ଉଦ୍ୟାନ କୃଷି ବିଭାଗର ଦାୟିତ୍ୱହୀନତାରୁ ଉଜୁଡିଲା ହଜାର ଏକର ଜମିର ତରଭୁଜ ଫସଲ,ପୂର୍ବକନିକାର ଚାଷୀ ସର୍ବସ୍ୱାନ୍ତ!

The Sakala Picture
Published On

ରାଜକନିକା : ରାଜକନିକା ବ୍ଲକ ପୂର୍ବକନିକା ଅଞ୍ଚଳର କାଟଣାବଣିଆଁ ପଞ୍ଚାୟତର ଖରସ୍ରୋତା ନଦୀ ଉପତ୍ୟକା ଅଞ୍ଚଳରେ କରାଯାଉଥିବା ତରଭୁଜ ଚାଷ ଚଳିତ ବର୍ଷ ଉଦ୍ୟାନ ବିଭାଗର ଦାୟିତ୍ୱହୀନତାରୁ ଉଜୁଡି ଯାଇଛି । ସରକାରୀ ଚାକିରୀ କରୁଥିବା ବାବୁମାନଙ୍କ କ୍ଷେତ୍ର ପରିଦର୍ଶନରେ ଟାଳଟୁଳ ତଥା ଅର୍ଥପିପାସୁ ମନୋଭାବ ପାଇଁ ସଠିକ ସମୟରେ ରୋଗପୋକ ନିୟନ୍ତ୍ରଣ କରିବାରେ ବିଫଳତା କାରଣରୁ ୯୭୨ ଏକର ଜମିରେ କରାଯାଇଥିବା ତରଭୁଜ ଚାଷରୁ ଚାଷୀ କ୍ଷତି ସହିବାକୁ ବାଧ୍ୟ ହୋଇଛି । ସୂଚନାଯୋଗ୍ୟ ଯେ […]

ରାଜକନିକା : ରାଜକନିକା ବ୍ଲକ ପୂର୍ବକନିକା ଅଞ୍ଚଳର କାଟଣାବଣିଆଁ ପଞ୍ଚାୟତର ଖରସ୍ରୋତା ନଦୀ ଉପତ୍ୟକା ଅଞ୍ଚଳରେ କରାଯାଉଥିବା ତରଭୁଜ ଚାଷ ଚଳିତ ବର୍ଷ ଉଦ୍ୟାନ ବିଭାଗର ଦାୟିତ୍ୱହୀନତାରୁ ଉଜୁଡି ଯାଇଛି । ସରକାରୀ ଚାକିରୀ କରୁଥିବା ବାବୁମାନଙ୍କ କ୍ଷେତ୍ର ପରିଦର୍ଶନରେ ଟାଳଟୁଳ ତଥା ଅର୍ଥପିପାସୁ ମନୋଭାବ ପାଇଁ ସଠିକ ସମୟରେ ରୋଗପୋକ ନିୟନ୍ତ୍ରଣ କରିବାରେ ବିଫଳତା କାରଣରୁ ୯୭୨ ଏକର ଜମିରେ କରାଯାଇଥିବା ତରଭୁଜ ଚାଷରୁ ଚାଷୀ କ୍ଷତି ସହିବାକୁ ବାଧ୍ୟ ହୋଇଛି ।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ସୂଚନାଯୋଗ୍ୟ ଯେ ରାଜକନିକା ବ୍ଲକ କାଟଣାବଣିଆଁ ପଞ୍ଚାୟତର ଜୟକୁଣ୍ଡା,ପତରପୁର,ବାଜପୁର ଓ ବିଶାବାଟ ଗାଁର ନଦୀ ସଂଲଗ୍ନ ଉପତ୍ୟକାର ଚାଷ ଜମିରେ ପାରମ୍ପରିକ ଭାବରେ ତରଭୁଜ ଚାଷ କରାଯାଇ ଆସୁଥିବା ବେଳେ ବର୍ଷକର ଏହି ଫସଲକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ବେଶ ଲାଭବାନ ହୋଇ କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ମାତ୍ର ୮୫ ଦିନରେ ଅମଳ ହେଉଥିବା ତରଭୁଜ ଚାଷରୁ ଏକର ପ୍ରତି ୩୦ ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ୩ ଗୁଣା ଲାଭ ପାଉଥିବା ବେଳେ ଚଳିତ ବର୍ଷ ଏହି ଚାଷରୁ ଚାଷୀମାନେ ମୂଳରୁ ଖର୍ଚ୍ଚ କରିଥିବା ଅର୍ଥକୁ କେମିତି ଭରଣା କରିବେ ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି । ଉଦ୍ୟାନ ବିଭାଗର ଦାୟିତ୍ୱହୀନତାରୁ କୌଣସି ଆର୍ଥିକ ପ୍ରୋତ୍ସାହନ ପାଉ ନ ଥିବା ଏହି ଚାଷୀ ଏହି ଚାଷରୁ ଅଧିକ ଉପାର୍ଜନ ଆଶାରେ ଗାଁ ମହାଜନ,ସାହୁକାର,ସମିତି ମାନଙ୍କୁ ଋଣ ନେଇ ଚାଷ କରିଥିବା ବେଳେ ଚଳିତବର୍ଷ ଏକ ଅଜଣାପୋକ ସବୁ ଲଟାରେ ଚରିଯିବାରୁ ତରଭୁଜ ସବୁ ୩୦୦ରୁ ୫୦୦ ଗ୍ରାମ ଓଜନର ହେବା ସହ ଫାଟି ଯାଉଥିବାରୁ ତାହାକୁ ଅମଳ କରିବା ସମ୍ଭବ ହେଉନାହିଁ । ନିୟମ ମୁତାବକ ତରଭୁଜ ସବୁ ୩ କେଜିରୁ ୭ କେଜି ଓଜନର ହେଉଥିବା ବେଳେ ଚଳିତ ରବିଋତୁର ଆଦୌ ବର୍ଷା ନ ହେବା ଏବଂ ଗତ ପ୍ରଳୟଙ୍କରୀ ବନ୍ୟା ପ୍ରଭାବରୁ ବିଭିନ୍ନ ରୋଗପୋକ ସଂକ୍ରମଣ ହେବାରୁ ପ୍ରତି ଲଟାରେ ମାଳ ମାଳ ପୋକ ଫସଲକୁ ହାନି କରିବାରେ ଲାଗିଛନ୍ତି ।

ଆହୁରି ପଢ଼ନ୍ତୁ: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ର ତରଭୁଜର ଦାମ ଅପେକ୍ଷାକୃତ ୨ ଗୁଣା ଅଧିକ ଥିବା ବେଳେ ଜମିରେ ତରଭୁଜର ଆକାର ଛୋଟ ହେବା ସଠିକ ସମୟରେ ନ ପାଚି ତାହା ଫାଟିଯିବା କାରଣରୁ ଚାଷୀ ହଜାର ହଜାର ଟଙ୍କା ଋଣ କରି ଲଗାତର ଭାବରେ ୩ ମାସର ଅକ୍ଳାନ୍ତ ପରିଶ୍ରମ ସହ ମଜୁରୀ ଖର୍ଚ୍ଚ କରି ହତାଶରେ କାଳ କାଟୁଛନ୍ତି । ପ୍ରକାଶଥାଉକି ରାଜକନିକା ବ୍ଲକର ଏହି ଅଂଚଳର ତରଭୁଜର ଦେଶ ଓ ଦେଶ ବାହାରେ ସ୍ୱତନ୍ତ୍ରତା ରହିଥିବା ବେଳେ ଅମଳ ସମୟରେ ରୋଗପୋକ ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି । ପୁନଶ୍ଚ ସଂପଦ ବେଳେ ସର୍ବେସଖା ବିପଦେ ନ ଦିଅନ୍ତି ଦେଖା ନ୍ୟାୟରେ ଦାୟିତ୍ୱରେ ଥିବା ରାଜକନିକା ଉଦ୍ୟାନ କୃଷି ବିଭାଗ ଚାଷୀଙ୍କୁ ସାନ୍ତ୍ୱନା ଦେବା ବଦଳରେ ଗଣମାଧ୍ୟମରେ ଯେପରି ଏହି ସବୁ ତଥ୍ୟ ପ୍ରକାଶ ନ ପାଏ ସେଥିପାଇଁ ଅଘୋଷିତ ସର୍ତ ରଖିବା ଭଳି ନିନ୍ଦନୀୟ ଓ ମନୋମୁଖୀ କାର୍ଯ୍ୟ ଚାଷୀମାନଙ୍କୁ ଆତ୍ମହତ୍ୟା କରିବାକୁ ବାଟ ଦେଖାଉଥିବା ଚାଷୀମାନେ କହିଛନ୍ତି । ଚାଷୀମାନଙ୍କୁ ତରଭୁଜ ଚାଷ ପାଇଁ ସହାୟତା ବାବଦକୁ ପାଇପ ଯୋଗାଣ ହେଉ କି ଆବଶ୍ୟକୀୟ ଜ୍ଞାନକୌଶଳ ପ୍ରଦାନରେ ସଂପୂର୍ଣ୍ଣ ଅବହେଳାକରିଥିବା ରାଜକନିକା ଉଦ୍ୟାନ କୃଷି ବିଭାଗ ବିହନ ଯୋଗାଣ,ଔଷଧ ପ୍ରୟୋଗ ହେଉ କି କମ୍ବା ଆବଶ୍ୟକୀୟ ପରାମର୍ଶ ନ ଦେଇ କେବଳ ହାକିମାତି କରିଥିବାରୁ ଚାଷୀ ସୁରେନ୍ଦ୍ର ବିଶ୍ୱାଳ,ବିଚିତ୍ର ସାମଲ,ଜନ୍ମେଜୟ ଜେନା,ଯଯାତି ମହାନ୍ତି,ଜୟନ୍ତ ମହାନ୍ତି,କେଳାସ ମହାନ୍ତି,ରବି ନାରାୟଣ ବିଶ୍ୱାଳ,କେଦାର ବାରିକ,ରବିନ୍ଦ୍ର ବଳ,ଅମର କୁମାର ବାରିକ,ପ୍ରଫୂଲ୍ଲ ଜେନା,ମନୋଜ ପ୍ରଧାନ ପ୍ରମୁଖ ତରଭୁଜ ଫସଲ ଉଜୁଡି ଯିବା କାରଣରୁ ହତାଶ ହୋଇ ବିଭାଗକୁ ଦାୟୀ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ଶୋଷଣ: ଝୁଣା ନାଁରେ ବିକୁଛନ୍ତି କାଠଗୁଣ୍ଡ! ଶୋକାକୁଳ ପରିବାରଙ୍କ ବିଶ୍ୱାସ ସହ ପ୍ରତାରଣା

ପ୍ରକାଶଥାଉ କି ଚିର ବନ୍ୟା ପ୍ରଭାବିତ ଏହି ଅଂଚଳର ନଦୀଶଯ୍ୟାରେ କରାଯାଉଥିବା ଅର୍ଥକାରୀ ଫସଲର ତରଭୁଜ ଚାଷ ପାଇଁ ଏଠାକାର ଚାଷୀ ବର୍ଷକ ଯାକ ଚାହିଁ ରହିଥିବା ବେଳେ ନାଁ କୃଷିବିଭାଗ ନା ଉଦ୍ୟାନ କୃଷି ବିଭାଗ ଏମାନଙ୍କ ପ୍ରତି ଆଦୌ ସମ୍ବେଦନଶିଳ ନ ଥିବାରୁ ଚାଷୀ ଭରସାଶୁନ୍ୟ ହୋଇ ଯାଇଛି । ସରକାରୀ ଚାକିରୀ କରି ଅଂଚଳର କୃଷିକୁ ସଂଫୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବାରୁ ଚାଷୀଙ୍କ ପ୍ରଭୂତ କ୍ଷତି ପାଇଁ ଖୋଦ କୃଷିବିଭାଗ ହିଁ ଦାୟୀ ବୋଲି ପୂର୍ବତନ ସରପଞ୍ଚ ଧନୁର୍ଜୟ ଦାସ ଅଭିଯୋଗ କରିଛନ୍ତି । ସେହିପରି ଗୋଟିଏ ଅଂଚଳର ଜୀବିକାକୁ ଉଜାଡି ଦେଉଥବା ରୋଗପୋକ ସଂକ୍ରମଣ ସଂପର୍କରେ ଉଦ୍ୟାନ କୃଷି ବିଭାଗର କର୍ମଚାରୀଙ୍କୁ ପଚାରିବାରୁ ଆମେ କଣ କରିବୁ ପୋକ ତ ଲାଗିଲା ବୋଲି ହାଲୁକା ଉତ୍ତର ଦେବା ତରଭୁଜ ଚାଷୀଙ୍କୁ ଉପହାସ କରିଛି । ତେବେ ବର୍ଷକର ଲାଭଜନକ ଫସଲରେ ରୋଗପୋକ ଚାଷୀର ମୂଳପୁଂଜିକୁ ହରାଇବାକୁ ବାଧ୍ୟ କରିଥିବାରୁ ଏହି ଅଂଚଳର ଚାଷୀଙ୍କ ପ୍ରଭୁତ କ୍ଷତିକୁ ଆକଳନ କରି ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଆକୁଳ ନିବେଦନ କରିଛନ୍ତି ।

06 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର