ନିଆଁ ପୁଉଁଥିବାବେଳେ ମା' କୋଳରୁ ଚୁଲିକୁ ଖସିପଡ଼ିଲା ଦୁଇ ମାସର ଶିଶୁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବାଲେଶ୍ବର: ଚୁଲି ପାଖରେ ବସି ନିଆଁ ପୁଉଁଥିଲେ ମା', କୋଳରୁ ନିଆଁକୁ ପଡିଗଲା ଦୁଇ ମାସର ଶିଶୁ । ଗୁରୁତର ଶିଶୁକୁ ପ୍ରଥମେ ଜଳେଶ୍ବର ହସପିଟାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାଲନ୍ତି ଗ୍ରାମର ତାରନ ହେମ୍ବ୍ରମଙ୍କ ପରିବାର ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ତାରନଙ୍କ ସ୍ତ୍ରୀ ମଧ୍ୟ ନିଜ ପିଲାକୁ ଧରି ଚୁଲି ପାଖରେ ଥିବା ସମୟରେ, ଅସାବଧାନତା ବଶତଃ ପିଲାଟି ଚୁଲିରେ ପଡି ଯାଇଥିଲା । ତେବେ ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରିଥିବା ବେଳେ ପିଲାଟିର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବା ଜଣାପଡିଛି । ଗୁରୁତର ଶିଶୁକୁ ତୁରନ୍ତ ବସ୍ତା ମେଡିକାଲକୁ ଆଣିଥିବା ବେଳେ ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ପଠାଇ ଦିଆଯାଇଛି ।