ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏଯାବତ୍‌ […]

ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଏଯାବତ୍‌ ୮୫୧ ଜିଲ୍ଲା ପରିଷଦ ଜୋନରୁ ୮୪୫ ଆସନର ଫଳାଫଳ ଆସିସାରିଛି। ସେଥି ମଧ୍ୟରୁ ୭୫୯ଟିରେ ବିଜେଡି ବିଜୟୀ ହୋଇଛି। ବିଜେପି ୪୨, କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛନ୍ତି। ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଜୋନ୍ ଯାଇଛି । ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ବିଜେଡି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରି ଥିଲା । ଏଥର ସେହି ରେକର୍ଡକୁ ଭାଙ୍ଗି ଦେଇଛି। ସମସ୍ତ ୩୦ ଜିଲ୍ଲା ପରିଷଦରେ ବିଜେଡି ପରିଷଦ ଲାଗି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଏପରିକି ୨୦୧୭ରେ ବିଜେପି ପରିଷଦ ଗଠନ କରିଥିବା ମାଲକାନଗିରି ଜିଲ୍ଲାରେ ଦଳ ଗୋଟିଏ ଜୋନ୍‍ରେ ବିଜୟୀ ହୋଇପାରି ନାହିଁ। କେବଳ ମାଲକାନଗିରି ନୁହେଁ; ୨୦୧୭ରେ ଦଳ ଏକତରଫା ବିଜୟଲାଭ କରିଥିବା ଓ ୨୦୧୯ ନିର୍ବାଚନରେ ବିଜେପିର ସାଂସଦମାନେ ବିଜୟୀ ହୋଇଥିବା କଳାହାଣ୍ଡି, ବରଗଡ଼଼଼଼, ସମ୍ବଲପୁର, ମୟୂରଭଞ୍ଜ, ବଲାଙ୍ଗୀର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧାରାଶାୟୀ ହୋଇଛି। କଳାହାଣ୍ଡିରେ ବିଜେପି ୨, ନୂଆପଡ଼ାରେ ୧, ବରଗଡ଼଼ରେ ୭, ଝାରସୁଗୁଡ଼ାରେ ୨,ଖୋର୍ଦ୍ଧାରେ ୩, ଢ଼େଙ୍କାନାଳରେ ୩, ଅନୁଗୋଳରେ , ଗଜପତିରେ ୧, ବଲାଙ୍ଗୀରରେ ୪, କନ୍ଧମାଳରେ ୨ଟି ଆସନରେ ଦଳ ସୀମିତ ରହିଛି। ବିଡ଼ମ୍ବନା ହେଉଛି ଅନ୍ୟାନ୍ୟ ଜିଲ୍ଲାରେ ଦଳ ଅନୁରୂପ ପ୍ରଦର୍ଶନ କରିଛି ଓ ୮ଟି ଜିଲ୍ଲାରେ ଦଳ ଖାତା ଖୋଲିପାରି ନାହିଁ। କେବଳ ବରଗଡ଼଼଼଼ (୭)କୁ ଛାଡ଼ିଦେଲେ ୩ଟି ଜିଲ୍ଲାରେ ଦଳ ସର୍ବାଧିକ ୪ଟି, ୪ଟି ଜିଲ୍ଲାରେ ୩ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି। ସେହିପରି ୪ଟି ଜିଲ୍ଲାରେ ୨ଟି ଲେଖାଏଁ, ୯ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଆସନ ପାଇଛି। ବିଡ଼ମ୍ବନା ହେଉଛି ଦଳର କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନିଜ ଅଞ୍ଚଳରେ ଦଳର ଭୋଟକୁ ମଧ୍ୟ ସୁରକ୍ଷିତ ରଖିପାରି ନାହାନ୍ତି ଏବଂ ଜନସାଧାରଣ ସେହିସ୍ଥାନରେ ବିଜେଡି ଉପରେ ବିଶ୍ୱାସସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା।’।

01 Mar 2022 By The Sakala

ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ଏଯାବତ୍‌ ୮୫୧ ଜିଲ୍ଲା ପରିଷଦ ଜୋନରୁ ୮୪୫ ଆସନର ଫଳାଫଳ ଆସିସାରିଛି। ସେଥି ମଧ୍ୟରୁ ୭୫୯ଟିରେ ବିଜେଡି ବିଜୟୀ ହୋଇଛି। ବିଜେପି ୪୨, କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛନ୍ତି। ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଜୋନ୍ ଯାଇଛି । ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ବିଜେଡି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରି ଥିଲା । ଏଥର ସେହି ରେକର୍ଡକୁ ଭାଙ୍ଗି ଦେଇଛି। ସମସ୍ତ ୩୦ ଜିଲ୍ଲା ପରିଷଦରେ ବିଜେଡି ପରିଷଦ ଲାଗି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଏପରିକି ୨୦୧୭ରେ ବିଜେପି ପରିଷଦ ଗଠନ କରିଥିବା ମାଲକାନଗିରି ଜିଲ୍ଲାରେ ଦଳ ଗୋଟିଏ ଜୋନ୍‍ରେ ବିଜୟୀ ହୋଇପାରି ନାହିଁ। କେବଳ ମାଲକାନଗିରି ନୁହେଁ; ୨୦୧୭ରେ ଦଳ ଏକତରଫା ବିଜୟଲାଭ କରିଥିବା ଓ ୨୦୧୯ ନିର୍ବାଚନରେ ବିଜେପିର ସାଂସଦମାନେ ବିଜୟୀ ହୋଇଥିବା କଳାହାଣ୍ଡି, ବରଗଡ଼଼଼଼, ସମ୍ବଲପୁର, ମୟୂରଭଞ୍ଜ, ବଲାଙ୍ଗୀର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧାରାଶାୟୀ ହୋଇଛି। କଳାହାଣ୍ଡିରେ ବିଜେପି ୨, ନୂଆପଡ଼ାରେ ୧, ବରଗଡ଼଼ରେ ୭, ଝାରସୁଗୁଡ଼ାରେ ୨,ଖୋର୍ଦ୍ଧାରେ ୩, ଢ଼େଙ୍କାନାଳରେ ୩, ଅନୁଗୋଳରେ , ଗଜପତିରେ ୧, ବଲାଙ୍ଗୀରରେ ୪, କନ୍ଧମାଳରେ ୨ଟି ଆସନରେ ଦଳ ସୀମିତ ରହିଛି। ବିଡ଼ମ୍ବନା ହେଉଛି ଅନ୍ୟାନ୍ୟ ଜିଲ୍ଲାରେ ଦଳ ଅନୁରୂପ ପ୍ରଦର୍ଶନ କରିଛି ଓ ୮ଟି ଜିଲ୍ଲାରେ ଦଳ ଖାତା ଖୋଲିପାରି ନାହିଁ। କେବଳ ବରଗଡ଼଼଼଼ (୭)କୁ ଛାଡ଼ିଦେଲେ ୩ଟି ଜିଲ୍ଲାରେ ଦଳ ସର୍ବାଧିକ ୪ଟି, ୪ଟି ଜିଲ୍ଲାରେ ୩ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି। ସେହିପରି ୪ଟି ଜିଲ୍ଲାରେ ୨ଟି ଲେଖାଏଁ, ୯ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଆସନ ପାଇଛି। ବିଡ଼ମ୍ବନା ହେଉଛି ଦଳର କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନିଜ ଅଞ୍ଚଳରେ ଦଳର ଭୋଟକୁ ମଧ୍ୟ ସୁରକ୍ଷିତ ରଖିପାରି ନାହାନ୍ତି ଏବଂ ଜନସାଧାରଣ ସେହିସ୍ଥାନରେ ବିଜେଡି ଉପରେ ବିଶ୍ୱାସସ୍ଥାପନ କରିଛନ୍ତି।

ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା।’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର