ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ : ୩୦୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି କାଉଣ୍ଟିଂ

The Sakala Picture
Published On

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ଗଣନା କରାଯିବ। ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ […]

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ଗଣନା କରାଯିବ। ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଯେଉଁ ବ୍ଲକ ଗୁଡ଼ିକ ଅଧିକ ସମ୍ବେଦନଶୀଳ ବୋଲି ଜିଲ୍ଲାପାଳମାନେ ଅନୁଭବ କରିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ପୂର୍ବପରି ପୂର୍ବାହ୍ନ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଏଜେଣ୍ଟମାନେ ଉପଯୁକ୍ତ ପରିଚୟ ପତ୍ର ଦାଖଲ ଏବଂ କରୋନା ସମ୍ପର୍କିତ କଟକଣା ମାନି ଗଣତି କେନ୍ଦ୍ରକୁ ପ୍ରବେଶ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡାନ୍ତ ବିଜୟ ଘୋଷଣା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଅଧିକାରୀ ଘୋଷଣା କରିବେ। ବ୍ଲକ ମୁଖ୍ୟାଳୟରେ ପ୍ରତି ରାଉଣ୍ଡ ଗଣତି ପରେ ମାଇକ ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଛି। ପ୍ରଥମ ଦିନର ଗଣତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି।
ପ୍ରଥମ ଦିନ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‍ ଅନୁଯାୟୀ ଗଣନା କରାଯାଇଛି। ପ୍ରତି ଜୋନ୍‍ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି, ସେତିକି ଟେବୁଲ ରହିଥିଲା। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ୍‍ ଡି ଅଧିକାରୀ ରହିଥିଲେ। କେଉଁ ଟିମ୍‍ କେଉଁ ଟେବୁଲରେ ବସିବେ ସେନେଇ ଗୁଳା ପଡ଼ିଥିଲା। ଜଣେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଯେତେ ଜଣ ପ୍ରାର୍ଥୀ ସେତିକ ଟେବୁଲ ଆଇ ଗୋଟିଏ ଟେବୁଲ ନାକଚ ପାଇଁ ରହିବ ବୋଲି ଜଣାପଡ଼ିଛି। ବାଲଟ୍‍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟଙ୍କ ଭୋଟ୍‍ ଗଣନା କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଦିନ ସମାନ ପ୍ରକ୍ରିୟା ଜାରି ରହିବ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା କିନ୍ତୁ ଚଳିତ ଥର ବିଜେଡି ଜବରଦସ୍ତ ପଦର୍ଶନ କରିବା ସହ ବହୁ ଆଗରେ ରହିବ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

27 Feb 2022 By The Sakala

ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ : ୩୦୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି କାଉଣ୍ଟିଂ

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ଗଣନା କରାଯିବ। ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଯେଉଁ ବ୍ଲକ ଗୁଡ଼ିକ ଅଧିକ ସମ୍ବେଦନଶୀଳ ବୋଲି ଜିଲ୍ଲାପାଳମାନେ ଅନୁଭବ କରିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ପୂର୍ବପରି ପୂର୍ବାହ୍ନ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଏଜେଣ୍ଟମାନେ ଉପଯୁକ୍ତ ପରିଚୟ ପତ୍ର ଦାଖଲ ଏବଂ କରୋନା ସମ୍ପର୍କିତ କଟକଣା ମାନି ଗଣତି କେନ୍ଦ୍ରକୁ ପ୍ରବେଶ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡାନ୍ତ ବିଜୟ ଘୋଷଣା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଅଧିକାରୀ ଘୋଷଣା କରିବେ। ବ୍ଲକ ମୁଖ୍ୟାଳୟରେ ପ୍ରତି ରାଉଣ୍ଡ ଗଣତି ପରେ ମାଇକ ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଛି। ପ୍ରଥମ ଦିନର ଗଣତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି।
ପ୍ରଥମ ଦିନ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‍ ଅନୁଯାୟୀ ଗଣନା କରାଯାଇଛି। ପ୍ରତି ଜୋନ୍‍ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି, ସେତିକି ଟେବୁଲ ରହିଥିଲା। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ୍‍ ଡି ଅଧିକାରୀ ରହିଥିଲେ। କେଉଁ ଟିମ୍‍ କେଉଁ ଟେବୁଲରେ ବସିବେ ସେନେଇ ଗୁଳା ପଡ଼ିଥିଲା। ଜଣେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଯେତେ ଜଣ ପ୍ରାର୍ଥୀ ସେତିକ ଟେବୁଲ ଆଇ ଗୋଟିଏ ଟେବୁଲ ନାକଚ ପାଇଁ ରହିବ ବୋଲି ଜଣାପଡ଼ିଛି। ବାଲଟ୍‍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟଙ୍କ ଭୋଟ୍‍ ଗଣନା କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଦିନ ସମାନ ପ୍ରକ୍ରିୟା ଜାରି ରହିବ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା କିନ୍ତୁ ଚଳିତ ଥର ବିଜେଡି ଜବରଦସ୍ତ ପଦର୍ଶନ କରିବା ସହ ବହୁ ଆଗରେ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର