ମାନିଲେ ବିରୋଧୀ : ନବୀନଙ୍କ ସମସ୍କନ୍ଧ ବିକଳ୍ପ ନାହାନ୍ତି

The Sakala Picture
Published On

ଭୁବନେଶ୍ୱର : ପଞ୍ଚାୟତ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିବା ବେଳେ ଭୋଟର ଶାସକ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ଅଜାଡ଼ି ଦେଇଛନ୍ତି। ବିରୋଧୀ ମାଟି କାମୁଡ଼ିବା ଏବଂ ବିଜେଡିର ଏକପାଖିଆ ବିଜୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏନେଇ ମତ ରଖିଛନ୍ତି। ରାଜ୍ୟ ବିଜେପିରେ ନବୀନଙ୍କ ସମସ୍କନ୍ଧ ନେତା କେହି ନାହାନ୍ତି। ସେଥିପାଇଁ ନିର୍ବାଚନ ପରେ […]

ଭୁବନେଶ୍ୱର : ପଞ୍ଚାୟତ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିବା ବେଳେ ଭୋଟର ଶାସକ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ଅଜାଡ଼ି ଦେଇଛନ୍ତି। ବିରୋଧୀ ମାଟି କାମୁଡ଼ିବା ଏବଂ ବିଜେଡିର ଏକପାଖିଆ ବିଜୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏନେଇ ମତ ରଖିଛନ୍ତି। ରାଜ୍ୟ ବିଜେପିରେ ନବୀନଙ୍କ ସମସ୍କନ୍ଧ ନେତା କେହି ନାହାନ୍ତି। ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ ଶାସକ ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଅକୁଣ୍ଠ ସମର୍ଥନ ଏବଂ ଆଶୀର୍ବାଦ ପାଇ ଆସୁଛି। ଏପରିକି ବିଜେଡିର ଲୋକପ୍ରିୟତା ଏବଂ ଗ୍ରହଣୀୟତା ବର୍ଷ ପରେ ବର୍ଷ ବଢ଼଼ିବାରେ ଲାଗିଛି। ଯାହାଫଳରେ ନିର୍ବାଚନ ରାଜନୀତିରେ ବିରୋଧୀ ବିଜେପି ସଫଳ ହୋଇପାରୁ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ରାଜ୍ୟର ରାଜନୈତିକ ପାଣିପାଗ, ବିଜେଡିର ନିର୍ବାଚନୀ ସଫଳତାକୁ ନେଇ ସାଧାରଣତଃ ରାଜନୈତିକ ବିଶ୍ଳେଷକମାନେ ଉପରୋକ୍ତ ମନ୍ତବ୍ୟ ରଖୁଥିବା ବେଳେ ସେମାନଙ୍କ ସହ ଆଜି ଖାରବେଳ ସ୍ୱର ମିଳାଇଛନ୍ତି। ଖାରବେଳଙ୍କ ଉକ୍ତି ରାଜ୍ୟରେ ବିଜେପିର ନେତୃତ୍ୱ ସଙ୍କଟ ଏବଂ ଲୋକଙ୍କ ମଧ୍ୟରେ ଗ୍ରହଣୀୟତାକୁ ନେଇ ଉଠୁଥିବା ପ୍ରଶ୍ନବାଚୀ ଉପରେ ମୋହର ମାରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏପଟେ ଦଳର ପରାଜୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଦଳ ଯେଉଁଭଳି ଭାବେ ବାରମ୍ବାର ହାରୁଛି, ଏହାର କାରଣ ଏବଂ ନିରାକରଣ ବିଷୟରେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ଥିଲେ ହେଁ ତାହା କରୁନାହିଁ। ଯେପର୍ଯ୍ୟନ୍ତ ଦଳ ସଠିକ୍‍ ଭାବେ ଆତ୍ମଚିନ୍ତନ ନ କରିବ ସେପର୍ଯ୍ୟନ୍ତ ହାରୁଥିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷେ ବିଜେଡିର ମହାବିଜୟ ଏବଂ ବିରୋଧୀଙ୍କ ଶୋଚନୀୟ ପରାଜୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ଶାସକ ଦଳ ନିଜ ଦାୟିତ୍ୱ ସଠିକ୍‍ ଭାବେ ତୁଲାଇଥିବା ବେଳେ ବିରୋଧୀ ନିଜ ଭୂମିକା ଆଦୌ ତୁଲାଇନାହିଁ। ଯାହାର ଫଳ ବାଲଟ ପେପରରେ ପ୍ରତିଫଳିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଚଳିତ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନରେ ବିଜେପି ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ଏହାକୁ ନେଇ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ନିଜ ମତ ରଖି କହିଛନ୍ତି ଯେ ଓଡ଼ିଶାରେ ବିଜେପିର ନେତୃତ୍ୱ ଯେ ବିଜେଡିର ନେତୃତ୍ୱ ସହ ସମାନ, ତାହା ଲୋକେ ଭାବୁନାହାନ୍ତି। ସାଧାରଣତଃ ରାଜନୀତିରେ ନେତୃତ୍ୱର ମହତ୍ତ୍ୱ ରହିଛି। ଯେଉଁ ଦଳର ନେତୃତ୍ୱ ପ୍ରତି ଭୋଟରଙ୍କ ଭଲ ଧାରଣା ଥାଏ, ସେମାନେ ସେହି ଦଳକୁ ହିଁ ପସନ୍ଦ କରିଥାନ୍ତି। ବିଜେଡି ପ୍ରତି ଲୋକଙ୍କ ଭଲ ଧାରଣା ରହିଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନରେ ଦଳକୁ ଭରଷିଛନ୍ତି ବୋଲି ଖାରବେଳ ମତବ୍ୟକ୍ତ କରିଛନ୍ତି। ଖାରବେଳଙ୍କ ଉକ୍ତିକୁ ରାଜନୀତିରେ ରୁଚି ରଖୁଥିବା ଲୋକେ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ସହନଶୀଳତା, ଶାଳୀନତା ଏବଂ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ତୃଣମୂଳସ୍ତରରେ ବିକାଶ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏହାର ସୁଫଳ ଗାଁ ଗହଳିରେ ପ୍ରତିଫଳିତ ହେଉଛି। ଅପରପକ୍ଷେ ବିରୋଧୀ ଜନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବା ପରିବର୍ତ୍ତେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଜନଭାବନାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଆସୁଛି। ଯାହାଫଳରେ ସେମାନେ ଲଗାତାର ଭାବେ ପରାଜୟ ଭୋଗୁଛନ୍ତି ବୋଲି ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଏନେଇ ସମାନ ଭାବେ ନିଜର ବିଚାର ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ। ପଞ୍ଚାୟତ ନିର୍ବାଚନ ସାଧାରଣତଃ ସ୍ଥାନୀୟ ସମସ୍ୟାକୁ ନେଇ ଲଢ଼ାଯାଇଥାଏ। ମାତ୍ର ବିରୋଧୀ ଦଳଗୁଡ଼ିକ ଜନତାଙ୍କ ସମସ୍ୟାକୁ ଉତ୍ଥାପନ କରିବା ପରିବର୍ତ୍ତେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କଲେ। ମମିତା ମେହେର ପରି ଘଟଣାକୁ ଅଯଥା ରାଜନୀତିର ରୂପ ଦିଆଯାଇ ରାଜ୍ୟବ୍ୟାପୀ ଏକ ଶାସନ ବିରୋଧୀ ମାହୋଲ ସୃଷ୍ଟି କରିବାକୁ ଭର୍‍ପୂର ଅପଚେଷ୍ଟା ହେଲା। ଲୋକଙ୍କ ପ୍ରକୃତ ସମସ୍ୟାକୁ ଲୋକ ଲୋଚନକୁ ଅଣାଗଲା ନାହିଁ। ସମାନ ସମୟରେ ଶାସକ ଦଳ ଲୋକଙ୍କ ସମସ୍ୟାକୁ ଖୋଜି ବାହାର କରିବା ସହ ଏହାର ନିରାକରଣ କଲା। ଫଳସ୍ୱରୂପ ଲୋକେ ନିଜ ସମର୍ଥ ସ୍ୱରୂପ ବିଜେଡିକୁ ବିପୁଳ ବିଜୟ ଅଜାଡ଼ି ଦେଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର