତାରିଖରେ ଏକ ମାମଲା ରୁଜୁ କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Vigilance Raid

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଶ୍ରୀ ପଣ୍ଡାଙ୍କ ସହିତ ଏହି ଘଟଣାରେ ଜଡିତ ବିଭିନ୍ନ ସ୍ଥାନରେ ଏକକାଳୀନଭାବେ ୫ ଜଣଙ୍କୁ ମଧ୍ୟ ଜେରା କରାଯାଇଛି । ବସୁନ୍ଧରା ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଇ ମୁଲ୍ୟବାନ ଜମି ପ୍ରଦାନ କରାଯାଇଥିବା ପରି ସଂଗୀନ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଉକ୍ତ କେଳେଙ୍କାରୀରେ ଜଡିତ ଜଗତସିଂପୁର ଜିଲ୍ଲାର ପ୍ରାକ୍ତନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପୂର୍ବତନ ଝିମାନୀ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପୂର୍ବତନ ପାରାଦ୍ୱୀପଗଡ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ କୁଜଙ୍ଗ ଆରଆଇ ସୁବାଶ ଚନ୍ଦ୍ର ଦାସ ଓ ପୂର୍ବତନ ପାଣ୍ଡୁଆ ଆରଆଇ ଯତିଭୁଷଣ ବାରିକଙ୍କୁ ଏକକାଳୀନ ଜେରା କରାଯାଇ କେଶ ମୁତାବକ ତଥ୍ୟ ହାସଲ କରାଯାଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Vigilance Raid

ତେବେ ଏହି ଭିଜିଲାନ୍ସ ଟିମ୍ ପକ୍ଷରୁ ମିଡିଆକୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଘଟଣାର ଭିତିରି ରହସ୍ୟ ଆହୁରି ଅଧିକ ରହିଥିବା ସନ୍ଦେହ ସୃଷ୍ଟି ହେଉଛି । ମୋଟ ଉପରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଘଟଣାରେ ୯ଟି ଟିମ୍ ସାମିଲ ହୋଇଥିଲେ । ଜଣେ ଅତିରିକ୍ତ ଏସପିଙ୍କ ସମେତ ୧୧ ଜଣ ଡିଏସପି ଓ ୬ ଜଣ ଇନ୍ସେକ୍ଟର ସାମିଲ ହୋଇଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର