ବୃଦ୍ଧ ବାପାମାଆଙ୍କୁ ତଡ଼ିଦେଲା ପୁଅ

The Sakala Picture
Published On

ଭୁବନେଶ୍ୱର : ଦି ଓଳି ନ ଖାଇ ପୁଅକୁ ପାଠ ପଢ଼଼ାଇ ମଣିଷ କଲୁ। ଚାକିରି କଲା; କିନ୍ତୁ ବିବାହ ପରେ ଆମକୁ ଆଉ ଘରେ ରଖାଇ ଦେଉନି। ଆଜି ପୁଅବୋହୂ ବିରୋଧରେ ବୁଦ୍ଧା ମା’ ଓ ବାପା ନ୍ୟାୟ ପାଇଁ ପୁଲିସ କମିସନରଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି୤ ମିଳିଥÒବା ଖବର ଅନୁଯାୟୀ ବୃଦ୍ଧା ମା’ ଲତା ଦାସ ଓ ବାପା ଯୋଗେନ୍ଦ୍ର ଦାସ ଏକମାତ୍ର ପୁଅ ସହ ମଞ୍ଚେଶ୍ୱର ଥାନା […]

ଭୁବନେଶ୍ୱର : ଦି ଓଳି ନ ଖାଇ ପୁଅକୁ ପାଠ ପଢ଼଼ାଇ ମଣିଷ କଲୁ। ଚାକିରି କଲା; କିନ୍ତୁ ବିବାହ ପରେ ଆମକୁ ଆଉ ଘରେ ରଖାଇ ଦେଉନି। ଆଜି ପୁଅବୋହୂ ବିରୋଧରେ ବୁଦ୍ଧା ମା’ ଓ ବାପା ନ୍ୟାୟ ପାଇଁ ପୁଲିସ କମିସନରଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି୤
ମିଳିଥÒବା ଖବର ଅନୁଯାୟୀ ବୃଦ୍ଧା ମା’ ଲତା ଦାସ ଓ ବାପା ଯୋଗେନ୍ଦ୍ର ଦାସ ଏକମାତ୍ର ପୁଅ ସହ ମଞ୍ଚେଶ୍ୱର ଥାନା ଗାଡ଼କଣରେ ରହୁଥÒଲେ୤ ପୁଅକୁ ପାଠ ପଢ଼଼ିବା ପରେ ସେ ରେଲୱେ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। କିଛିବର୍ଷ ପୁଅର ବିବାହ କରିଥିଲେ। କିନ୍ତୁ ତାଙ୍କ ପୁଅ ଓ ବୋହୂ ସେମାନଙ୍କୁ ନିର୍ଯାତନା ଦେବା ସହ ଘରେ ପୂରାଉନାହାନ୍ତି। ଏହାକୁ ନେଇ ସେମାନେ ଏକାଧିକ ଥର ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ପୁଲିସ ସେମାନଙ୍କ କଥା ଶୁଣୁ ନ ଥିଲା ସେମାନେ ଅଭିଯୋଗ କରିଛନ୍ତି।

ତେଣୁ ପୁଅବୋହୂଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ସେମାନେ ପୁଲିସ କମିସନରଙ୍କୁ ଭେଟି ପୁଅ ବିରୋଧରେ ଅଭିଯୋଗ କରିଛନ୍ତି। ସେହିପରି ମା’ ଲତା ଆଉ ଚାଲିପାରୁନାହାନ୍ତି। ଚାଲିବାକୁ ବଳ ପାଉନଥିବାରୁ ତଳେ ଘୋଷାଡି ଘୋଷାଡି ଯାଉଛନ୍ତି। ଏଭଳି ପରଣତି ବୟସରେ ପୁଅ ସେମାନଙ୍କୁ ଘରୁ ବାହାର କରିବା ପରେ ସେମାନେ କାନ୍ଦୁଛନ୍ତି। ସେହିଭଳି ଯୋଗେନ୍ଦ୍ରଙ୍କ ବୟସ ମଧ୍ୟର ଅପରାହ୍ଣରେ। ସେ ଯେଉଁ ଘର ତୋଳିଥିଲେ ସେହିଘରକୁ ପୁଅ ପୂରାଇ ଦେଉନି। ୩ବର୍ଷ ଧରି ଏଭଳି ନିର୍ଯାତନା ତାଙ୍କ ପୁଅ ଓ ବୋହୂ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର