ପଞ୍ଚାୟତ ଭୋଟ ଗଣତିର ଆଜି ତୃତୀୟ ଦିନ : ୨୨୯ ଜିଲ୍ଲା ପରିଷଦ ଜୋନ୍‍ର ଚାଲିଛି ଗଣତି

The Sakala Picture
Published On

ଭୁବନେଶ୍ୱର:  ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ଶନିବାର ୩୧୫ଟି ଏବଂ ରବିବାର ୩୦୭ ଜିଲ୍ଲା ପରିଷଦ ଜୋନ୍‍ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲା।ତନ୍ମଧ୍ୟରୁ ୩୦୫ଟି ଆସନର ଫଳାଫଳ ସମ୍ପର୍କରେ ନିୟମିତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର […]

ଭୁବନେଶ୍ୱର:  ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ଶନିବାର ୩୧୫ଟି ଏବଂ ରବିବାର ୩୦୭ ଜିଲ୍ଲା ପରିଷଦ ଜୋନ୍‍ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲା।ତନ୍ମଧ୍ୟରୁ ୩୦୫ଟି ଆସନର ଫଳାଫଳ ସମ୍ପର୍କରେ ନିୟମିତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ମଧ୍ୟ ଗଣନା କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଯେଉଁ ବ୍ଲକ ଗୁଡ଼ିକ ଅଧିକ ସମ୍ବେଦନଶୀଳ ବୋଲି ଜିଲ୍ଲାପାଳମାନେ ଅନୁଭବ କରାଯାଇଛି, ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।
ପୂର୍ବପରି ପୂର୍ବାହ୍ନ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଏଜେଣ୍ଟମାନେ ଉପଯୁକ୍ତ ପରିଚୟ ପତ୍ର ଦାଖଲ ଏବଂ କରୋନା ସମ୍ପର୍କିତ କଟକଣା ମାନି ଗଣତି କେନ୍ଦ୍ରକୁ ପ୍ରବେଶ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡାନ୍ତ ବିଜୟ ଘୋଷଣା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଅନ୍ୟ ମାନ୍ୟତା ପ୍ରାପ୍ତ ଅଧିକାରୀ ଘୋଷଣା କରିବେ। ବ୍ଲକ ମୁଖ୍ୟାଳୟରେ ପ୍ରତି ରାଉଣ୍ଡ ଗଣତି ପରେ ମାଇକ ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଛି।  ପ୍ରଥମ ଦୁଇ ଦିନର ଗଣତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି।

ପ୍ରଥମ ଦିନ ପରି ଦ୍ୱିତୀୟ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‍ ଅନୁଯାୟୀ ଗଣନା କରାଯାଇଛି। ରବିବାର ପୂର୍ବାହ୍ନରୁ ଶନିବାର ଗଣତି ହୋଇଥିବା ପ୍ରାର୍ଥୀ ମାନଙ୍କ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଥିଲା। ତୃତୀୟ ଦିନ ଗଣତିର ପ୍ରଥମାର୍ଦ୍ଧରେ ଦ୍ୱିତୀୟ ଦିନର ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରତି ଜୋନ୍‍ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି, ସେତିକି ଟେବୁଲ ରହିଥିଲା। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ୍‍ ଡି ଅଧିକାରୀ ରହିଥିଲେ। କେଉଁ ଟିମ୍‍ କେଉଁ ଟେବୁଲରେ ବସିବେ ସେନେଇ ଗୁଳା ପଡ଼ିଥିଲା। ଜଣେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଯେତେ ଜଣ ପ୍ରାର୍ଥୀ ସେତିକ ଟେବୁଲ ଆଇ ଗୋଟିଏ ଟେବୁଲ ନାକଚ ପାଇଁ ରହିବ ବୋଲି ଜଣାପଡ଼ିଛି। ବାଲଟ୍‍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟଙ୍କ ଭୋଟ୍‍ ଗଣନା କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର