ଦିଶା ରବିଙ୍କ ଗିରଫକୁ ନିନ୍ଦା କଲେ କେଜ୍ରିୱାଲ ଓ ବହୁ କଂଗ୍ରେସ ନେତା, କହିଲେ- ଏହା ଗଣତନ୍ତ୍ର ଉପରେ ହମଲା

The Sakala Picture
Published On

ପରିବେଶବିତ୍ ଦିଶା ରବିଙ୍କ ଗିରଫକୁ ଗଣତନ୍ତ୍ର ଉପରେ ଅଦୃଶ୍ୟ ଆକ୍ରମଣ କହିଲେ କେଜ୍ରିଓ୍ୱାଲ । ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ସେୟାର ହୋଇଥିବା ଟୁଲ୍ କିଟ୍ ମାମଲାରେ ଦିଶା ରବିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ୍ । ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି । ଦିଶା ରବିଙ୍କ ଗିରଫକୁ କଂଗ୍ରେସ […]

ପରିବେଶବିତ୍ ଦିଶା ରବିଙ୍କ ଗିରଫକୁ ଗଣତନ୍ତ୍ର ଉପରେ ଅଦୃଶ୍ୟ ଆକ୍ରମଣ କହିଲେ କେଜ୍ରିଓ୍ୱାଲ । ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ସେୟାର ହୋଇଥିବା ଟୁଲ୍ କିଟ୍ ମାମଲାରେ ଦିଶା ରବିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ୍ । ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

ଦିଶା ରବିଙ୍କ ଗିରଫକୁ କଂଗ୍ରେସ ମଧ୍ୟ ବିରୋଧ କରିଛି। କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି. ଚିଦାମ୍ବରମ ଓ ଜୟରାମ ରମେଶଙ୍କ ଭଳି ବହୁ ନେତା ଦିଶାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ପି,ଚିଦାମ୍ବରମ ଟ୍ୱିଟ୍ କରି କହିଛନ୍ତି,’ଭାରତ ଏକ ଖରାପ ରଙ୍ଗମଞ୍ଚ ହୋଇଗଲାଣି। ଏହା ଅତ୍ୟନ୍ତ ଦୁଃଖଦ ଯେ ଦିଲ୍ଲୀ ପୋଲିସ ଉତ୍ପୀଡ଼କଙ୍କ ଶସ୍ତ୍ର ହୋଇଯାଇଛି। ମୁଁ ଦିଶା ରବିଙ୍କ ଗିରଫକୁ ନିନ୍ଦା କରୁଛି। ସମସ୍ତ ଛାତ୍ର ଓ ଯୁବଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିରଙ୍କୁଶ ଶାସନ ବିରୋଧରେ ଶବ୍ଦ ଉଠାନ୍ତୁ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ଚିଦାମ୍ବରମ ଆଉ ଏକ ଟ୍ୱିଟରେ କହିଛନ୍ତି ଯେ ଚୀନର ଅନୁପ୍ରବେଶ ଠାରୁ ଟୁଲକିଟ ଭାରତ ପାଇଁ ବେଶୀ ଭୟଙ୍କର। ସେ କହିଛନ୍ତି ୨୨ ବର୍ଷୀୟ ମାଉଣ୍ଟ କାରମେଲ କଲେଜର ଛାତ୍ରୀ ଓ ପରିବେଶ କାର୍ୟ୍ୟକର୍ତ୍ତା ଦିଶା ଭାରତ ପାଇଁ ବିପଦ ତାହେଲେ ଭାରତ ଅତ୍ୟନ୍ତ ଦୁର୍ବଳ ପୃଷ୍ଠଭୂମି ଉପରେ ଛିଡା ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଦିଶାଙ୍କ ଗିରଫକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ରୂପେ ଅତ୍ୟାଚାର ଏବଂ ଅନୁଚିତ ନିର୍ୟ୍ୟାତନା।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ସେପଟେ ଦିଶାଙ୍କୁ ରିଲିଜ୍‌ କରିବାକୁ ବାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଛାତ୍ରଛାତ୍ରୀ । ଚାଷୀ ଆନ୍ଦୋଳନକୁ ନେଇ ସ୍ୱିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲ୍‌କିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା । ଚାଷୀ ଆନ୍ଦୋଳନ ସହ ଜଡ଼ିତ ଏହି ଟୁଲ‌କିଟ୍‌କୁ ଦିଶା ଏଡିଟ୍‌ କରି ପଠାଇଥିବା ଅଭିଯୋଗ ହୋଇଛି । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ ଗଈଇ କରିଥିବା ବେଳେ ‘ଫ୍ରାଇଡେ ଫର୍‌ ଫ୍ୟୁଚର ଇଣ୍ଡିଆ’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

ଦିଶାଙ୍କ ଘନିଷ୍ଠ ବନ୍ଧୁ ନିକିତା ଜେକବଙ୍କ ସମେତ ୨ ଜଣଙ୍କ ନାଁରେ ଜାମିନ ବିହୀନ ପରଓ୍ୱାନା (ଘଈଡ) ଜାରି କରାଯାଇଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ସ୍ପେଶାଲ ସେଲ୍ ପୋଲିସ ନିକିତାଙ୍କ ଘରେ ପହଞ୍ଚି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଯାଞ୍ଚ କରିଥିଲା । ଏହାସହ କେତେକ କାଗଜପତ୍ରରେ ପୋଲିସ ତାଙ୍କ ଦସ୍ତଖତ ମଧ୍ୟ ରଖିଛି । ହେଲେ ଏହାପରଠୁ ସେ ଫେରାର ଥିବା ପୋଲିସ କହିଛି ।

15 Feb 2021 By The Sakala

ଦିଶା ରବିଙ୍କ ଗିରଫକୁ ନିନ୍ଦା କଲେ କେଜ୍ରିୱାଲ ଓ ବହୁ କଂଗ୍ରେସ ନେତା, କହିଲେ- ଏହା ଗଣତନ୍ତ୍ର ଉପରେ ହମଲା

ପରିବେଶବିତ୍ ଦିଶା ରବିଙ୍କ ଗିରଫକୁ ଗଣତନ୍ତ୍ର ଉପରେ ଅଦୃଶ୍ୟ ଆକ୍ରମଣ କହିଲେ କେଜ୍ରିଓ୍ୱାଲ । ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ସେୟାର ହୋଇଥିବା ଟୁଲ୍ କିଟ୍ ମାମଲାରେ ଦିଶା ରବିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ୍ । ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି ।

ଦିଶା ରବିଙ୍କ ଗିରଫକୁ କଂଗ୍ରେସ ମଧ୍ୟ ବିରୋଧ କରିଛି। କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି. ଚିଦାମ୍ବରମ ଓ ଜୟରାମ ରମେଶଙ୍କ ଭଳି ବହୁ ନେତା ଦିଶାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ପି,ଚିଦାମ୍ବରମ ଟ୍ୱିଟ୍ କରି କହିଛନ୍ତି,’ଭାରତ ଏକ ଖରାପ ରଙ୍ଗମଞ୍ଚ ହୋଇଗଲାଣି। ଏହା ଅତ୍ୟନ୍ତ ଦୁଃଖଦ ଯେ ଦିଲ୍ଲୀ ପୋଲିସ ଉତ୍ପୀଡ଼କଙ୍କ ଶସ୍ତ୍ର ହୋଇଯାଇଛି। ମୁଁ ଦିଶା ରବିଙ୍କ ଗିରଫକୁ ନିନ୍ଦା କରୁଛି। ସମସ୍ତ ଛାତ୍ର ଓ ଯୁବଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିରଙ୍କୁଶ ଶାସନ ବିରୋଧରେ ଶବ୍ଦ ଉଠାନ୍ତୁ।

ଚିଦାମ୍ବରମ ଆଉ ଏକ ଟ୍ୱିଟରେ କହିଛନ୍ତି ଯେ ଚୀନର ଅନୁପ୍ରବେଶ ଠାରୁ ଟୁଲକିଟ ଭାରତ ପାଇଁ ବେଶୀ ଭୟଙ୍କର। ସେ କହିଛନ୍ତି ୨୨ ବର୍ଷୀୟ ମାଉଣ୍ଟ କାରମେଲ କଲେଜର ଛାତ୍ରୀ ଓ ପରିବେଶ କାର୍ୟ୍ୟକର୍ତ୍ତା ଦିଶା ଭାରତ ପାଇଁ ବିପଦ ତାହେଲେ ଭାରତ ଅତ୍ୟନ୍ତ ଦୁର୍ବଳ ପୃଷ୍ଠଭୂମି ଉପରେ ଛିଡା ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଦିଶାଙ୍କ ଗିରଫକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ରୂପେ ଅତ୍ୟାଚାର ଏବଂ ଅନୁଚିତ ନିର୍ୟ୍ୟାତନା।

ସେପଟେ ଦିଶାଙ୍କୁ ରିଲିଜ୍‌ କରିବାକୁ ବାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଛାତ୍ରଛାତ୍ରୀ । ଚାଷୀ ଆନ୍ଦୋଳନକୁ ନେଇ ସ୍ୱିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲ୍‌କିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା । ଚାଷୀ ଆନ୍ଦୋଳନ ସହ ଜଡ଼ିତ ଏହି ଟୁଲ‌କିଟ୍‌କୁ ଦିଶା ଏଡିଟ୍‌ କରି ପଠାଇଥିବା ଅଭିଯୋଗ ହୋଇଛି । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ ଗଈଇ କରିଥିବା ବେଳେ ‘ଫ୍ରାଇଡେ ଫର୍‌ ଫ୍ୟୁଚର ଇଣ୍ଡିଆ’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

ଦିଶାଙ୍କ ଘନିଷ୍ଠ ବନ୍ଧୁ ନିକିତା ଜେକବଙ୍କ ସମେତ ୨ ଜଣଙ୍କ ନାଁରେ ଜାମିନ ବିହୀନ ପରଓ୍ୱାନା (ଘଈଡ) ଜାରି କରାଯାଇଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ସ୍ପେଶାଲ ସେଲ୍ ପୋଲିସ ନିକିତାଙ୍କ ଘରେ ପହଞ୍ଚି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଯାଞ୍ଚ କରିଥିଲା । ଏହାସହ କେତେକ କାଗଜପତ୍ରରେ ପୋଲିସ ତାଙ୍କ ଦସ୍ତଖତ ମଧ୍ୟ ରଖିଛି । ହେଲେ ଏହାପରଠୁ ସେ ଫେରାର ଥିବା ପୋଲିସ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp