ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଆବିଷ୍କାର; ମାଧ୍ୟାକର୍ଷଣ ଶକ୍ତିରେ ଚାଲିବ ଇଞ୍ଜିନ

The Sakala Picture
Published On

ବାଲେଶ୍ୱର: ମାଧ୍ୟାକର୍ଷଣ ଶକ୍ତିରେ ଚାଲିବ ଇଞ୍ଜିନ ଏବଂ କାର୍ଯ୍ୟକ୍ଷମ ହେବ ବିଭିନ୍ନ ମୋଟରଯାନ ସହ ଉଡ଼ାଜାହାଜ। ଏଭଳି ଏକ ଯନ୍ତ୍ରାଂଶ ତିଆରି କରିଛନ୍ତି ବାଲେଶ୍ୱର ଜିଲ୍ଲା ତୁଣ୍ଡରା ପଞ୍ଚାୟତର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବିନାରାୟଣ ନାୟକ। ଏପରିକି ସେ ତିଆରି କରିଥିବା ଯନ୍ତ୍ରାଂଶର ନାଁ ଦେଇଛନ୍ତି ଗ୍ରାଭିଟାସନାଲ ଇଞ୍ଜନ ବୋଲି। ଶିକ୍ଷକତା କରୁଥିବା ସମୟରୁ ହିଁ ସେ ଆରମ୍ଭ କରିଥିଲେ ଏହି ପ୍ରକଳ୍ପର କାର୍ଯ୍ୟ। ଦୀର୍ଘ ୪୦ବର୍ଷ ଧରି ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିବା ବେଳେ […]

ବାଲେଶ୍ୱର: ମାଧ୍ୟାକର୍ଷଣ ଶକ୍ତିରେ ଚାଲିବ ଇଞ୍ଜିନ ଏବଂ କାର୍ଯ୍ୟକ୍ଷମ ହେବ ବିଭିନ୍ନ ମୋଟରଯାନ ସହ ଉଡ଼ାଜାହାଜ। ଏଭଳି ଏକ ଯନ୍ତ୍ରାଂଶ ତିଆରି କରିଛନ୍ତି ବାଲେଶ୍ୱର ଜିଲ୍ଲା ତୁଣ୍ଡରା ପଞ୍ଚାୟତର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବିନାରାୟଣ ନାୟକ। ଏପରିକି ସେ ତିଆରି କରିଥିବା ଯନ୍ତ୍ରାଂଶର ନାଁ ଦେଇଛନ୍ତି ଗ୍ରାଭିଟାସନାଲ ଇଞ୍ଜନ ବୋଲି। ଶିକ୍ଷକତା କରୁଥିବା ସମୟରୁ ହିଁ ସେ ଆରମ୍ଭ କରିଥିଲେ ଏହି ପ୍ରକଳ୍ପର କାର୍ଯ୍ୟ। ଦୀର୍ଘ ୪୦ବର୍ଷ ଧରି ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ସେ ଦାବି କରିଛନ୍ତି ଯେ ମାଧ୍ୟାକର୍ଷଣ ଶକ୍ତିରେ ଏହି ଇଞ୍ଜିନ କାର୍ଯ୍ୟକ୍ଷମ କରିବ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ସୂଚନା ଅନୁସାରେ, ରବିନାରାୟଣ ଜଣେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ। ବୟସ ଏବେ ତାଙ୍କୁ ୭୬ ହେଲାଣି। ୨୦୦୬ ମସିହାରୁ ସେ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ। ହେଲେ ଶିକ୍ଷକତା କରୁଥିବା ସମୟରେ ସେ ଚିନ୍ତା କରିଥିଲେ ଯେ ପେଟ୍ରୋଲ ଡିଜେଲ ବିନା କିପରି ଯାନବାହାନ ଚଳାଚଳ କରିପାରିବ। ସେ ନେଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ସେ କିଛି କାଠ ସାହାଯ୍ୟରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସଠିକ ଭାବେ ଏହା ଚାଲିବା ପରେ ସେ ଲୁହାରେ ଏହି ଯନ୍ତ୍ରାଂଶଟି ତିଆରି କରିଥିଲେ। ତେବେ ଏହି ଯନ୍ତ୍ରାଂଶଟି ସମ୍ପୂର୍ଣ୍ଣ ଭାବେ ତିଆରି ହୋଇ କାର୍ଯ୍ୟକ୍ଷମ ହେଲେ ବାଇକଠାରୁ ଆରମ୍ଭ କରି କାର ଏବଂ ଉଡାଜାହାଜ ଚାଲିପାରିବ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଏହି ଯନ୍ତ୍ରାଂଶଟି ନ୍ୟୁଟନଙ୍କ ତୃତୀୟ ନିୟମ ଅନୁସାରେ ତିଆରି ହୋଇଥିବା ନେଇ ଶିକ୍ଷକ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଯନ୍ତ୍ରାଂଶଟିକୁ ଦୀର୍ଘ ୪୦ବର୍ଷ ଧରି ତିଆରି କରୁଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଛି। ବିଶେଷ କରି କିଛି ମାସ ତଳେ ସେ ଜିଲ୍ଲାପାଳଙ୍କୁ ଭେଟି ଏହି ଯନ୍ତ୍ରାଂଶ ସମ୍ପର୍କରେ ଆଲୋଚନା କରିବା ସହ ଏକ ଲେଖା ମଧ୍ୟ ଦେଇଥିଲେ। ଏନେଇ ଗତ ଅକ୍ଟୋବର ମାସରେ ଭୁବନେଶ୍ୱର ଏକ ଯାଞ୍ଚ ଟିମ ତାଙ୍କ ଘରେ ପହଁଚି ସମ୍ପୃକ୍ତ ଯନ୍ତ୍ରାଂଶଟିକୁ ଯାଞ୍ଚ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି। ଆଜି ଉକ୍ତ ଯନ୍ତ୍ରାଂଶଟିକୁ ଧରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ତେବେ ତାଙ୍କୁ ଏନେଇ ସରକାରୀ ସହାୟତା ପ୍ରଦାନ କରାଗଲେ ଏହି ଯନ୍ତ୍ରାଂଶଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

20 Jan 2023 By The Sakala

ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଆବିଷ୍କାର; ମାଧ୍ୟାକର୍ଷଣ ଶକ୍ତିରେ ଚାଲିବ ଇଞ୍ଜିନ

ବାଲେଶ୍ୱର: ମାଧ୍ୟାକର୍ଷଣ ଶକ୍ତିରେ ଚାଲିବ ଇଞ୍ଜିନ ଏବଂ କାର୍ଯ୍ୟକ୍ଷମ ହେବ ବିଭିନ୍ନ ମୋଟରଯାନ ସହ ଉଡ଼ାଜାହାଜ। ଏଭଳି ଏକ ଯନ୍ତ୍ରାଂଶ ତିଆରି କରିଛନ୍ତି ବାଲେଶ୍ୱର ଜିଲ୍ଲା ତୁଣ୍ଡରା ପଞ୍ଚାୟତର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବିନାରାୟଣ ନାୟକ। ଏପରିକି ସେ ତିଆରି କରିଥିବା ଯନ୍ତ୍ରାଂଶର ନାଁ ଦେଇଛନ୍ତି ଗ୍ରାଭିଟାସନାଲ ଇଞ୍ଜନ ବୋଲି। ଶିକ୍ଷକତା କରୁଥିବା ସମୟରୁ ହିଁ ସେ ଆରମ୍ଭ କରିଥିଲେ ଏହି ପ୍ରକଳ୍ପର କାର୍ଯ୍ୟ। ଦୀର୍ଘ ୪୦ବର୍ଷ ଧରି ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ସେ ଦାବି କରିଛନ୍ତି ଯେ ମାଧ୍ୟାକର୍ଷଣ ଶକ୍ତିରେ ଏହି ଇଞ୍ଜିନ କାର୍ଯ୍ୟକ୍ଷମ କରିବ।

ସୂଚନା ଅନୁସାରେ, ରବିନାରାୟଣ ଜଣେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ। ବୟସ ଏବେ ତାଙ୍କୁ ୭୬ ହେଲାଣି। ୨୦୦୬ ମସିହାରୁ ସେ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ। ହେଲେ ଶିକ୍ଷକତା କରୁଥିବା ସମୟରେ ସେ ଚିନ୍ତା କରିଥିଲେ ଯେ ପେଟ୍ରୋଲ ଡିଜେଲ ବିନା କିପରି ଯାନବାହାନ ଚଳାଚଳ କରିପାରିବ। ସେ ନେଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ସେ କିଛି କାଠ ସାହାଯ୍ୟରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସଠିକ ଭାବେ ଏହା ଚାଲିବା ପରେ ସେ ଲୁହାରେ ଏହି ଯନ୍ତ୍ରାଂଶଟି ତିଆରି କରିଥିଲେ। ତେବେ ଏହି ଯନ୍ତ୍ରାଂଶଟି ସମ୍ପୂର୍ଣ୍ଣ ଭାବେ ତିଆରି ହୋଇ କାର୍ଯ୍ୟକ୍ଷମ ହେଲେ ବାଇକଠାରୁ ଆରମ୍ଭ କରି କାର ଏବଂ ଉଡାଜାହାଜ ଚାଲିପାରିବ ବୋଲି ସେ ଦାବି କରିଛନ୍ତି।

ଏହି ଯନ୍ତ୍ରାଂଶଟି ନ୍ୟୁଟନଙ୍କ ତୃତୀୟ ନିୟମ ଅନୁସାରେ ତିଆରି ହୋଇଥିବା ନେଇ ଶିକ୍ଷକ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଯନ୍ତ୍ରାଂଶଟିକୁ ଦୀର୍ଘ ୪୦ବର୍ଷ ଧରି ତିଆରି କରୁଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଛି। ବିଶେଷ କରି କିଛି ମାସ ତଳେ ସେ ଜିଲ୍ଲାପାଳଙ୍କୁ ଭେଟି ଏହି ଯନ୍ତ୍ରାଂଶ ସମ୍ପର୍କରେ ଆଲୋଚନା କରିବା ସହ ଏକ ଲେଖା ମଧ୍ୟ ଦେଇଥିଲେ। ଏନେଇ ଗତ ଅକ୍ଟୋବର ମାସରେ ଭୁବନେଶ୍ୱର ଏକ ଯାଞ୍ଚ ଟିମ ତାଙ୍କ ଘରେ ପହଁଚି ସମ୍ପୃକ୍ତ ଯନ୍ତ୍ରାଂଶଟିକୁ ଯାଞ୍ଚ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି। ଆଜି ଉକ୍ତ ଯନ୍ତ୍ରାଂଶଟିକୁ ଧରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ତେବେ ତାଙ୍କୁ ଏନେଇ ସରକାରୀ ସହାୟତା ପ୍ରଦାନ କରାଗଲେ ଏହି ଯନ୍ତ୍ରାଂଶଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର