ଆଜି ଜନ୍ମମାଟିରେ ପହଞ୍ଚିବ ବୀର ସହିଦ ଓଡ଼ିଆ ଯବାନ ସରୋଜଙ୍କ ପାର୍ଥିବ ଶରୀର, କାମାକ୍ଷାନଗର ଦିଘିରେ ହେବ ଶେଷକୃତ୍ୟ
ଢେଙ୍କାନାଳ: ଆଜି ଓଡ଼ିଶାରେ ପହଞ୍ଚିବ ବୀର ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ । ଅପରାହ୍ଣରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ବତନ୍ତ୍ର କରିଡରରେ ଜନ୍ମମାଟି କାମାକ୍ଷାନଗର ଦୀଘି ପଞ୍ଚାୟତର କେନ୍ଦୁଢିପକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସରୋଜଙ୍କ […]
ଢେଙ୍କାନାଳ: ଆଜି ଓଡ଼ିଶାରେ ପହଞ୍ଚିବ ବୀର ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ । ଅପରାହ୍ଣରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ବତନ୍ତ୍ର କରିଡରରେ ଜନ୍ମମାଟି କାମାକ୍ଷାନଗର ଦୀଘି ପଞ୍ଚାୟତର କେନ୍ଦୁଢିପକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି । ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ହାବିଲଦାର ସରୋଜ ଦାସ ।
ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର । ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର । ଚାରିଆଡେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା ଘରକୁ ଫୋନ ଆସିଥିଲା । ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ ।