ବର୍ଷା ଯୋଗୁ ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରପାତରେ ଚାଲିଗଲା ୫ ଜୀବନ

The Sakala Picture
Published On

ପଦ୍ମପୁର: ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅଭାବନୀୟ ଘଟଣା। ବଜ୍ରପାତରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମର ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ବରଗଛ ତଳେ ୫ଜଣ ବ୍ୟକ୍ତି ଠିଆ ହୋଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର […]

ପଦ୍ମପୁର: ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅଭାବନୀୟ ଘଟଣା। ବଜ୍ରପାତରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମର ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ବରଗଛ ତଳେ ୫ଜଣ ବ୍ୟକ୍ତି ଠିଆ ହୋଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ସେହିପରି, ବଲଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତ ଚଉଳବାଞ୍ଜୀ ଗ୍ରାମରେ ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତ ମାଆଙ୍କ ନାଁ ସୁର୍ଜକାନ୍ତି ଖର୍ସେଲ ଓ ପୁଅ ଦିପକ ଖର୍ସେଲ (୧୮) ବୋଲି ଜଣାପଡିଛି । ଉଭୟ ବିଲରୁ କାମ କରି ଘରକୁ ଫେରୁଥିବା ସମୟରେ ବର୍ଷା ହେବା ଯୋଗୁଁ ତାଙ୍କ ଜମିରେ ଥିବା ଏକ ଗଛତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିିଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର