ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମାଳମାଳ ପ୍ରସଙ୍ଗ, ଶାଣିତ ହେବ ବିରୋଧୀଙ୍କ ସ୍ବର

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଉଷ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତାତି ଅଧÒକ ରହିବା ନେଇ ସଙ୍କେତ ମିଳିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ରାଜନୀତି, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ, ପୋଲାଭରମ୍‌ ପ୍ରସଙ୍ଗ, ସ୍କୁଲରେ […]

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଉଷ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତାତି ଅଧÒକ ରହିବା ନେଇ ସଙ୍କେତ ମିଳିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ରାଜନୀତି, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ, ପୋଲାଭରମ୍‌ ପ୍ରସଙ୍ଗ, ସ୍କୁଲରେ ନାବାଳିକାଙ୍କ ପ୍ରସବ, ଧାନକିଣାରେ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସରକାରଙ୍କ ରଙ୍ଗ ବଦଳା ରାଜନୀତିକୁ ନେଇ ଗୃହ ହୁଲସ୍ତୁଲ ହେବା ସୁରାକ ମିଳିଛି। ବିଶେଷକରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଢ଼ି ନେବା ଘଟଣାକୁ ନେଇ ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ୨୮ ଦିନିଆ ଅଧିବେଶନରେ ପ୍ରଥମ ପର୍ଯାୟରେ ମୋଟ ୮ଟି କାର୍ଯ୍ୟଦିବସ ହୋଇଥିଲା। ପ୍ରଥମ ପର୍ଯାୟରେ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, କଟ୍‌ନୀଛଟ୍‌ନୀ, ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଘେରିଥିଲେ। ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ପୋଲାଭରମ୍‌, ଆଇନ ଶୃଙ୍ଖଳା ଏବଂ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ସରକାର ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଚଳିତ ମାସ ଶେଷରେ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଶେଷ ହେବ। ମାତ୍ର ରାଜ୍ୟବ୍ୟାପୀ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଶୀର୍ଷ ଛୁଇଁଛି। ନିକଟରେ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀ ନେତାମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଗୃହରେ ଉପରୋକ୍ତ ପ୍ରସଙ୍ଗକୁ ବିଜେଡି ଦୃଢ଼ ଭାବେ ଉପସ୍ଥାପନ କରିବ ବୋଲି ନିଜେ ନବୀନ ଅକ୍ଷୟଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସମାନ ଭାବେ ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଏବଂ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ଗର୍ଜିେବ। ଅନୁରୂପ ଭାବରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରି ସ୍ପର୍ଶକାତର ଘଟଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସ୍କୁଲ ଘର ରଙ୍ଗ ବଦଳ ନିଷ୍ପତ୍ତିକୁ ନେଇ ଉଭୟ ବିରୋଧୀ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ରାଜ୍ୟସ୍ୱାର୍ଥ ସମ୍ଭଳିତ ସମସ୍ତ ପ୍ରସଙ୍ଗ ବିଜେଡି ଗୃହରେ ଉତ୍ଥାପନ କରିବ। ସରକାରଙ୍କଠାରୁ କୈଫିୟତ ତଲବ କରିବ। ସରକାର ଯଦି ସନ୍ତୋଷ ଜନକ ଉତ୍ତର ନଦିଅନ୍ତି, ବିଜେଡି ଗଣତାନ୍ତ୍ରିକ ଉପାୟରେ ଏହାର ଦୃଢ଼ ବିରୋଧ କରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିରୋଧୀଙ୍କ ସମସ୍ତ ଆଲୋଚନାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ସେହିପରି ଆସନ୍ତା ୧୦ ତାରିଖରୁ ବଜେଟରେ ବିଭିନ୍ନ ବିଭାଗ ପାଇଁ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଜାରି ରହିବ। ୨୯ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବ। ଆସନ୍ତା ଏପ୍ରିଲ ୫ ତାରିଖରେ ବଜେଟ ଅଧିବେଶନ ସରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

07 Mar 2025 By The Sakala

ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମାଳମାଳ ପ୍ରସଙ୍ଗ, ଶାଣିତ ହେବ ବିରୋଧୀଙ୍କ ସ୍ବର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଉଷ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତାତି ଅଧÒକ ରହିବା ନେଇ ସଙ୍କେତ ମିଳିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ରାଜନୀତି, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ, ପୋଲାଭରମ୍‌ ପ୍ରସଙ୍ଗ, ସ୍କୁଲରେ ନାବାଳିକାଙ୍କ ପ୍ରସବ, ଧାନକିଣାରେ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସରକାରଙ୍କ ରଙ୍ଗ ବଦଳା ରାଜନୀତିକୁ ନେଇ ଗୃହ ହୁଲସ୍ତୁଲ ହେବା ସୁରାକ ମିଳିଛି। ବିଶେଷକରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଢ଼ି ନେବା ଘଟଣାକୁ ନେଇ ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବ ବୋଲି ଜଣାପଡ଼ିଛି।

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ୨୮ ଦିନିଆ ଅଧିବେଶନରେ ପ୍ରଥମ ପର୍ଯାୟରେ ମୋଟ ୮ଟି କାର୍ଯ୍ୟଦିବସ ହୋଇଥିଲା। ପ୍ରଥମ ପର୍ଯାୟରେ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, କଟ୍‌ନୀଛଟ୍‌ନୀ, ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଘେରିଥିଲେ। ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ପୋଲାଭରମ୍‌, ଆଇନ ଶୃଙ୍ଖଳା ଏବଂ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ସରକାର ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଚଳିତ ମାସ ଶେଷରେ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଶେଷ ହେବ। ମାତ୍ର ରାଜ୍ୟବ୍ୟାପୀ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଶୀର୍ଷ ଛୁଇଁଛି। ନିକଟରେ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀ ନେତାମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଗୃହରେ ଉପରୋକ୍ତ ପ୍ରସଙ୍ଗକୁ ବିଜେଡି ଦୃଢ଼ ଭାବେ ଉପସ୍ଥାପନ କରିବ ବୋଲି ନିଜେ ନବୀନ ଅକ୍ଷୟଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସମାନ ଭାବେ ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଏବଂ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ଗର୍ଜିେବ। ଅନୁରୂପ ଭାବରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରି ସ୍ପର୍ଶକାତର ଘଟଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସ୍କୁଲ ଘର ରଙ୍ଗ ବଦଳ ନିଷ୍ପତ୍ତିକୁ ନେଇ ଉଭୟ ବିରୋଧୀ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଯାଉଛନ୍ତି।

ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ରାଜ୍ୟସ୍ୱାର୍ଥ ସମ୍ଭଳିତ ସମସ୍ତ ପ୍ରସଙ୍ଗ ବିଜେଡି ଗୃହରେ ଉତ୍ଥାପନ କରିବ। ସରକାରଙ୍କଠାରୁ କୈଫିୟତ ତଲବ କରିବ। ସରକାର ଯଦି ସନ୍ତୋଷ ଜନକ ଉତ୍ତର ନଦିଅନ୍ତି, ବିଜେଡି ଗଣତାନ୍ତ୍ରିକ ଉପାୟରେ ଏହାର ଦୃଢ଼ ବିରୋଧ କରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିରୋଧୀଙ୍କ ସମସ୍ତ ଆଲୋଚନାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ସେହିପରି ଆସନ୍ତା ୧୦ ତାରିଖରୁ ବଜେଟରେ ବିଭିନ୍ନ ବିଭାଗ ପାଇଁ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଜାରି ରହିବ। ୨୯ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବ। ଆସନ୍ତା ଏପ୍ରିଲ ୫ ତାରିଖରେ ବଜେଟ ଅଧିବେଶନ ସରିବାକୁ ଯାଉଛି।

https://www.thesakala.in/latest-odisha-news/the-second-phase-of-the-budget-session/article-39176
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର