ଅଣକୋଭିଡ୍ ମୃତକଙ୍କ ସଂସ୍କାର ସମସ୍ୟା : ଶବ ଖୋଜୁଛି ମଶାଣି

The Sakala Picture
Published On

ଭୁବନେଶ୍ବର : ଜୟଦେବ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ବାପା ନିଜ ଘରେ ବୟସାଧୂକ୍ୟ କାରଣରୁ ମୃତ୍ୟୁବରଣ କଲେ । ପରିବାର ଲୋକ, ବନ୍ଧୁବାନ୍ଧବ ସମସ୍ତେ ଥିଲାବାଲା ଲୋକ, ଭୁବନେଶ୍ଵରର ପୁରୁଣା ଲୋକ। କିନ୍ତୁ ଶବ ସତ୍କାର କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ମଶାଣି ମିଳିଲା ନାହିଁ । ଶେଷରେ ଫ୍ରିଜର୍ ଭଡ଼ାରେ ଆଣି ଘରେ ଶବ ରଖିବାକୁ ପଡ଼ିଲା। ୨୪ ଘଣ୍ଟା ପରେ ଯାଇ ପୋଡ଼ିବା ବ୍ୟବସ୍ଥା ହୋଇପାରିଲା। ତାହା ପୁଣି ନିଜ ବ୍ୟବସ୍ଥାରେ। ମୃତ […]

ଭୁବନେଶ୍ବର : ଜୟଦେବ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ବାପା ନିଜ ଘରେ ବୟସାଧୂକ୍ୟ କାରଣରୁ ମୃତ୍ୟୁବରଣ କଲେ । ପରିବାର ଲୋକ, ବନ୍ଧୁବାନ୍ଧବ ସମସ୍ତେ ଥିଲାବାଲା ଲୋକ, ଭୁବନେଶ୍ଵରର ପୁରୁଣା ଲୋକ। କିନ୍ତୁ ଶବ ସତ୍କାର କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ମଶାଣି ମିଳିଲା ନାହିଁ । ଶେଷରେ ଫ୍ରିଜର୍ ଭଡ଼ାରେ ଆଣି ଘରେ ଶବ ରଖିବାକୁ ପଡ଼ିଲା। ୨୪ ଘଣ୍ଟା ପରେ ଯାଇ ପୋଡ଼ିବା ବ୍ୟବସ୍ଥା ହୋଇପାରିଲା। ତାହା ପୁଣି ନିଜ ବ୍ୟବସ୍ଥାରେ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଭୁଲ୍ ଏତିକି ଥିଲା ଯେ ସେମାନେ କୋଭିଡ୍ ରୋଗୀ ପୋଡ଼ା ହେଉ ନ ଥିବା ମଶାଣିରେ ନିଜ ବାପାଙ୍କ ମୃତଦେହର ସତ୍କାର କରିବାକୁ ଚାହୁଁଥିଲେ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ଭୁବନେଶ୍ବରରେ ଯେଉଁଠି ପ୍ରଶାସନ ତରଫରୁ ଅଣକୋଭିଡ୍ ମୃତଦେହ ପୋଡ଼ିବା ବ୍ୟବସ୍ଥା ଅଛି ସେହି ଠାରେ କୋଭିଡ ମୃତକଙ୍କ ସତ୍କାର କରାଯାଉଛି। ଏପରିସ୍ଥଳେ ଘରେ କିମ୍ବା ଡାକ୍ତରଖାନାରେ ମୃତ୍ୟୁ ହେଉଥିବା ଲୋକଙ୍କ ଶବ ସତ୍କାର ବହୁତ ବଡ଼ ସମସ୍ୟା | କୋଭିଡ୍ ଆସିବା ପରେ ମଶାଣିର ଗୁରୁତ୍ଵ ବହୁତ ବଢ଼ି ଯାଇଛି। ବିଏମ୍‌ସି ପକ୍ଷରୁ ସତ୍ୟନଗର ଓ ଭରତପୁର ମଶାଣିରେ କୋଭିଡ୍ ମୃତଦେହ ପୋଡ଼ିବା ବନ୍ଦୋବସ୍ତ କରାଯାଇଛି। ସେଠାରେ ସାଧାରଣ ମୃତକଙ୍କ ସତ୍କାର ପାଇଁ ମଧ୍ୟ ବ୍ୟବସ୍ଥା ଅଛି। କିନ୍ତୁ ଯେଉଁ ଲୋକ ଘରେ ଅନ୍ୟ କୌଣସି ରୋଗରେ ପଡ଼ି କିମ୍ବା ସଡ଼କ ଦୁର୍ଘଟଣା ଅବା ବୟସାଧିକ୍ୟ କାରଣ ପାଇଁ ମୃତ୍ୟୁବରଣ କରୁଛନ୍ତି ସେମାନେ କୋଭିଡ ରୋଗୀ ପୋଡ଼ା ଯାଉଥିବା ମଶାଣିକୁ ଯିବାକୁ ଆଦୌ ମଙ୍ଗୁ ନାହାନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ମଶାଣି ଭିତରେ କୋଭିଡ୍ ଶବ ଆଉ ବାହାରେ ସେମାନଙ୍କ ପ୍ରିୟ ପରିଜନଙ୍କ ଭିଡ଼ । ସକାଳୁ ରାତି ଯାଏ ଗହଳି କମୁନି। ଭରତପୁର ମଶାଣିରେ ଯଦିଓ ବେଶି ଭିଡ଼ ନାହିଁ ତେବେ ସେଠାକୁ ସ୍ଥାନୀୟ ଲୋକଙ୍କ ମୃତଦେହ ଆସୁଛି। ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ମଶାଣି ରହିଛି। ସେଥୁରୁ ପୁରୁଣା ଭୁବନେଶ୍ବରରେ ଥିବା ଗରାବଡୁ ମଶାଣି ଭରସା ହୋଇଛି। ବହୁ ଦୂରରୁ ଲୋକେ ଏଠାକୁ ଶବଦାହ । ପାଇଁ ଆସୁଛନ୍ତି। କିନ୍ତୁ ସଞ୍ଜ ନଇଁବା ପରେ ସେଠି କିଛି ହୋଇପାରିବନି। ଏପରିସ୍ଥଳେ ମୁଖ୍ୟତଃ ସତ୍ୟନଗର ମଶାଣି ଉପରେ ନିର୍ଭର କରୁଥିବା ଅଞ୍ଚଳ ବାସିନ୍ଦାଙ୍କ ସମସ୍ୟ କହିଲେ ନସରେ। ସହିଦ ନଗରରେ ରହୁଥିବା ବବିନ୍ ମହାନ୍ତି କହିଛନ୍ତି, ବିଏମ୍‌ସି ହାତରେ ବହୁତ କ୍ଷମତା ଅଛି।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

କର୍ତ୍ତୃପକ୍ଷ ଚାହିଁଲେ ନଦୀ ପଠା, ସରକାରୀ ଜମିରେ ଅଣକୋଭିଡ୍ ମୃତଦେହ ସତ୍କାର ପାଇଁ ଅଲଗା ବ୍ୟବସ୍ଥା ହେବାକୁ ବେଶି ସମୟ ଲାଗିବନି | କାରଣ ସ୍ବାଭାବିକ କାରଣ ପାଇଁ ମରିଥିବା ଲୋକଙ୍କୁ ପରିବାର ସଦସ୍ୟ କୋଭିଡ୍ ମଶାଣିକୁ ଯିବା ସୁରକ୍ଷିତ ମଣିବେନି। ଏ ନେଇ ବିଏମ୍‌ସି କମିସନର ସଞ୍ଜୟ ସିଂଙ୍କୁ ପଚାରିବାରୁ ଅଣକୋଭିଡ୍ ମୃତକଙ୍କ ପାଇଁ ଯଦି ସମସ୍ୟା ହେଉଥାଏ ତେବେ ସେ ଦିଗରେ ଆଗାମୀ ଦିନରେ ପଦକ୍ଷେପ । ନିଆଯିବ ବୋଲି କହିଛନ୍ତି।

07 Jun 2021 By The Sakala

ଅଣକୋଭିଡ୍ ମୃତକଙ୍କ ସଂସ୍କାର ସମସ୍ୟା : ଶବ ଖୋଜୁଛି ମଶାଣି

ଭୁବନେଶ୍ବର : ଜୟଦେବ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ବାପା ନିଜ ଘରେ ବୟସାଧୂକ୍ୟ କାରଣରୁ ମୃତ୍ୟୁବରଣ କଲେ । ପରିବାର ଲୋକ, ବନ୍ଧୁବାନ୍ଧବ ସମସ୍ତେ ଥିଲାବାଲା ଲୋକ, ଭୁବନେଶ୍ଵରର ପୁରୁଣା ଲୋକ। କିନ୍ତୁ ଶବ ସତ୍କାର କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ମଶାଣି ମିଳିଲା ନାହିଁ । ଶେଷରେ ଫ୍ରିଜର୍ ଭଡ଼ାରେ ଆଣି ଘରେ ଶବ ରଖିବାକୁ ପଡ଼ିଲା। ୨୪ ଘଣ୍ଟା ପରେ ଯାଇ ପୋଡ଼ିବା ବ୍ୟବସ୍ଥା ହୋଇପାରିଲା। ତାହା ପୁଣି ନିଜ ବ୍ୟବସ୍ଥାରେ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଭୁଲ୍ ଏତିକି ଥିଲା ଯେ ସେମାନେ କୋଭିଡ୍ ରୋଗୀ ପୋଡ଼ା ହେଉ ନ ଥିବା ମଶାଣିରେ ନିଜ ବାପାଙ୍କ ମୃତଦେହର ସତ୍କାର କରିବାକୁ ଚାହୁଁଥିଲେ।

ଭୁବନେଶ୍ବରରେ ଯେଉଁଠି ପ୍ରଶାସନ ତରଫରୁ ଅଣକୋଭିଡ୍ ମୃତଦେହ ପୋଡ଼ିବା ବ୍ୟବସ୍ଥା ଅଛି ସେହି ଠାରେ କୋଭିଡ ମୃତକଙ୍କ ସତ୍କାର କରାଯାଉଛି। ଏପରିସ୍ଥଳେ ଘରେ କିମ୍ବା ଡାକ୍ତରଖାନାରେ ମୃତ୍ୟୁ ହେଉଥିବା ଲୋକଙ୍କ ଶବ ସତ୍କାର ବହୁତ ବଡ଼ ସମସ୍ୟା | କୋଭିଡ୍ ଆସିବା ପରେ ମଶାଣିର ଗୁରୁତ୍ଵ ବହୁତ ବଢ଼ି ଯାଇଛି। ବିଏମ୍‌ସି ପକ୍ଷରୁ ସତ୍ୟନଗର ଓ ଭରତପୁର ମଶାଣିରେ କୋଭିଡ୍ ମୃତଦେହ ପୋଡ଼ିବା ବନ୍ଦୋବସ୍ତ କରାଯାଇଛି। ସେଠାରେ ସାଧାରଣ ମୃତକଙ୍କ ସତ୍କାର ପାଇଁ ମଧ୍ୟ ବ୍ୟବସ୍ଥା ଅଛି। କିନ୍ତୁ ଯେଉଁ ଲୋକ ଘରେ ଅନ୍ୟ କୌଣସି ରୋଗରେ ପଡ଼ି କିମ୍ବା ସଡ଼କ ଦୁର୍ଘଟଣା ଅବା ବୟସାଧିକ୍ୟ କାରଣ ପାଇଁ ମୃତ୍ୟୁବରଣ କରୁଛନ୍ତି ସେମାନେ କୋଭିଡ ରୋଗୀ ପୋଡ଼ା ଯାଉଥିବା ମଶାଣିକୁ ଯିବାକୁ ଆଦୌ ମଙ୍ଗୁ ନାହାନ୍ତି ।

ମଶାଣି ଭିତରେ କୋଭିଡ୍ ଶବ ଆଉ ବାହାରେ ସେମାନଙ୍କ ପ୍ରିୟ ପରିଜନଙ୍କ ଭିଡ଼ । ସକାଳୁ ରାତି ଯାଏ ଗହଳି କମୁନି। ଭରତପୁର ମଶାଣିରେ ଯଦିଓ ବେଶି ଭିଡ଼ ନାହିଁ ତେବେ ସେଠାକୁ ସ୍ଥାନୀୟ ଲୋକଙ୍କ ମୃତଦେହ ଆସୁଛି। ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ମଶାଣି ରହିଛି। ସେଥୁରୁ ପୁରୁଣା ଭୁବନେଶ୍ବରରେ ଥିବା ଗରାବଡୁ ମଶାଣି ଭରସା ହୋଇଛି। ବହୁ ଦୂରରୁ ଲୋକେ ଏଠାକୁ ଶବଦାହ । ପାଇଁ ଆସୁଛନ୍ତି। କିନ୍ତୁ ସଞ୍ଜ ନଇଁବା ପରେ ସେଠି କିଛି ହୋଇପାରିବନି। ଏପରିସ୍ଥଳେ ମୁଖ୍ୟତଃ ସତ୍ୟନଗର ମଶାଣି ଉପରେ ନିର୍ଭର କରୁଥିବା ଅଞ୍ଚଳ ବାସିନ୍ଦାଙ୍କ ସମସ୍ୟ କହିଲେ ନସରେ। ସହିଦ ନଗରରେ ରହୁଥିବା ବବିନ୍ ମହାନ୍ତି କହିଛନ୍ତି, ବିଏମ୍‌ସି ହାତରେ ବହୁତ କ୍ଷମତା ଅଛି।

କର୍ତ୍ତୃପକ୍ଷ ଚାହିଁଲେ ନଦୀ ପଠା, ସରକାରୀ ଜମିରେ ଅଣକୋଭିଡ୍ ମୃତଦେହ ସତ୍କାର ପାଇଁ ଅଲଗା ବ୍ୟବସ୍ଥା ହେବାକୁ ବେଶି ସମୟ ଲାଗିବନି | କାରଣ ସ୍ବାଭାବିକ କାରଣ ପାଇଁ ମରିଥିବା ଲୋକଙ୍କୁ ପରିବାର ସଦସ୍ୟ କୋଭିଡ୍ ମଶାଣିକୁ ଯିବା ସୁରକ୍ଷିତ ମଣିବେନି। ଏ ନେଇ ବିଏମ୍‌ସି କମିସନର ସଞ୍ଜୟ ସିଂଙ୍କୁ ପଚାରିବାରୁ ଅଣକୋଭିଡ୍ ମୃତକଙ୍କ ପାଇଁ ଯଦି ସମସ୍ୟା ହେଉଥାଏ ତେବେ ସେ ଦିଗରେ ଆଗାମୀ ଦିନରେ ପଦକ୍ଷେପ । ନିଆଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର