ମୋ ସ୍ତ୍ରୀ ମୋତେ ରାସ୍ତାରେ ପିଟିଲା

The Sakala Picture
Published On

ଭୁବନେଶ୍ୱର : ଶ୍ୱଶୁର ଘର ଲୋକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଯୁବକ। ପତ୍ନୀ, ଶାଶୂ ଓ ଶଶୁରଙ୍କ ନିର୍ଯାତନା ଦେଉଛନ୍ତି। ଏମିତିକି ରାସ୍ତାମଝିରେ ସ୍ତ୍ରୀ ମାଡ଼ ମାରିଲେ। ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ବାଛିଛନ୍ତି ଜଣେ ବ୍ୟକ୍ତି। ଆଜି ପୂର୍ବାହ୍ଣରେ ଏୟାରପୋର୍ଟ ଛକରେ ଯୁବକ ଜଣଙ୍କ କିରାସିନ୍‍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ହେଲେ ଖୋର୍ଦ୍ଧା ବେଗୁନିଆ ଜିଲ୍ଲା ଗିରିଗିରିଆର ପ୍ରମୋଦ ନାୟକ। ଅଭିଯୋଗ […]

ଭୁବନେଶ୍ୱର : ଶ୍ୱଶୁର ଘର ଲୋକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଯୁବକ। ପତ୍ନୀ, ଶାଶୂ ଓ ଶଶୁରଙ୍କ ନିର୍ଯାତନା ଦେଉଛନ୍ତି। ଏମିତିକି ରାସ୍ତାମଝିରେ ସ୍ତ୍ରୀ ମାଡ଼ ମାରିଲେ। ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ବାଛିଛନ୍ତି ଜଣେ ବ୍ୟକ୍ତି। ଆଜି ପୂର୍ବାହ୍ଣରେ ଏୟାରପୋର୍ଟ ଛକରେ ଯୁବକ ଜଣଙ୍କ କିରାସିନ୍‍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ହେଲେ ଖୋର୍ଦ୍ଧା ବେଗୁନିଆ ଜିଲ୍ଲା ଗିରିଗିରିଆର ପ୍ରମୋଦ ନାୟକ। ଅଭିଯୋଗ ଅନୁସାରେ ସହିଦନଗର ଥାନା ବିଶେଶ୍ୱରବସ୍ତିରେ ପ୍ରମୋଦଙ୍କ ଶ୍ୱଶୁର ଘର। ସେ ଏଠାରେ ରହୁଥିଲେ। ଶ୍ୱଶୁରଘରେ ଲୋକେ ତାଙ୍କୁ ପ୍ରତିଦିନ ନିର୍ଯାତନା ଦେଉଥିଲେ। ତାଙ୍କ ଶ୍ୱଶୁର, ଶାଶୂ ଓ ପତ୍ନୀ ମିଶି ନିର୍ଯାତନା ଦେବା ସହ ମାଡ଼ ମାରୁଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

ଏନେଇ ପ୍ରମୋଦ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସହିଦନଗର ପୁଲିସ ଅଭିଯୋଗକୁ ଗୁରୁତର ସହ ନେଇ ନେଇ ନ ଥିଲେ। ଘର କଥା ଘରେ ସମାଧାନ କର ବୋଲି ଫେରାଇ ଦେଇଥିଲା। ତେବେ ପ୍ରମୋଦଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହୁତି ନେବାର ବାଟ ବାଛିଥିଲା। ଆଜି ଏୟାରପୋର୍ଟ ଛକରେ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ। ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରମୋଦକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ଏୟାରପୋର୍ଟ ଥାନା ପୁଲିସ ଏକ ମାମଲା ରୁଜୁକରି ପ୍ରମୋଦକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର