କୋଭିଡ୍‍ ଡ୍ୟୁଟି ପାଇଁ ବିଏମ୍‍ସିରେ ଗାଡ଼ି ଲଗାଇ ମାଲିକ ହଟହଟା; ୩ ମାସ ହେଲା ମିଳୁନି ଭଡ଼ାଟଙ୍କା

The Sakala Picture
Published On

ଭୁବନେଶ୍ୱର: କୋଭିଡ୍‍ ପାଇଁ ବିଏମ୍‍ସିର ଦାୟିତ୍ୱ ବଢ଼଼ିଯାଇଥିଲା। ପିକ୍‍ ସମୟରେ ଅଧିକାରୀଙ୍କଠାରୁ କର୍ମଚାରୀମାନଙ୍କର କାମ ଦୁଇଗୁଣା ବଢ଼଼ିଯାଇଥିଲା। ଏହାସହିତ ବିଏମ୍‍ସିକୁ ବିଭିନ୍ନ ବିଭାଗରୁ ଡେପୁଟେସନର ଆସି ଅଧିକାରୀମାନେ କାର୍ଯ୍ୟଭାର ସମ୍ଭାଳିଥିଲେ। ତେବେ ଏହି ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ଅଧିକ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ବିଏ୍‍ମସି ପକ୍ଷରୁ ଗାଡ଼ି ଭଡ଼ାସୂତ୍ରରେ ନିଆଯାଇଥିଲା। ଧୀରେଧୀରେ କୋଭିଡ୍‍ କମିବା କାରଣରୁ ଏହି ଗାଡ଼ିଗୁଡ଼ିକୁ ଅପସାରଣ କରାଯାଇଥିଲେ ମଧ୍ୟ ଅନେକ ଗାଡ଼ି ମାଲିକ ବର୍ତ୍ତମାନ ୩ ମାସ ପର୍ଯ୍ୟନ୍ତ […]

ଭୁବନେଶ୍ୱର: କୋଭିଡ୍‍ ପାଇଁ ବିଏମ୍‍ସିର ଦାୟିତ୍ୱ ବଢ଼଼ିଯାଇଥିଲା। ପିକ୍‍ ସମୟରେ ଅଧିକାରୀଙ୍କଠାରୁ କର୍ମଚାରୀମାନଙ୍କର କାମ ଦୁଇଗୁଣା ବଢ଼଼ିଯାଇଥିଲା। ଏହାସହିତ ବିଏମ୍‍ସିକୁ ବିଭିନ୍ନ ବିଭାଗରୁ ଡେପୁଟେସନର ଆସି ଅଧିକାରୀମାନେ କାର୍ଯ୍ୟଭାର ସମ୍ଭାଳିଥିଲେ। ତେବେ ଏହି ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ଅଧିକ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ବିଏ୍‍ମସି ପକ୍ଷରୁ ଗାଡ଼ି ଭଡ଼ାସୂତ୍ରରେ ନିଆଯାଇଥିଲା। ଧୀରେଧୀରେ କୋଭିଡ୍‍ କମିବା କାରଣରୁ ଏହି ଗାଡ଼ିଗୁଡ଼ିକୁ ଅପସାରଣ କରାଯାଇଥିଲେ ମଧ୍ୟ ଅନେକ ଗାଡ଼ି ମାଲିକ ବର୍ତ୍ତମାନ ୩ ମାସ ପର୍ଯ୍ୟନ୍ତ ଭଡ଼ା ବାବଦରେ ଅର୍ଥ ପାଇ ନ ଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ଗାଡ଼ିମାଲିକମାନେ ବିଏମ୍‍ସି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ଗାଡ଼ି ପାଇଁ ମାଲିକାମାନେ ମାସିକିଆ ଇଏମ୍‍ଆଇ ଭରୁଛନ୍ତି। ମାତ୍ର କୋଭିଡ୍‍ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାପକ ପ୍ରଭାବିତ ହୋଇଛି। ହେଲେ ଯେଉଁ କେତେ ଦିନ ଗାଡ଼ି ଚାଲିଲା, ତାହାର ବି ଅର୍ଥ ଠିକ୍‍ଠାକ୍‍ ମିଳୁ ନ ଥିବାରୁ ଗାଡ଼ିମାଲିକମାନେ ବିରକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‍ ସଂକ୍ରମଣ ଶୀର୍ଷରେ ରାଜଧାନୀର ୬୭ଟି ୱାର୍ଡ ପାଇଁ ୬୭ଟି ଆର୍‍ଆରଟି ଟିମ୍‍ ଗଠନ କରାଯାଇଥିଲା। ଏଥିପାଇଁ ୬୭ ଟି ୪ ଚକିଆ ଗାଡ଼ି ଭଡ଼ାରେ ଅଣାଯାଇଥିଲା। ସେହିପରି ଡେପୁଟେସନରେ ଆସିଥିବା ଏଏସ୍‍ଓମାନଙ୍କ ପାଇଁ ମଧ୍ୟ ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଏମିତି ଜୋନ୍‍ ଅଫିସ୍‍ ଓ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ହେବା ପାଇଁ ପାଖାପାଖି ୧୦୦ଟି ଚାରିଚକିଆ ଗାଡ଼ି ଭଡ଼ାରେ ନିଆଯାଇଥିଲା। ତେବେ ଏମାନଙ୍କ ବିଭିନ୍ନ ଏଜେନ୍ସି ସହାୟତାରେ ନିଆଯାଇଥିବା ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି। ତେବେ କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ବର୍ତ୍ତମାନ ପାଖାପାଖି ୨୦ ଟି ଗାଡ଼ି ବିଏମ୍‍ସି ରଖିଥିବା ବେଳେ ବାକି ସବୁ ଗାଡ଼ିକୁ ଅପସାରଣ କରିଦିଆଯାଇଛି। ତେବେ ଠିକ୍‍ ସମୟେର ଅର୍ଥ ନ ମିଳିବାରୁ ଗାଡ଼ି ମାଲିକମାନେ ଡ୍ରାଇଭରଙ୍କୁ ମଧ୍ୟ ଅର୍ଥ ଦେଉ ନ ଥିବା ଜଣାପଡ଼ିଛି। ଯେଉଁଗାଡ଼ିରେ ଅଫିସର୍‍ମାନେ ବୁଲିଲେ ସେମାନଙ୍କୁ କରୋନା ଯୋଦ୍ଧା କୁହାଗଲା। ମାତ୍ର ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ଦୂରର କଥା ଠିକ ସମୟରେ ନିଜର ଅର୍ଥ ମଧ୍ୟ ଦିଆଯାଇ ନ ଥିବାରୁ ଜଣେ ଡ୍ରାଇଭର ବିରକ୍ତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ତେବେ ଘଟଣା ସମ୍ପର୍କରେ ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‍ସି ପକ୍ଷରୁ ଅର୍ଥ ଦେବାରେ କିଛି ସମସ୍ୟା ନାହିଁ। ବିଭିନ୍ନ କାଗଜପତ୍ର ଦାଖଲ ପରେ ଟଙ୍କା ଦିଆଯାଇଥାଏ। ତେବେ ବିଭିନ୍ନ ଏଜେନ୍ସି ଗାଡ଼ି ଯୋଗାଇବା ସମୟରେ ବିଏମ୍‍ସି ସହିତ ଏଗ୍ରିମେଣ୍ଟ କରିଛନ୍ତି। ଏହି ଆଧାରରେ ବିଏମ୍‍ସି ସେମାନଙ୍କୁ ଅର୍ଥ ଦେବ। ତେଣୁ ଗାଡ଼ିମାଲିକମାନଙ୍କ ସହିତ ବିଏମ୍‍ସିର ସିଧାସଳଖ ସମ୍ପର୍କ ନାହିଁ। ତେଣୁ ଏଜେନ୍ସିମାନେ ଯାହାଠାରୁ ଗାଡ଼ି ଆଣିଥିଲେ ସେମାନଙ୍କ ଆର୍ଥ଄କ କାରବାର ବୁଝିବା କଥା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

21 Aug 2021 By The Sakala

କୋଭିଡ୍‍ ଡ୍ୟୁଟି ପାଇଁ ବିଏମ୍‍ସିରେ ଗାଡ଼ି ଲଗାଇ ମାଲିକ ହଟହଟା; ୩ ମାସ ହେଲା ମିଳୁନି ଭଡ଼ାଟଙ୍କା

ଭୁବନେଶ୍ୱର: କୋଭିଡ୍‍ ପାଇଁ ବିଏମ୍‍ସିର ଦାୟିତ୍ୱ ବଢ଼଼ିଯାଇଥିଲା। ପିକ୍‍ ସମୟରେ ଅଧିକାରୀଙ୍କଠାରୁ କର୍ମଚାରୀମାନଙ୍କର କାମ ଦୁଇଗୁଣା ବଢ଼଼ିଯାଇଥିଲା। ଏହାସହିତ ବିଏମ୍‍ସିକୁ ବିଭିନ୍ନ ବିଭାଗରୁ ଡେପୁଟେସନର ଆସି ଅଧିକାରୀମାନେ କାର୍ଯ୍ୟଭାର ସମ୍ଭାଳିଥିଲେ। ତେବେ ଏହି ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ଅଧିକ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ବିଏ୍‍ମସି ପକ୍ଷରୁ ଗାଡ଼ି ଭଡ଼ାସୂତ୍ରରେ ନିଆଯାଇଥିଲା। ଧୀରେଧୀରେ କୋଭିଡ୍‍ କମିବା କାରଣରୁ ଏହି ଗାଡ଼ିଗୁଡ଼ିକୁ ଅପସାରଣ କରାଯାଇଥିଲେ ମଧ୍ୟ ଅନେକ ଗାଡ଼ି ମାଲିକ ବର୍ତ୍ତମାନ ୩ ମାସ ପର୍ଯ୍ୟନ୍ତ ଭଡ଼ା ବାବଦରେ ଅର୍ଥ ପାଇ ନ ଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ଗାଡ଼ିମାଲିକମାନେ ବିଏମ୍‍ସି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ଗାଡ଼ି ପାଇଁ ମାଲିକାମାନେ ମାସିକିଆ ଇଏମ୍‍ଆଇ ଭରୁଛନ୍ତି। ମାତ୍ର କୋଭିଡ୍‍ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାପକ ପ୍ରଭାବିତ ହୋଇଛି। ହେଲେ ଯେଉଁ କେତେ ଦିନ ଗାଡ଼ି ଚାଲିଲା, ତାହାର ବି ଅର୍ଥ ଠିକ୍‍ଠାକ୍‍ ମିଳୁ ନ ଥିବାରୁ ଗାଡ଼ିମାଲିକମାନେ ବିରକ୍ତି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‍ ସଂକ୍ରମଣ ଶୀର୍ଷରେ ରାଜଧାନୀର ୬୭ଟି ୱାର୍ଡ ପାଇଁ ୬୭ଟି ଆର୍‍ଆରଟି ଟିମ୍‍ ଗଠନ କରାଯାଇଥିଲା। ଏଥିପାଇଁ ୬୭ ଟି ୪ ଚକିଆ ଗାଡ଼ି ଭଡ଼ାରେ ଅଣାଯାଇଥିଲା। ସେହିପରି ଡେପୁଟେସନରେ ଆସିଥିବା ଏଏସ୍‍ଓମାନଙ୍କ ପାଇଁ ମଧ୍ୟ ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଏମିତି ଜୋନ୍‍ ଅଫିସ୍‍ ଓ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ହେବା ପାଇଁ ପାଖାପାଖି ୧୦୦ଟି ଚାରିଚକିଆ ଗାଡ଼ି ଭଡ଼ାରେ ନିଆଯାଇଥିଲା। ତେବେ ଏମାନଙ୍କ ବିଭିନ୍ନ ଏଜେନ୍ସି ସହାୟତାରେ ନିଆଯାଇଥିବା ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି। ତେବେ କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ବର୍ତ୍ତମାନ ପାଖାପାଖି ୨୦ ଟି ଗାଡ଼ି ବିଏମ୍‍ସି ରଖିଥିବା ବେଳେ ବାକି ସବୁ ଗାଡ଼ିକୁ ଅପସାରଣ କରିଦିଆଯାଇଛି। ତେବେ ଠିକ୍‍ ସମୟେର ଅର୍ଥ ନ ମିଳିବାରୁ ଗାଡ଼ି ମାଲିକମାନେ ଡ୍ରାଇଭରଙ୍କୁ ମଧ୍ୟ ଅର୍ଥ ଦେଉ ନ ଥିବା ଜଣାପଡ଼ିଛି। ଯେଉଁଗାଡ଼ିରେ ଅଫିସର୍‍ମାନେ ବୁଲିଲେ ସେମାନଙ୍କୁ କରୋନା ଯୋଦ୍ଧା କୁହାଗଲା। ମାତ୍ର ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ଦୂରର କଥା ଠିକ ସମୟରେ ନିଜର ଅର୍ଥ ମଧ୍ୟ ଦିଆଯାଇ ନ ଥିବାରୁ ଜଣେ ଡ୍ରାଇଭର ବିରକ୍ତ ପ୍ରକାଶ କରିଛନ୍ତି।

ତେବେ ଘଟଣା ସମ୍ପର୍କରେ ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‍ସି ପକ୍ଷରୁ ଅର୍ଥ ଦେବାରେ କିଛି ସମସ୍ୟା ନାହିଁ। ବିଭିନ୍ନ କାଗଜପତ୍ର ଦାଖଲ ପରେ ଟଙ୍କା ଦିଆଯାଇଥାଏ। ତେବେ ବିଭିନ୍ନ ଏଜେନ୍ସି ଗାଡ଼ି ଯୋଗାଇବା ସମୟରେ ବିଏମ୍‍ସି ସହିତ ଏଗ୍ରିମେଣ୍ଟ କରିଛନ୍ତି। ଏହି ଆଧାରରେ ବିଏମ୍‍ସି ସେମାନଙ୍କୁ ଅର୍ଥ ଦେବ। ତେଣୁ ଗାଡ଼ିମାଲିକମାନଙ୍କ ସହିତ ବିଏମ୍‍ସିର ସିଧାସଳଖ ସମ୍ପର୍କ ନାହିଁ। ତେଣୁ ଏଜେନ୍ସିମାନେ ଯାହାଠାରୁ ଗାଡ଼ି ଆଣିଥିଲେ ସେମାନଙ୍କ ଆର୍ଥ଄କ କାରବାର ବୁଝିବା କଥା ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର