ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା: ଆଇନ୍‍ ଅନୁଯାୟୀ ଚଢାଉ, ଗିରଫଦାରୀ ଓ ତଦନ୍ତ ଉପରେ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ୱର: ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଅବକାରୀ ଆଇନ୍‍ ଏବଂ ବଟଲିଂ ପ୍ଲାଣ୍ଟଣ୍ଟଅପରେସନ୍‌ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା । ଭର୍ଚୁଆଲ ମୋଡ୍‍ରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାକୁ ଉଦଘାଟନ କରି ଅବକାରୀ କମିଶନର କମିଶନର ଶ୍ରୀ ଆଶିଷ କୁମାର ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଚଢାଉ, ଜବତ ଏବଂ ତଦନ୍ତ ସମୟରେ ଆଇନକୁ ସଠିକ୍‌ ଭାବରେ ପାଳନ କରିବାକୁ […]

ଭୁବନେଶ୍ୱର: ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଅବକାରୀ ଆଇନ୍‍ ଏବଂ ବଟଲିଂ ପ୍ଲାଣ୍ଟଣ୍ଟଅପରେସନ୍‌ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା । ଭର୍ଚୁଆଲ ମୋଡ୍‍ରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାକୁ ଉଦଘାଟନ କରି ଅବକାରୀ କମିଶନର କମିଶନର ଶ୍ରୀ ଆଶିଷ କୁମାର ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଚଢାଉ, ଜବତ ଏବଂ ତଦନ୍ତ ସମୟରେ ଆଇନକୁ ସଠିକ୍‌ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ହାଇକୋର୍ଟର ସର୍ବଶେଷ ରାୟ ଆଧାରରେ କାର୍ଯ୍ୟ କରିବାକୁ ସେ ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ବେଆଇନ କାରବାର ତଥା ଆଇନରେ ପରିବର୍ତ୍ତନ ଆଣିବାରେ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ଏହି ଆଇନକୁ ପାଳନ କରିବା ତଥା ମାନ୍ୟବର କୋର୍ଟରେ ପ୍ରମାଣ ଉପସ୍ଥାପନ ପାଇଁ ସମସ୍ତେ ଜ୍ଞାନବାନ ହେବା ଜରୁରୀ ଅଟେ ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

କର୍ମଶାଳାରେ ଅବକାରୀ ଉପଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗଦେଇ ଅନଲାଇନ୍‌ ମାଧ୍ୟମରେ ଅବକାରୀ ନିୟମ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆଇନ୍‌ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରଦାନ ତଥା ମାମଲାର ଏକୀକରଣ ଏବଂ ବାଜ୍ୟାପ୍ତି ଉପରେ ତର୍ଜମା କରିଥିଲେ। ରଜତ କୁମାର ପ୍ରହରାଜ, ଇଡିସି, ବଟଲିଂ ପ୍ଲାଣ୍ଟଣ୍ଟପରିଚାଳନା ପ୍ରଣାଳୀ ଉପସ୍ଥାପନ କରିଥିଲେ । ଅତିରିକ୍ତ ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା ଏବଂ ଯୁଗ୍ମ କମିଶନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତି,  ଦଣ୍ଡପାଣି ବେହେରା ଏବଂ ଉପ କମିଶନର ଡମ୍ବରୁଧର ଖଣ୍ଡା ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ଅବକାରୀ ଅଧିକାରୀମାନେ ସନ୍ଦେହ ଦୂର ପାଇଁ ଅଧିବେଶନରେ ପ୍ରଶ୍ନମାନ କରିଥିଲେ ଏବଂ ଯାହା ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯାଇଥିଲା ଏବଂ ସେମାନଙ୍କୁ ଚଢଉ, ଜବତ, ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ କରିବାର କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । କର୍ମଶାଳାରେ ଅବାକରୀ କମିଶନର ଶ୍ରୀ ସିଂହ ପ୍ରତ୍ୟେକ ମାସରେ ଏହିପରି ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ଅବକାରୀ ଅଫିସରଙ୍କୁ ତାଲିମ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସେମାନଙ୍କର ଦୈନନ୍ଦିନ ଏନଫୋର୍ସମେଣ୍ଟ କାର୍ଯ୍ୟରେ ଏହା ସହାୟତା କରିବ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

30 Sep 2022 By The Sakala

ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା: ଆଇନ୍‍ ଅନୁଯାୟୀ ଚଢାଉ, ଗିରଫଦାରୀ ଓ ତଦନ୍ତ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଅବକାରୀ ଆଇନ୍‍ ଏବଂ ବଟଲିଂ ପ୍ଲାଣ୍ଟଣ୍ଟଅପରେସନ୍‌ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା । ଭର୍ଚୁଆଲ ମୋଡ୍‍ରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାକୁ ଉଦଘାଟନ କରି ଅବକାରୀ କମିଶନର କମିଶନର ଶ୍ରୀ ଆଶିଷ କୁମାର ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଚଢାଉ, ଜବତ ଏବଂ ତଦନ୍ତ ସମୟରେ ଆଇନକୁ ସଠିକ୍‌ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ହାଇକୋର୍ଟର ସର୍ବଶେଷ ରାୟ ଆଧାରରେ କାର୍ଯ୍ୟ କରିବାକୁ ସେ ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ବେଆଇନ କାରବାର ତଥା ଆଇନରେ ପରିବର୍ତ୍ତନ ଆଣିବାରେ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ଏହି ଆଇନକୁ ପାଳନ କରିବା ତଥା ମାନ୍ୟବର କୋର୍ଟରେ ପ୍ରମାଣ ଉପସ୍ଥାପନ ପାଇଁ ସମସ୍ତେ ଜ୍ଞାନବାନ ହେବା ଜରୁରୀ ଅଟେ ।

କର୍ମଶାଳାରେ ଅବକାରୀ ଉପଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗଦେଇ ଅନଲାଇନ୍‌ ମାଧ୍ୟମରେ ଅବକାରୀ ନିୟମ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆଇନ୍‌ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରଦାନ ତଥା ମାମଲାର ଏକୀକରଣ ଏବଂ ବାଜ୍ୟାପ୍ତି ଉପରେ ତର୍ଜମା କରିଥିଲେ। ରଜତ କୁମାର ପ୍ରହରାଜ, ଇଡିସି, ବଟଲିଂ ପ୍ଲାଣ୍ଟଣ୍ଟପରିଚାଳନା ପ୍ରଣାଳୀ ଉପସ୍ଥାପନ କରିଥିଲେ । ଅତିରିକ୍ତ ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା ଏବଂ ଯୁଗ୍ମ କମିଶନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତି,  ଦଣ୍ଡପାଣି ବେହେରା ଏବଂ ଉପ କମିଶନର ଡମ୍ବରୁଧର ଖଣ୍ଡା ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।

ଅବକାରୀ ଅଧିକାରୀମାନେ ସନ୍ଦେହ ଦୂର ପାଇଁ ଅଧିବେଶନରେ ପ୍ରଶ୍ନମାନ କରିଥିଲେ ଏବଂ ଯାହା ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯାଇଥିଲା ଏବଂ ସେମାନଙ୍କୁ ଚଢଉ, ଜବତ, ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ କରିବାର କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । କର୍ମଶାଳାରେ ଅବାକରୀ କମିଶନର ଶ୍ରୀ ସିଂହ ପ୍ରତ୍ୟେକ ମାସରେ ଏହିପରି ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ଅବକାରୀ ଅଫିସରଙ୍କୁ ତାଲିମ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସେମାନଙ୍କର ଦୈନନ୍ଦିନ ଏନଫୋର୍ସମେଣ୍ଟ କାର୍ଯ୍ୟରେ ଏହା ସହାୟତା କରିବ ବୋଲି କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର