ବାର୍ଦ୍ଧକ୍ୟ ବେଳେ ଆଶାବାଡି ହେବା ପରିବର୍ତ୍ତେ ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲେ ଦୁଇ ପୁଅ

The Sakala Picture
Published On

ନିର୍ଦ୍ଦୟ ପୁଅର ହତଭାଗା ମାଆ । ପୁଅ ଜନ୍ମ କରି ନିଜକୁ କେତେ ଭାଗ୍ୟବାନ ମଣିଥିଲା । ଆଶା କରିଥିଲା ପରିଣତ ବୟସରେ ପୁଅ ସାହା ହେବ । ପୁଅ ବଡ଼ ହେଲେ ମାଆର ଦୁଃଖ ଦୂର ହେବ । ଯିଏ ଦିନରାତି ଅନିଦ୍ରା ରହି ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ, ଆଉ ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେହି ପିଲା ଆଶ୍ରାବାଡ଼ି ହେବ। କିନ୍ତୁ ସବୁ ଆଶା ଆଶାରେ ରହିଗଲା । ପରିଣତ ବୟସରେ ଦୃଷ୍ଟି ବାଧିତ ମାଆକୁ […]

ନିର୍ଦ୍ଦୟ ପୁଅର ହତଭାଗା ମାଆ । ପୁଅ ଜନ୍ମ କରି ନିଜକୁ କେତେ ଭାଗ୍ୟବାନ ମଣିଥିଲା । ଆଶା କରିଥିଲା ପରିଣତ ବୟସରେ ପୁଅ ସାହା ହେବ । ପୁଅ ବଡ଼ ହେଲେ ମାଆର ଦୁଃଖ ଦୂର ହେବ । ଯିଏ ଦିନରାତି ଅନିଦ୍ରା ରହି ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ, ଆଉ ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେହି ପିଲା ଆଶ୍ରାବାଡ଼ି ହେବ। କିନ୍ତୁ ସବୁ ଆଶା ଆଶାରେ ରହିଗଲା । ପରିଣତ ବୟସରେ ଦୃଷ୍ଟି ବାଧିତ ମାଆକୁ ପର କରିଦେଲେ । ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲେ ନିର୍ଦ୍ଦୟ ଦୁଇ ପୁଅ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି କରିଥିବା ଜଣାପଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ବୁଢ଼ୀ ମାଆକୁ ଉଦ୍ଧାର କରିଛି । ପରେ ୨ ପୁଅକୁ ଡକାଇ ପଚାରାଉଚରା କରୁଛି ପୋଲିସ । ପୁଅ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡ଼ୁଛି । ସେମାନେ କିଭଳି ଓ କେଉଁ କାରଣରୁ ମାଆକୁ ନେଇ ଭଞ୍ଜନଗରେ ଛଡ଼ିଲେ ପଚରାଉଚରା କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

11 Jun 2021 By The Sakala

ବାର୍ଦ୍ଧକ୍ୟ ବେଳେ ଆଶାବାଡି ହେବା ପରିବର୍ତ୍ତେ ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲେ ଦୁଇ ପୁଅ

ନିର୍ଦ୍ଦୟ ପୁଅର ହତଭାଗା ମାଆ । ପୁଅ ଜନ୍ମ କରି ନିଜକୁ କେତେ ଭାଗ୍ୟବାନ ମଣିଥିଲା । ଆଶା କରିଥିଲା ପରିଣତ ବୟସରେ ପୁଅ ସାହା ହେବ । ପୁଅ ବଡ଼ ହେଲେ ମାଆର ଦୁଃଖ ଦୂର ହେବ । ଯିଏ ଦିନରାତି ଅନିଦ୍ରା ରହି ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ, ଆଉ ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେହି ପିଲା ଆଶ୍ରାବାଡ଼ି ହେବ। କିନ୍ତୁ ସବୁ ଆଶା ଆଶାରେ ରହିଗଲା । ପରିଣତ ବୟସରେ ଦୃଷ୍ଟି ବାଧିତ ମାଆକୁ ପର କରିଦେଲେ । ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲେ ନିର୍ଦ୍ଦୟ ଦୁଇ ପୁଅ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି କରିଥିବା ଜଣାପଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ବୁଢ଼ୀ ମାଆକୁ ଉଦ୍ଧାର କରିଛି । ପରେ ୨ ପୁଅକୁ ଡକାଇ ପଚାରାଉଚରା କରୁଛି ପୋଲିସ । ପୁଅ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡ଼ୁଛି । ସେମାନେ କିଭଳି ଓ କେଉଁ କାରଣରୁ ମାଆକୁ ନେଇ ଭଞ୍ଜନଗରେ ଛଡ଼ିଲେ ପଚରାଉଚରା କରୁଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର