ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା

The Sakala Picture
Published On

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ ରହିଛି। ଭୁବନେଶ୍ୱରସ୍ଥିତ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌‌ଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ […]

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ ରହିଛି। ଭୁବନେଶ୍ୱରସ୍ଥିତ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌‌ଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ ଶୋ ହେବାର କାର୍ଯ୍ୟସୂଚୀ ରହିଛି। ଜନସାଧାରଣଙ୍କ ସୁଗମନାଗମନ ଦୃଷ୍ଟିରେ ରଖି ସହରାଞ୍ଚଳ ପୁଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଆଜି ଅପରାହ୍ନ ସାଢ଼େ ୪ଟାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ୟୁନିଟ-୬ ସ୍ଥିତ ଗଙ୍ଗନଗର ଛକ ଠାରୁ ଏଲ୍‌‌ଆଇସି ଅଫିସ ଛକ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ୟୁନିଟ-୮ ଡ଼ିଏଭି ସ୍କୁଲ ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ ଠାରୁ ବାମ ପାପାର୍ଶ୍ବ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ରୁପାଲୀ ଛକ ଠାରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଉପରୋକ୍ତ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତାଦେଇ ଯାତାୟାତ କରିବା କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ରାଜଧାନୀରେ ୩୦ ପ୍ଲାଟୁନ୍‌‌ ପୁଲିସ ମୁତୟନ କରାଯିବ। ଏଥିସହ ଦୁଇଜଣ ଅତିରିକ୍ତ ଡିସିପି, ୯ଜଣ ଏସିପି, ୧୫ ଜଣ ଇନ୍ସପେକ୍ଟରଙ୍କ ସମେତ ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର