ଅଳ୍ପ ସମୟ ମଧ୍ୟରେ ଶାରୀରିକ କ୍ଷତ ଠିକ୍‌ କରିଦେବ ‘ହଳଦୀ ବ୍ୟାଣ୍ଡେଜ୍‌‌’, ବର୍ଷକ ଭିତରେ ବଜାରରେ ଉପଲବ୍ଧ ହେବ କର୍କ୍ୟୁମିନ ବ୍ୟାଣ୍ଡେଜ୍‌‌

The Sakala Picture
Published On

ଭୁବନେଶ୍ୱର : ପୁରାତନ କାଳରୁ ହଳଦୀକୁ ଏକ ଔଷଧ ରୂପେ ବ୍ୟବହାର କରାଯାଉଛି। ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲ୍‌‌ଏସ୍‌‌) ହଳଦୀର ନାନୋ ପାର୍ଟିକିଲ୍‌‌ କର୍କ୍ୟୁମିନକୁ ବ୍ୟବହାର କରି ପ୍ରସ୍ତୁତ କରିଛି ହଳଦୀ ବ୍ୟାଣ୍ଡେଜ। ଯେଉଁଥିରେ ଅଳ୍ପ ସମୟ ମଧ୍ୟରେ ଭଲ ହେଇପାରିବ ଶରୀରର କ୍ଷତ। କ୍ଷତ ଶୁଖାଇବାରେ ସାହାଯ୍ୟ କରୁଥିବା ବ୍ୟାଣ୍ଡେଜ ଆକାରରେ ହଳଦୀ କେବେ ଆଗରୁ ବ୍ୟବହାର ହୋଇ ନଥିଲା। ତେଣୁ କର୍କ୍ୟୁମିନ ବ୍ୟାଣ୍ଡେଜ୍‌‌ ବିକାଶ ଲାଗି ନିଷ୍ପତ୍ତି ନେଇଥିଲା ଆଇଏଲ୍‌‌ଏସ୍‌‌। ଖୁବ୍‌‌ଶୀଘ୍ର ବଜାରରେ ଏହା […]

ଭୁବନେଶ୍ୱର : ପୁରାତନ କାଳରୁ ହଳଦୀକୁ ଏକ ଔଷଧ ରୂପେ ବ୍ୟବହାର କରାଯାଉଛି। ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲ୍‌‌ଏସ୍‌‌) ହଳଦୀର ନାନୋ ପାର୍ଟିକିଲ୍‌‌ କର୍କ୍ୟୁମିନକୁ ବ୍ୟବହାର କରି ପ୍ରସ୍ତୁତ କରିଛି ହଳଦୀ ବ୍ୟାଣ୍ଡେଜ। ଯେଉଁଥିରେ ଅଳ୍ପ ସମୟ ମଧ୍ୟରେ ଭଲ ହେଇପାରିବ ଶରୀରର କ୍ଷତ। କ୍ଷତ ଶୁଖାଇବାରେ ସାହାଯ୍ୟ କରୁଥିବା ବ୍ୟାଣ୍ଡେଜ ଆକାରରେ ହଳଦୀ କେବେ ଆଗରୁ ବ୍ୟବହାର ହୋଇ ନଥିଲା। ତେଣୁ କର୍କ୍ୟୁମିନ ବ୍ୟାଣ୍ଡେଜ୍‌‌ ବିକାଶ ଲାଗି ନିଷ୍ପତ୍ତି ନେଇଥିଲା ଆଇଏଲ୍‌‌ଏସ୍‌‌। ଖୁବ୍‌‌ଶୀଘ୍ର ବଜାରରେ ଏହା ଉପଲବ୍ଧ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

୨୦୨୧ ମସିହାରେ ଭାରତ, ଆମେରିକା ଓ ୟୁରୋପରେ ପ୍ୟାଟେଣ୍ଟ ପଞ୍ଜୀକରଣ ହୋଇଥିବା ଏହି କର୍କ୍ୟୁମିନ୍‌‌ ବ୍ୟାଣ୍ଡେଜକୁ ବଜାରରେ ଛାଡ଼ିବା ଲାଗି ଆଗ୍ରହ ଦେଖାଇଛନ୍ତି ଦେଶର ଦୁଇ ଦୁଇଟି କମ୍ପାନୀ। ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସ୍‌‌ନାଲ ରିସର୍ଚ୍ଚ ଡେଭଲପ୍‌‌ମେଣ୍ଟ କର୍ପୋରେସନ (ଏନ୍‌‌ଆରଡିସି) ଜରିଆରେ ଆଇଏଲ୍‌‌ଏସ ସହ ଆଲୋଚନା ଆରମ୍ଭ କରିଛନ୍ତି ଗୁଜରାଟ ଓ ଉତ୍ତର ପ୍ରଦେଶ ସ୍ଥିତ ଦୁଇଟି କମ୍ପାନୀ। ଆଇଏଲ୍‌‌ଏସ୍‌‌ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି। ବଜାରକୁ ଆସିବାକୁ ଥିବା ଏହି ହଳଦୀ ବ୍ୟାଣ୍ଡେଜ ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା ରହିବ। ଯଦି ସବୁ କିଛି ସଠିକ ଭାବେ ଚାଲେ, ଆଗାମୀ ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର୍‌‌ କରାଯିବ ବୋଲି କହିଛନ୍ତି ଡ. ସଞ୍ଜୀବ ସାହୁ। ପରେପରେ ବର୍ଷକ ଭିତରେ ବଜାରରେ ଉପଲବ୍ଧ ହେବ କର୍କ୍ୟୁମିନ ବା ହଳଦୀ ବ୍ୟାଣ୍ଡେଜ।

ଆହୁରି ପଢ଼ନ୍ତୁ: ଭୁଶୁଡୁଛି ଲାଲ୍ ଗଡ଼, ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା; ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା

ପୁରାଣ କାଳରୁ ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି। ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ବହୁ ଔଷଧୀୟ ଗୁଣ ରହିଛି। ଏହାର ଔଷଧୀୟ ଗୁଣକୁ ନେଇ ମୂଷାର ଶରୀରରେ ଏକ ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣରୁ ପ୍ରମାଣିତ ହୋଇଛି ଯେ, କର୍କ୍ୟୁମିନ ତୁରନ୍ତ କ୍ଷତକୁ ଶୁଖାଇପାରୁଛି। ଏପରିକି ଡାଇବେଟିସ ରୋଗୀର କ୍ଷତ ତଥା ପୋଡ଼ା ଘା’କୁ ମଧ୍ୟ ଭଲ କରିପାରୁଛି କର୍କ୍ୟୁମିନ। ବ୍ୟାଣ୍ଡେଜରେ କର୍କ୍ୟୁମିନ ଲେପ ସହ ବାୟୋକମ୍ପାଟିବୁଲ, ବାୟୋଡିଗ୍ରେଡେବଲ, ନନ୍‌‌ଟକ୍ସିକ୍‌‌ ସାଇଟୋସାନ ଓ ଆଲଜିନେଟ ପଲିମର ବ୍ୟବହାର ହୋଇଛି। ଯାହାକି କ୍ଷତକୁ ଶୀଘ୍ର ଭଲ କରିବା ସହ ଆପେ ଆପେ କ୍ଷତ ସହ ମିଶିଯିବ। ଫଳରେ କ୍ଷତ ଶୁଖାଇବା ଲାଗି ଆଉ ବାରମ୍ୱାର ବ୍ୟାଣ୍ଡେଜ ବ୍ୟବହାର କରିବାର ଆବଶ୍ୟକତା ରହିବ ନାହିଁ ବୋଲି ଡାକ୍ତର ତଥା ବୈଜ୍ଞାନିକ ସଞ୍ଜୀବ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp