ଖଡ଼ି ଛାଡ଼ି ଏବେ ଗାଡ଼ି ଚଲାଉଛନ୍ତି ମହିଳା

The Sakala Picture
Published On

ଭୁବନେଶ୍ୱର : ଯେଉଁହାତରେ ଦିନେ ସେ ପିଲାମାନଙ୍କୁ ଖଡ଼ି ଧରି ଅ, ଆ ଲେଖିବା ଶିଖାଉଥିଲେ, ଏବେ ସେ ସଫେଇ ଗାଡ଼ି ଚଲାଉଛନ୍ତି। କେବଳ ଯେ ସଫେଇ ଗାଡ଼ି ଚଲାଉଛନ୍ତି; ତାହା ନୁହେଁ, ଗଳିକୁ ଗଳି ବୁଲି ଲୋକଙ୍କୁ କରିଛନ୍ତି ସଚେତନ। ସହରଯାକର ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବା ସହ ଏଣେତେଣେ ଅଳିଆକୁ ନ ପକାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେ ହେଉଛନ୍ତି ସ୍ମୃତିରେଖା ବେହେରା। ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର। ଦୀର୍ଘ ୪ବର୍ଷରୁ […]

ଭୁବନେଶ୍ୱର : ଯେଉଁହାତରେ ଦିନେ ସେ ପିଲାମାନଙ୍କୁ ଖଡ଼ି ଧରି ଅ, ଆ ଲେଖିବା ଶିଖାଉଥିଲେ, ଏବେ ସେ ସଫେଇ ଗାଡ଼ି ଚଲାଉଛନ୍ତି। କେବଳ ଯେ ସଫେଇ ଗାଡ଼ି ଚଲାଉଛନ୍ତି; ତାହା ନୁହେଁ, ଗଳିକୁ ଗଳି ବୁଲି ଲୋକଙ୍କୁ କରିଛନ୍ତି ସଚେତନ। ସହରଯାକର ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବା ସହ ଏଣେତେଣେ ଅଳିଆକୁ ନ ପକାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେ ହେଉଛନ୍ତି ସ୍ମୃତିରେଖା ବେହେରା। ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର। ଦୀର୍ଘ ୪ବର୍ଷରୁ ଊର୍ଦ୍ଧ୍ବ ହେବ ରାଜଧାନୀର ଏକ ନର୍ସରୀ ସ୍କୁଲରେ ପାଠପଢ଼଼ାଉଥିଲେ। ଉଚ୍ଚଶିକ୍ଷା ସାଙ୍ଗକୁ ଶିକ୍ଷକତାର ଦକ୍ଷତା ଥିଲେ ବି କରୋନା କାଳରେ ତାଙ୍କର ପେସା ବଦଳିଯାଇଛି। ତାଙ୍କ କହିବାନୁଯାୟୀ ଲକ୍‍ଡାଉନ୍‍ ଆରମ୍ଭରୁ ସ୍କୁଲ ବନ୍ଦ ହୋଇଯାଇଛି। ହାତରେ ରୋଜଗାର ନାହିଁ କି ପିଲାଙ୍କୁ ପାଠପଢ଼଼ାର ଦାୟିତ୍ୱ ମଧ୍ୟ ନାହିଁ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ଓ କୋର୍‍ ପକ୍ଷରୁ ‘ମୁଁ ସଫେଇବାଲା’ ଗାଡି ଚଳାଉଛନ୍ତି। ତାଙ୍କର କହିବାନୁଯାୟୀ, ବିଏ ପାସ୍‍ କରିବା ପରେ ନର୍ସିଂ ଟ୍ରେନିଂ ଏବଂ କମ୍ପ୍ୟୁଟର୍‍ ଶିକ୍ଷା ଗ୍ରହଣ କରିଛନ୍ତି। ତଥାପି କରୋନା ଯୋଗୁଁ ତାଙ୍କ ଜୀବନର ପଥ ବଦଳିଯାଇଛି। ସେ ୩ ମାସ ହେବ ବିଏମ୍‍ସିର ଗାଡି ଚଳାଇବା ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ୪୮ନମ୍ବର ୱାର୍ଡରେ ଥିବା ବିଭିନ୍ନ ଅଞ୍ଚଳରେ ଗଳିକୁଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି। ଓଦା ଶୁଖିଲା ଅଳିଆକୁ ଅଲଗା କରି ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ଡମ୍ପିଂୟାର୍ଡରେ ଅଳିଆକୁ ପକାଉଛନ୍ତି। କରୋନା କାଳରେ ଚାରିଆଡ଼େ ଭୂତାଣୁର ଭୟ ବ୍ୟାପିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବାର ନିଷ୍ପତ୍ତି ନେଇଛନ୍ତି ସେ। ଦୁଇବର୍ଷ ପୂର୍ବରୁ ନିଜ ବସ୍ତିରେ ମହିଳା କାର୍‍ ଡ୍ରାଇଭିଂ ଶିକ୍ଷା ପାଇଁ ସୁଯୋଗ ପାଇଥିଲେ ସ୍ମୃତିରେଖା।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ସିୱାଇଏସ୍‍ଡି ପକ୍ଷରୁ କାର୍‍ ଡ୍ରାଇଭିଂ ଶିକ୍ଷା ଦେଉଥିବାବେଳେ ସ୍ମୃତିରେଖା କେବଳ ସଉକ ପାଇଁ ଗାଡ଼ି ଚଳାଇବା ଶିଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହା ତାଙ୍କ ଜୀବିବାରେ ସହାୟ ହେବ ବୋଲି ଭାବି ନ ଥିଲେ। ମହାମାରୀ କାଳରେ ନିଜର ଏବଂ ସ୍ୱାମୀଙ୍କର ଚାକିରି ଚାଲିଯିବାପରେ ବିଏମ୍‍ସି ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ତାଙ୍କୁ ମାସକୁ ୧୦ହଜାର ଟଙ୍କା ଦରମା ମିଳୁଛି। କିନ୍ତୁ କାମକୁ ନେଇ ମନରେ ନା ଅଛି ଅବଶୋଷ ନା ଅଛି ପୁଣିଥରେ ପଛକୁ ଫେରିଯିବାର ସ୍ୱପ୍ନ। କେବଳ ଏହାକୁ ନେଇ କ୍ୟାରିଅର୍‍ କରିବାର ଆଶା ରହିଛି। ସକାଳ ୫ଟାରୁ ଘରୁ ବାହାରି ସହରର ଗଳିକନ୍ଦି ବୁଲି ଘରକୁ ଘର ଯାଇ ଓଦା ଶୁଖିଲା ଅଳିଆକୁ ଅଲଗା କରି ଆଣୁଛନ୍ତି। ଏସମ୍ପର୍କରେ ସ୍ମୃତିରେଖା କୁହନ୍ତି, ପ୍ରାଇଭେଟ୍‍ ନର୍ସରୀ ସ୍କୁଲରେ ଶିକ୍ଷୟିତ୍ରୀଭାବେ କାମ କରୁଥିଲି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

କରୋନା ଯୋଗୁଁ ପ୍ରାୟ ଦେଢ଼ବର୍ଷ ହେବ ସ୍କୁଲର ସ୍ଥିତି ଭଲ ରହିଲା ନାହିଁ। କରୋନା ସମୟରେ ଅନ୍ୟ କେଉଁଆଡ଼େ ରୋଜଗାର ମିଳିବାର ରାସ୍ତା ମଧ୍ୟ ନ ଥିଲା। ନିଜ ସଉକ ପାଇଁ ଶିଖିଥିବା ଗାଡି ଡ୍ରାଇଭିଂ, ମୋର ଘଡ଼ିସନ୍ଧି ମୁହୂର୍ତ୍ତରେ କାମରେ ଲାଗିଲା। ପେଟପାଟଣା ପାଇଁ କୌଣସି କାମ ଛୋଟ ବଡ଼ ନ ଥାଏ। ଯେଉଁଥିରେ ଆତ୍ମ ସନ୍ତୁଷ୍ଟି ଥାଏ, ସେ କାମ ପାଇଁ କେବେ ପଛଘୁଞ୍ଚା ଦେବା ଉଚିତ୍‍ ନୁହେଁ। କାର୍‍ ଡ୍ରାଇଭିଂ ଶିଖିଥିଲେ ବି ବଡ଼ ପିକ୍‍ଅପ୍‍ ଗାଡି ଚଳାଇବାରେ କୌଣସି ସମସ୍ୟା ହେଉନାହିଁ ବୋଲି କୁହନ୍ତି ସ୍ମୃତିରେଖା।

29 Jun 2021 By The Sakala

ଖଡ଼ି ଛାଡ଼ି ଏବେ ଗାଡ଼ି ଚଲାଉଛନ୍ତି ମହିଳା

ଭୁବନେଶ୍ୱର : ଯେଉଁହାତରେ ଦିନେ ସେ ପିଲାମାନଙ୍କୁ ଖଡ଼ି ଧରି ଅ, ଆ ଲେଖିବା ଶିଖାଉଥିଲେ, ଏବେ ସେ ସଫେଇ ଗାଡ଼ି ଚଲାଉଛନ୍ତି। କେବଳ ଯେ ସଫେଇ ଗାଡ଼ି ଚଲାଉଛନ୍ତି; ତାହା ନୁହେଁ, ଗଳିକୁ ଗଳି ବୁଲି ଲୋକଙ୍କୁ କରିଛନ୍ତି ସଚେତନ। ସହରଯାକର ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବା ସହ ଏଣେତେଣେ ଅଳିଆକୁ ନ ପକାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେ ହେଉଛନ୍ତି ସ୍ମୃତିରେଖା ବେହେରା। ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର। ଦୀର୍ଘ ୪ବର୍ଷରୁ ଊର୍ଦ୍ଧ୍ବ ହେବ ରାଜଧାନୀର ଏକ ନର୍ସରୀ ସ୍କୁଲରେ ପାଠପଢ଼଼ାଉଥିଲେ। ଉଚ୍ଚଶିକ୍ଷା ସାଙ୍ଗକୁ ଶିକ୍ଷକତାର ଦକ୍ଷତା ଥିଲେ ବି କରୋନା କାଳରେ ତାଙ୍କର ପେସା ବଦଳିଯାଇଛି। ତାଙ୍କ କହିବାନୁଯାୟୀ ଲକ୍‍ଡାଉନ୍‍ ଆରମ୍ଭରୁ ସ୍କୁଲ ବନ୍ଦ ହୋଇଯାଇଛି। ହାତରେ ରୋଜଗାର ନାହିଁ କି ପିଲାଙ୍କୁ ପାଠପଢ଼଼ାର ଦାୟିତ୍ୱ ମଧ୍ୟ ନାହିଁ।

ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ଓ କୋର୍‍ ପକ୍ଷରୁ ‘ମୁଁ ସଫେଇବାଲା’ ଗାଡି ଚଳାଉଛନ୍ତି। ତାଙ୍କର କହିବାନୁଯାୟୀ, ବିଏ ପାସ୍‍ କରିବା ପରେ ନର୍ସିଂ ଟ୍ରେନିଂ ଏବଂ କମ୍ପ୍ୟୁଟର୍‍ ଶିକ୍ଷା ଗ୍ରହଣ କରିଛନ୍ତି। ତଥାପି କରୋନା ଯୋଗୁଁ ତାଙ୍କ ଜୀବନର ପଥ ବଦଳିଯାଇଛି। ସେ ୩ ମାସ ହେବ ବିଏମ୍‍ସିର ଗାଡି ଚଳାଇବା ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ୪୮ନମ୍ବର ୱାର୍ଡରେ ଥିବା ବିଭିନ୍ନ ଅଞ୍ଚଳରେ ଗଳିକୁଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି। ଓଦା ଶୁଖିଲା ଅଳିଆକୁ ଅଲଗା କରି ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ଡମ୍ପିଂୟାର୍ଡରେ ଅଳିଆକୁ ପକାଉଛନ୍ତି। କରୋନା କାଳରେ ଚାରିଆଡ଼େ ଭୂତାଣୁର ଭୟ ବ୍ୟାପିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବାର ନିଷ୍ପତ୍ତି ନେଇଛନ୍ତି ସେ। ଦୁଇବର୍ଷ ପୂର୍ବରୁ ନିଜ ବସ୍ତିରେ ମହିଳା କାର୍‍ ଡ୍ରାଇଭିଂ ଶିକ୍ଷା ପାଇଁ ସୁଯୋଗ ପାଇଥିଲେ ସ୍ମୃତିରେଖା।

ସିୱାଇଏସ୍‍ଡି ପକ୍ଷରୁ କାର୍‍ ଡ୍ରାଇଭିଂ ଶିକ୍ଷା ଦେଉଥିବାବେଳେ ସ୍ମୃତିରେଖା କେବଳ ସଉକ ପାଇଁ ଗାଡ଼ି ଚଳାଇବା ଶିଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହା ତାଙ୍କ ଜୀବିବାରେ ସହାୟ ହେବ ବୋଲି ଭାବି ନ ଥିଲେ। ମହାମାରୀ କାଳରେ ନିଜର ଏବଂ ସ୍ୱାମୀଙ୍କର ଚାକିରି ଚାଲିଯିବାପରେ ବିଏମ୍‍ସି ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ତାଙ୍କୁ ମାସକୁ ୧୦ହଜାର ଟଙ୍କା ଦରମା ମିଳୁଛି। କିନ୍ତୁ କାମକୁ ନେଇ ମନରେ ନା ଅଛି ଅବଶୋଷ ନା ଅଛି ପୁଣିଥରେ ପଛକୁ ଫେରିଯିବାର ସ୍ୱପ୍ନ। କେବଳ ଏହାକୁ ନେଇ କ୍ୟାରିଅର୍‍ କରିବାର ଆଶା ରହିଛି। ସକାଳ ୫ଟାରୁ ଘରୁ ବାହାରି ସହରର ଗଳିକନ୍ଦି ବୁଲି ଘରକୁ ଘର ଯାଇ ଓଦା ଶୁଖିଲା ଅଳିଆକୁ ଅଲଗା କରି ଆଣୁଛନ୍ତି। ଏସମ୍ପର୍କରେ ସ୍ମୃତିରେଖା କୁହନ୍ତି, ପ୍ରାଇଭେଟ୍‍ ନର୍ସରୀ ସ୍କୁଲରେ ଶିକ୍ଷୟିତ୍ରୀଭାବେ କାମ କରୁଥିଲି।

କରୋନା ଯୋଗୁଁ ପ୍ରାୟ ଦେଢ଼ବର୍ଷ ହେବ ସ୍କୁଲର ସ୍ଥିତି ଭଲ ରହିଲା ନାହିଁ। କରୋନା ସମୟରେ ଅନ୍ୟ କେଉଁଆଡ଼େ ରୋଜଗାର ମିଳିବାର ରାସ୍ତା ମଧ୍ୟ ନ ଥିଲା। ନିଜ ସଉକ ପାଇଁ ଶିଖିଥିବା ଗାଡି ଡ୍ରାଇଭିଂ, ମୋର ଘଡ଼ିସନ୍ଧି ମୁହୂର୍ତ୍ତରେ କାମରେ ଲାଗିଲା। ପେଟପାଟଣା ପାଇଁ କୌଣସି କାମ ଛୋଟ ବଡ଼ ନ ଥାଏ। ଯେଉଁଥିରେ ଆତ୍ମ ସନ୍ତୁଷ୍ଟି ଥାଏ, ସେ କାମ ପାଇଁ କେବେ ପଛଘୁଞ୍ଚା ଦେବା ଉଚିତ୍‍ ନୁହେଁ। କାର୍‍ ଡ୍ରାଇଭିଂ ଶିଖିଥିଲେ ବି ବଡ଼ ପିକ୍‍ଅପ୍‍ ଗାଡି ଚଳାଇବାରେ କୌଣସି ସମସ୍ୟା ହେଉନାହିଁ ବୋଲି କୁହନ୍ତି ସ୍ମୃତିରେଖା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର