ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଲାଗି ଦୁଇ ନାବାଳକଙ୍କୁ ୨୦ ବର୍ଷ ଜେଲ୍‍ଦଣ୍ଡ

The Sakala Picture
Published On

ନୟାଗଡ଼଼ : ନୟାଗଡ଼଼ ଅତିରିକ୍ତ ଜିଲ୍ଲାଜଜ୍‍ ତଥା ଶିଶୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୫୨ ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କଠାରୁ ମିଳିଥିବା ସୂଚନାମୁତାବକ ୨୦୧୭ ଏପ୍ରିଲ ୨ ତାରିଖରେ ଶରଣକୁଳ ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ […]

ନୟାଗଡ଼଼ : ନୟାଗଡ଼଼ ଅତିରିକ୍ତ ଜିଲ୍ଲାଜଜ୍‍ ତଥା ଶିଶୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୫୨ ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କଠାରୁ ମିଳିଥିବା ସୂଚନାମୁତାବକ ୨୦୧୭ ଏପ୍ରିଲ ୨ ତାରିଖରେ ଶରଣକୁଳ ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। କିଛିଦିନ ପୂର୍ବରୁ ଘଟଣାଟି ଘଟିଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଉକ୍ତ ଅଞ୍ଚଳର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ନାବାଳିକା ବେବିନା (ଛଦ୍ମନାମ) ନିଜର ଜଣେ ସହପାଠୀ ବିଚିତ୍ର (ଛଦ୍ମନାମ) ସଙ୍ଗେ ବିଦ୍ୟାଳୟରୁ ଫେରି ଶରଣକୁଳ ସ୍ଥିତ ଏକ ବ୍ୟାଙ୍କ୍‍ ଶାଖାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଆଯାଉଥିବା ସାଇକଲ ପାଇଁ ଟଙ୍କା ଆକାଉଣ୍ଟକୁ ଆସିଛି କି ନାହିଁ ବୁଝିବାକୁ ପାଇଁ ବ୍ୟାଙ୍କ୍‍ ଯାଇଥିଲେ। ସେଠାରେ ନିଜ ଗ୍ରାମର ଅନ୍ୟ ଦୁଇଜଣ ନାବାଳକ ଠିଆ ହୋଇଥିଲେ। ସେଠାରୁ ବେବିନାକୁ ତା’ର ସହପାଠୀ ଓ ଅନ୍ୟ ୨ ନାବାଳକ ଦୟାବାନ(ଛଦ୍ମନାମ) ଓ ଡୁଗୁଲୁ(ଛଦ୍ମନାମ) ନିକଟସ୍ଥ ପାହାଡ଼ ଉପରେ ଥିବା ଏକ ମନ୍ଦିରକୁ ଠାକୁରାଣୀ ଦର୍ଶନ ନିମନ୍ତେ ଡାକି ନେଇଥିଲେ। ଠାକୁରାଣୀ ଦର୍ଶନ ପରେ ସେଠାରେ ଥିବା ପାହାଡ଼ରେ ବେବିନାକୁ ଦୁଷ୍କର୍ମ କରି ଏହାର ଦୃଶ୍ୟକୁ ରେକର୍ଡିଂ କରିଥିଲେ। ପରମୁହୂର୍ତ୍ତରେ ଉକ୍ତ ଭିଡିଓକୁ ଅଭିଯୁକ୍ତମାନେ ଭାଇରାଲ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଏହାର ସମାଧାନ କରିବା ପାଇଁ ଗ୍ରାମରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ଘଟଣାର ମାଷ୍ଟରମାଇଣ୍ଡ ଦୟାବାନ ନିଜ ଦୋଷ ସ୍ୱୀକାର କରି ନାବାଳିକାକୁ ବିବାହ କରିବାକୁ ସ୍ଥିର ହୋଇଥିଲା। ମାତ୍ର ପରମୁହୂର୍ତ୍ତରେ ସେ ଏହାକୁ ମାନି ନ ଥିଲା। ତେଣୁ ନାବାଳିକା ନିଜ ବାପା ଓ ମାଆଙ୍କ ସହ ଯାଇ ଏ ବିଷୟରେ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ନାବାଳିକାର ସହପାଠୀକୁ ଜୁଭେନାଇଲ୍‍ ଜଷ୍ଟିସ ବୋର୍ଡ ୨୦୧୮ ମସିହାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ। ଅନ୍ୟ ଦୁଇ ଜଣ ନାବାଳକଙ୍କ ବିଚାର ପ୍ରକ୍ରିୟା ନୟାଗଡ଼଼ ଶିଶୁ ଅଦାଲତରେ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଏହି ମାମଲାର ବିଚାର ଶିଶୁ ଅଦାଲତରେ ଚାଲିଥିଲା।

ଆହୁରି ପଢ଼ନ୍ତୁ: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ

ଅଦାଲତ ୧୦ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟ ପ୍ରତିପକ୍ଷ ଓକିଲ ଓ ସରକାରୀ ଓକିଲଙ୍କ ଜବାବ ସୁଆଲ ବିଚାରକୁ ନେଇ ସୋମବାର ଅଭିଯୁକ୍ତ ଦୁଇ ନାବାଳକଙ୍କୁ ୩୭୬(ଡି) ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଏବଂ ୨୯୨ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାୟ ଶୁଣାଇଛନ୍ତି। ଜେଲ୍‍ ଦଣ୍ଡ ଏକକାଳୀନ ଭୋଗ ହେବ ବୋଲି ଜଣାଯାଇଛି। ସରକାରଙ୍କ ତରଫରୁ ଆଇନଜୀବୀ ଅମିୟ ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରୁଥିଲେ।

20 Jul 2021 By The Sakala

ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଲାଗି ଦୁଇ ନାବାଳକଙ୍କୁ ୨୦ ବର୍ଷ ଜେଲ୍‍ଦଣ୍ଡ

ନୟାଗଡ଼଼ : ନୟାଗଡ଼଼ ଅତିରିକ୍ତ ଜିଲ୍ଲାଜଜ୍‍ ତଥା ଶିଶୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୫୨ ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କଠାରୁ ମିଳିଥିବା ସୂଚନାମୁତାବକ ୨୦୧୭ ଏପ୍ରିଲ ୨ ତାରିଖରେ ଶରଣକୁଳ ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। କିଛିଦିନ ପୂର୍ବରୁ ଘଟଣାଟି ଘଟିଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଉକ୍ତ ଅଞ୍ଚଳର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ନାବାଳିକା ବେବିନା (ଛଦ୍ମନାମ) ନିଜର ଜଣେ ସହପାଠୀ ବିଚିତ୍ର (ଛଦ୍ମନାମ) ସଙ୍ଗେ ବିଦ୍ୟାଳୟରୁ ଫେରି ଶରଣକୁଳ ସ୍ଥିତ ଏକ ବ୍ୟାଙ୍କ୍‍ ଶାଖାକୁ ଯାଇଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଆଯାଉଥିବା ସାଇକଲ ପାଇଁ ଟଙ୍କା ଆକାଉଣ୍ଟକୁ ଆସିଛି କି ନାହିଁ ବୁଝିବାକୁ ପାଇଁ ବ୍ୟାଙ୍କ୍‍ ଯାଇଥିଲେ। ସେଠାରେ ନିଜ ଗ୍ରାମର ଅନ୍ୟ ଦୁଇଜଣ ନାବାଳକ ଠିଆ ହୋଇଥିଲେ। ସେଠାରୁ ବେବିନାକୁ ତା’ର ସହପାଠୀ ଓ ଅନ୍ୟ ୨ ନାବାଳକ ଦୟାବାନ(ଛଦ୍ମନାମ) ଓ ଡୁଗୁଲୁ(ଛଦ୍ମନାମ) ନିକଟସ୍ଥ ପାହାଡ଼ ଉପରେ ଥିବା ଏକ ମନ୍ଦିରକୁ ଠାକୁରାଣୀ ଦର୍ଶନ ନିମନ୍ତେ ଡାକି ନେଇଥିଲେ। ଠାକୁରାଣୀ ଦର୍ଶନ ପରେ ସେଠାରେ ଥିବା ପାହାଡ଼ରେ ବେବିନାକୁ ଦୁଷ୍କର୍ମ କରି ଏହାର ଦୃଶ୍ୟକୁ ରେକର୍ଡିଂ କରିଥିଲେ। ପରମୁହୂର୍ତ୍ତରେ ଉକ୍ତ ଭିଡିଓକୁ ଅଭିଯୁକ୍ତମାନେ ଭାଇରାଲ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଏହାର ସମାଧାନ କରିବା ପାଇଁ ଗ୍ରାମରେ ଆଲୋଚନା କରିଥିଲେ।

ଘଟଣାର ମାଷ୍ଟରମାଇଣ୍ଡ ଦୟାବାନ ନିଜ ଦୋଷ ସ୍ୱୀକାର କରି ନାବାଳିକାକୁ ବିବାହ କରିବାକୁ ସ୍ଥିର ହୋଇଥିଲା। ମାତ୍ର ପରମୁହୂର୍ତ୍ତରେ ସେ ଏହାକୁ ମାନି ନ ଥିଲା। ତେଣୁ ନାବାଳିକା ନିଜ ବାପା ଓ ମାଆଙ୍କ ସହ ଯାଇ ଏ ବିଷୟରେ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ନାବାଳିକାର ସହପାଠୀକୁ ଜୁଭେନାଇଲ୍‍ ଜଷ୍ଟିସ ବୋର୍ଡ ୨୦୧୮ ମସିହାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ। ଅନ୍ୟ ଦୁଇ ଜଣ ନାବାଳକଙ୍କ ବିଚାର ପ୍ରକ୍ରିୟା ନୟାଗଡ଼଼ ଶିଶୁ ଅଦାଲତରେ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଏହି ମାମଲାର ବିଚାର ଶିଶୁ ଅଦାଲତରେ ଚାଲିଥିଲା।

ଅଦାଲତ ୧୦ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟ ପ୍ରତିପକ୍ଷ ଓକିଲ ଓ ସରକାରୀ ଓକିଲଙ୍କ ଜବାବ ସୁଆଲ ବିଚାରକୁ ନେଇ ସୋମବାର ଅଭିଯୁକ୍ତ ଦୁଇ ନାବାଳକଙ୍କୁ ୩୭୬(ଡି) ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଏବଂ ୨୯୨ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାୟ ଶୁଣାଇଛନ୍ତି। ଜେଲ୍‍ ଦଣ୍ଡ ଏକକାଳୀନ ଭୋଗ ହେବ ବୋଲି ଜଣାଯାଇଛି। ସରକାରଙ୍କ ତରଫରୁ ଆଇନଜୀବୀ ଅମିୟ ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର