ଅଘୋଷିତ ବିଦ୍ୟୁତ୍‍ କାଟ୍‍; ସିଝୁଛନ୍ତି ରାଜଧାନୀବାସୀ

The Sakala Picture
Published On

ଭୁବନେଶ୍ୱର : ଅଭିଯୋଗ ପରେ ଅଭିଯୋଗ ହେଉଛି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଧାନସଭା ଷ୍ଟାଣ୍ଡିଂ କମିଟି ପର୍ଯ୍ୟନ୍ତ ସମସ୍ତେ ତାଗିଦ୍‍ କରିଛନ୍ତି। ମାତ୍ର ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର ଉପରେ ଏହାର ସାମାନ୍ୟତମ ଫରକ୍‍ ପଡ଼ୁଥିବାର ଅନୁଭବ ହେଉନାହିଁ। ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‍ କାଟ ଏବେ ଚରମ ସୀମାରେ ପହଞ୍ଚିଲାଣି। ବିଶେଷକରି ଅଧ ରାତିରେ ବିତରକ କମ୍ପାନୀ ଯେପରି ବିଦ୍ୟୁତ୍‍ କାଟି ସାଧାରଣ ଲୋକଙ୍କୁ ଯନ୍ତ୍ରଣା ଦେଉଛି ତାହା ଏବେ ଅସହ୍ୟ […]

ଭୁବନେଶ୍ୱର : ଅଭିଯୋଗ ପରେ ଅଭିଯୋଗ ହେଉଛି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଧାନସଭା ଷ୍ଟାଣ୍ଡିଂ କମିଟି ପର୍ଯ୍ୟନ୍ତ ସମସ୍ତେ ତାଗିଦ୍‍ କରିଛନ୍ତି। ମାତ୍ର ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର ଉପରେ ଏହାର ସାମାନ୍ୟତମ ଫରକ୍‍ ପଡ଼ୁଥିବାର ଅନୁଭବ ହେଉନାହିଁ। ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‍ କାଟ ଏବେ ଚରମ ସୀମାରେ ପହଞ୍ଚିଲାଣି। ବିଶେଷକରି ଅଧ ରାତିରେ ବିତରକ କମ୍ପାନୀ ଯେପରି ବିଦ୍ୟୁତ୍‍ କାଟି ସାଧାରଣ ଲୋକଙ୍କୁ ଯନ୍ତ୍ରଣା ଦେଉଛି ତାହା ଏବେ ଅସହ୍ୟ ହୋଇପଡ଼ୁଛି। ଗୋଟିଏପଟେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଅନ୍ୟପଟେ ଟାଟାର ଜୁଲମ୍‍କୁ ଆମେ ଆଉ ସହିବା ଅବସ୍ଥାରେ ନାହୁଁ ବୋଲି ରାଜଧାନୀବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜଧାନୀବାସୀଙ୍କ ଅଭିଯୋଗ ଅନୁଯାୟୀ ଏଇ କିଛିଦିନ ହେବ ଅଧରାତିରେ ବିନା ପୂର୍ବସୂଚନାରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ହଠାତ୍‍ ବିଦ୍ୟୁତ୍‍ କାଟ ହେଉଛି।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ଟାଟା ପାୱାର ପକ୍ଷରୁ ଦିଆଯାଇଥିବା ଚୋଲ୍‍ ଫ୍ରି ନମ୍ବରରେ ଅଭିଯୋଗ କରିବା ମାତ୍ରେ ବିଦ୍ୟୁତ୍‍ କାଟ୍‍ର ବିଭିନ୍ନ ବାହାନା ଲୋକଙ୍କୁ ଜଣାଇ ଦିଆଯାଉଛି। ପରେ ବିଦ୍ୟୁତ୍‍ ବ୍ୟବସ୍ଥା ସ୍ୱାଭାବିକ ହେଲେ ମଧ୍ୟ ଲୋ-ଭୋଲଟେଜ୍‍ ସମସ୍ୟା ଦେଖାଦେଉଛି। ଯାହାଫଳରେ ରାତିରେ ଶାନ୍ତିରେ ଟିକେ ଶୋଇ ହେଉନାହିଁ। ଦିନରେ ମଧ୍ୟ ସମାନ ଅବସ୍ଥା ବିଭିନ୍ନ ଅଞ୍ଚଳରେ ପରିଲିକ୍ଷିତ ହେଉଛି। ରାଜଧାନୀର ଚନ୍ଦ୍ରଶେଖରପୁର ଅଧୀନସ୍ଥ ଫେଜ୍‍-୨ ଅଧୀନରେ ଏହି ସମସ୍ୟା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଭୀମଟାଙ୍ଗୀ, ରସୁଲଗଡ଼, ଖଣ୍ଡଗିରି ପରି ଅଞ୍ଚଳରେ ମନଇଚ୍ଛା ବିଦ୍ୟୁତ୍‍ କାଟ୍‍ ଚାଲିଛି। କମ୍ପାନୀ ପାଖରେ ଯଦି ଗ୍ରାହକଟିଏ ଏନେଇ ନିଜର ଅଭିଯୋଗ ବାଢ଼ୁଛି, ତା’ହେଲେ କମ୍ପାନୀ କର୍ତ୍ତୃପକ୍ଷ ଏହାର ସନ୍ତୋଷଜନକ ସମାଧାନ କରୁନାହାନ୍ତି। ମରାମତି, ଅତ୍ୟଧିକ ବିଦ୍ୟୁତ୍‍ ଲୋଡ୍‍ କିମ୍ବା ଅନ୍ୟ ଆଳ ଦର୍ଶାଇ ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଭାବରେ ଆଖି ବୁଜିଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ଏନେଇ ସାଧାରଣରେ ଅସନ୍ତୋଷ ତେଜୁଥିବା ବେଳେ ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଟାଟା ପାୱାରକୁ ଘେରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ଭୂମିକା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିପରି ମଙ୍ଗଳବାର ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ଭେଟି ଅଘୋଷିତ ବିଦ୍ୟୁତକାଟ, ଲୋ-ଭୋଲଟେଜ୍‍ ସମସ୍ୟାର ସମାଧାନ ଦାବି କରିଛନ୍ତି। ଅସହ୍ୟ ଗରମ ଏବଂ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ବେଳେ ଘନଘନ ବିଦ୍ୟୁତ୍‍ କାଟ ଯମ ଯନ୍ତ୍ରଣାକୁ ବଳିଯାଇଛି। ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ରାଜ୍ୟବ୍ୟାପୀ ମନଇଚ୍ଛା ବିଦ୍ୟୁତ୍‍ କାଟ ନେଇ ଅସନ୍ତୋଷ ଦେଖାଦେବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା ବୈଠକ କରିଥିଲେ। କେତେକ କାରଣ ଯୋଗୁଁ ବିଦ୍ୟୁତ୍‍ ଉତ୍ପାଦନରେ ସମସ୍ୟା ଉପୁଜିଥିବା ବେଳେ ମଇ ମାସ ପ୍ରଥମ ସପ୍ତାହରୁ ଏ ସମସ୍ୟା ରହିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସେତେବେଳେ କହିଥିଲେ। ଏହାପରେ ବିଧାନସଭା ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ହେଉ ଅଥବା ପ୍ରଶାସନିକ ସ୍ତରରେ; ମନଇଚ୍ଛା ବିଦ୍ୟୁତ୍‍ କାଟ ନ କରିବାକୁ ବିତରଣ କମ୍ପାନୀକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ବି କଣ ପାଇଁ ବିଦ୍ୟୁତ୍‍ କାଟ ହେଉଛି ସେନେଇ ସନ୍ତୋଷଜନକ ଉତ୍ତର କାହାପାଖରେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର