ଟ୍ରାଫିକ୍‍ ଅମାନିଆଙ୍କୁ ଚରମ ଚେତାବନୀ; କୋର୍ଟରୁ ଆସିବ ଡକରା, ଜାରିହେବ ୱାରେଣ୍ଟ

The Sakala Picture
Published On

ଭୁବନେଶ୍ୱର: ଟ୍ରାଫିକ୍‌ ଉଲ୍ଲଙ୍ଘନ କଲେ ଘରକୁ ଯାଉଛି ଇ-ଚାଲାଣ। କିନ୍ତୁ ଉଲ୍ଲଂଘନକାରୀ ଟଙ୍କା ପୈଠ କରୁନାହାନ୍ତି। ତେଣୁ ଉଲ୍ଲଂଘନକାରୀଙ୍କ ଉପରେ ଗଡୁଛି କୋଟିକୋଟି ଟଙ୍କାର ଇ-ଚାଲାଣ। ତେଣୁ ଆମନିଆଙ୍କ ନିକଟରୁ ଟଙ୍କା ଆଦାୟ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ଜରିମାନା ପୈଠ ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ପୁଲିସ। କମିସନରେଟ ପୁଲିସ କାର୍ଯ୍ୟାଳୟରେ ଜରିମାନା ଟଙ୍କା ଜମା ନ କଲେ ପୁଲିସ କୋର୍ଟକୁ ପ୍ରସିକ୍ୟୁସନ ରିପୋର୍ଟ ପଠାଇବ। ଉକ୍ତ […]

ଭୁବନେଶ୍ୱର: ଟ୍ରାଫିକ୍‌ ଉଲ୍ଲଙ୍ଘନ କଲେ ଘରକୁ ଯାଉଛି ଇ-ଚାଲାଣ। କିନ୍ତୁ ଉଲ୍ଲଂଘନକାରୀ ଟଙ୍କା ପୈଠ କରୁନାହାନ୍ତି। ତେଣୁ ଉଲ୍ଲଂଘନକାରୀଙ୍କ ଉପରେ ଗଡୁଛି କୋଟିକୋଟି ଟଙ୍କାର ଇ-ଚାଲାଣ। ତେଣୁ ଆମନିଆଙ୍କ ନିକଟରୁ ଟଙ୍କା ଆଦାୟ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ଜରିମାନା ପୈଠ ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ପୁଲିସ। କମିସନରେଟ ପୁଲିସ କାର୍ଯ୍ୟାଳୟରେ ଜରିମାନା ଟଙ୍କା ଜମା ନ କଲେ ପୁଲିସ କୋର୍ଟକୁ ପ୍ରସିକ୍ୟୁସନ ରିପୋର୍ଟ ପଠାଇବ। ଉକ୍ତ ରିପୋର୍ଟକୁ ଆଧାର କରି କୋର୍ଟରୁ ଆମାନିଆଙ୍କ ଠିକଣାରେ ସମନ୍‍ ପହଞ୍ଚିଯିବ। ଏହାକୁ ଅମାନ୍ୟ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଗିରଫ ପରୱାନା (ୱାରେଣ୍ଟ୍‍) ଜାରି କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କମିସନରେଟ ପୁଲିସ କାର୍ଯ୍ୟ କରୁଛି। ବିନା ହେଲମେଟ୍‍, ବାଇକରେ ୩ଜଣ ବସିବା, ରଙ୍ଗ୍‍ରୁଟ୍‍ ରେ ଗାଡ଼ି ଚାଳନା, ସିଟ୍‍ବେଲ୍ଟ ନ ବାନ୍ଧିବା ଓ ଫୋନ୍‍ ରେ ଗପିବା ଏବଂ ରେଡ୍‍ଲାଇଟ୍‍ ଉଲ୍ଲଙ୍ଘନକରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ତେବେ ଜରିମାନା ଆଦାୟରେ ସ୍ୱଚ୍ଛତା କରିବା ଲାଗି କମିସନରେଟ ପୁଲିସ ଇ-ଚାଲାଣ ବ୍ୟବସ୍ଥା କରିଥିଲା। ଏଥିସହିତ ସହରରେ ଲାଗିଥିବା ୫୦୦ରୁ ଊର୍ଦ୍ଧ୍ବ ସିସିଟିଭି ଜରିଆରେ ମଧ୍ୟ ଅମାନିଆଙ୍କୁ ଚିହ୍ନଟ କରାଯାଉଛି। ପରବର୍ତ୍ତୀ ସମୟରେ ଗାଡ଼ି ଚାଳକଙ୍କ ଠିକଣାରେ ଇ-ଚାଲାଣ ପଠାଯାଉଛି। ମାତ୍ର ଗାଡ଼ି ଚାଳକ ଏହାକୁ ବେଖାତିର କରୁଛନ୍ତି। ଜରିମାନା ପୈଠ ନ କରି ମାସମାସ ଧରି ସେମାନଙ୍କ ନାଁରେ ଚାଲାଣ କଟୁଛି। ତେବେ ବର୍ତ୍ତମାନ ସୁଦ୍ଧା ୧୨ କୋଟି ଟଙ୍କାର ଚାଲାଣ ଗଡ଼଼ୁଛି ବୋଲି ସୂଚନା ମିଳିଛି। ଚାଲାଣ ଦେଇ ନ ଥିବା ଲୋକଙ୍କ ଘରକୁ ନୋଟିସ୍‍ ବାରମ୍ବାର ପଠାଯାଉଥିଲେ ମଧ୍ୟ ସେମାନେ ଏହାକୁ ଖାତିରି ନ କରିବା ସହ ଜରିମାନା ପୈଠ ମଧ୍ୟ କରୁନାହାନ୍ତି। ତେଣୁ କମିସନରେଟ ପୁଲିସ ଜରିମାନା ଟଙ୍କା ଆଦାୟ ଲାଗି କୋର୍ଟର ସାହାରା ନେବା ସହ ନୂଆ ଯୋଜନା କରିଛି। ଏହିମର୍ମରେ ୨୦୨୦ ଜାନୁଆରୀ ପହିଲାରୁ ଚଳିତବର୍ଷ ଅଗଷ୍ଟ ୨ ଯାଏଁ ଗୋଟିଏ ମାସ ଭିତରେ ଇ-ଚାଲାଣ ଟଙ୍କା ପୈଠ କରି ନ ଥିବା ଅମାନିଆଙ୍କ ଘରକୁ ଭୁବନେଶ୍ୱର ଏସ୍‍ଡିଜେଏମ୍‍ କୋର୍ଟ ଜରିଆରେ ସମନ୍‍ ପହଞ୍ଚିଯିବ। ତେବେ ଅଗଷ୍ଟ ୨ରେ ଯେଉଁସବୁ ଇ-ଚାଲାଣ କଟିଥିବ ମାସେ ଭିତରେ ଜରିମାନା ଟଙ୍କା ପୈଠ ନକଲେ ନୂଆ କରି କଟକର ଖୋଲିଥିବା ଜେଏମ୍‍ଏଫ୍‍ସି(ପରିବହନ) କୋର୍ଟ ଜରିଆରେ ଘରେ ସମନ୍‍ ପହଞ୍ଚିଯିବ। ଏହାପରେ ଜରିମାନା ପୈଠ କରିବା ବାଧ୍ୟତାମୂଳକ କରାଯାଇଛି। ନଚେତ୍‍ ଗାଡ଼ି ଥିବା ବ୍ୟକ୍ତି ବିରୋଧରେ ୱାରେଣ୍ଟ୍‍ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଜଣେ ଜଣେ ଲୋକଙ୍କ ନାଁରେ ୨୦ରୁ ୩୦ହାଜର ଲେଖାଏଁ ଚାଲାଣ ଗଡୁଛି। ସେମାନେ ଟଙ୍କା ପୈଠ କରୁନାହାନ୍ତି। ଆବଶ୍ୟକସ୍ଥଳରେ ଧରାପଡ଼ିଲେ ଗାଡ଼ିଗୁଡିକ ଥାନାକୁ ଟଣାଯାଉଛି। ଏହାପରେ ସେମାନେ ଟଙ୍କା ବକେୟା ଟଙ୍କା ପୈଠ କରି ଗାଡ଼ି ମୁକୁଳାଉଛନ୍ତି। ମାତ୍ର ଟଙ୍କା ଗଡୁଥିବା ଗାଡ଼ିଚାଳକ ଗଳି ରାସ୍ତା ଦେଇ ଖସିଯାଉଛନ୍ତି। ଯଦିବି ଧରାପଡ଼ୁଛନ୍ତି ଭୟରେ ଟଙ୍କା ଦେଇ ମୁକୁଳିଯାଉଛନ୍ତି। ସେହିପରି ଆଉ କିଛି ଅମାନିଆ ଚାଲାଣ ଟଙ୍କା ପୈଠ କରିବାର ସପକ୍ଷରେ ନାହାନ୍ତି। ଗାଡ଼ି ବିକ୍ରି ହେବା ପରେ ଯାହା ବି କିଛି ଟଙ୍କା ଥିବା ଜରିମାନା ଦେବାକୁ ମନସ୍ଥ କରିଥିବାବେଳେ ଆଉ କିଛି ବ୍ୟକ୍ତି ଗାଡ଼ି ପୁରୁଣା ହୋଇଗଲାଣି କହି ଜରିମାନା ଅର୍ଥ ନ ଦେବା ଲାଗି ଦିନ ଗଡ଼଼ାଇ ଚାଲିଛନ୍ତି। ତେଣୁ କମିସନରେଟ ପୁଲିସର ନୂଆ ଯୋଜନା ପରେ ଅମାନିଆ ନାଁରେ ଗଢ଼ୁଥିବା କୋଟିକୋଟି ଟଙ୍କା ଆଦାୟ କରାଯିବ ବୋଲି ପୁଲିସ ଆଶା ରଖିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର