ଭେଡେନ୍‍ ଗଣ ବଳାତ୍କାର ମାମଲା: ଏସଡିପିଓଙ୍କ ରିପୋର୍ଟ ଖାରଜ, ଓଚଆରସି ଡି.ଜି କରିବେ ତଦନ୍ତ

The Sakala Picture
Published On

ଭୁବନେଶ୍ୱର: ବଗରଡ ଜିଲ୍ଲା ଭେଡେନ୍‍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ କମିଶନ ଏହାକୁ ଅଗ୍ରାହ୍ୟ କରିବା ସହ ତଦନ୍ତ ଭାର ଓଏଚଆରସିର ପୋଲିସ୍‍ ଏଡିଜି ତଥା ତଦନ୍ତ ବିଭାଗ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ୍‍ ଉପରେ […]

ଭୁବନେଶ୍ୱର: ବଗରଡ ଜିଲ୍ଲା ଭେଡେନ୍‍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ କମିଶନ ଏହାକୁ ଅଗ୍ରାହ୍ୟ କରିବା ସହ ତଦନ୍ତ ଭାର ଓଏଚଆରସିର ପୋଲିସ୍‍ ଏଡିଜି ତଥା ତଦନ୍ତ ବିଭାଗ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

ପୂର୍ବରୁ ଏହି ଘଟଣାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ୍‍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ କମିଶନ୍‍। ସେପଟେ ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପିଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସଂପର୍କରେ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଗତ ୨୨ ତାରିଖରେ ବରଗଡ ଡିଏସପି ହାଜର ହୋଇ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଏହା ଠିକ୍‍ ଭାବେ ହୋଇନାହିଁ ବୋଲି ଆବେଦନକାରୀ ଆଡଭୋକେଟ୍‍ ଶ୍ରୀ ନିଶିକାନ୍ତ ମିଶ୍ର ଯୁକ୍ତି ଦର୍ଶାଇଥିଲେ। କମିଶନ ମଧ୍ୟ ହୃଦବୋଧ କରିଥିଲେ ଯେ ତଦନ୍ତ ରିପୋର୍ଟ ସଠିକ ଓ ନିରପେକ୍ଷ ହୋଇନାହିଁ। ତେଣୁ ଘଟଣାର ସମସ୍ତ ରେକର୍ଡ କମିଶନଙ୍କ ତଦନ୍ତ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜେଜେ ମୃତ

ଅଭିଯୋଗକାରୀ ୨୦୧୭ ମଇ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ୩.୧୦.୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ। ଏତଲା ରୁଜୁ ନକରି ପୋଲିସ୍‍ ମାନବିକ ଅଧିକାର ଉଲଂଘନ କରିଥିବାରୁ ପିଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସଂପର୍କରେ କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ। କମିଶନଙ୍କ ନିକଟରେ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୩.୦୯.୨୦୧୬ରେ ଭେଡେନ୍‍ ଥାନାର କିଛି ପୁଲିସ୍‍ କର୍ମଚାରୀ ଘରୁ ପୁଲିସ୍‍ ଭ୍ୟାନ୍‍ରେ ଉଠାଇ ନେଇ ଧର୍ଷଣ କରିଥିଲେ। ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇଥିଲେ। ଗାଁ କିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍‍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ଖସି ଆସିଥିବା ମହିଳାଜଣଙ୍କ ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ। ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସଂପର୍କରେ ଜଣାଇଥିଲେ। ୦୩.୦୫.୨୦୧୭ରେ ତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସଂପର୍କରେ ଲିଖିତ ଭାବେ ଜଣାଇଥିଲେ ଓ ଅନ୍ୟ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କାର୍ଯାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୁଲିସ୍‍ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା କମିଶନଙ୍କୁ ଅବଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ଆସନ୍ତା ୧୪ରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

17 Mar 2021 By The Sakala

ଭେଡେନ୍‍ ଗଣ ବଳାତ୍କାର ମାମଲା: ଏସଡିପିଓଙ୍କ ରିପୋର୍ଟ ଖାରଜ, ଓଚଆରସି ଡି.ଜି କରିବେ ତଦନ୍ତ

ଭୁବନେଶ୍ୱର: ବଗରଡ ଜିଲ୍ଲା ଭେଡେନ୍‍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ କମିଶନ ଏହାକୁ ଅଗ୍ରାହ୍ୟ କରିବା ସହ ତଦନ୍ତ ଭାର ଓଏଚଆରସିର ପୋଲିସ୍‍ ଏଡିଜି ତଥା ତଦନ୍ତ ବିଭାଗ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି।

ପୂର୍ବରୁ ଏହି ଘଟଣାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ୍‍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ କମିଶନ୍‍। ସେପଟେ ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପିଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସଂପର୍କରେ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଗତ ୨୨ ତାରିଖରେ ବରଗଡ ଡିଏସପି ହାଜର ହୋଇ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଏହା ଠିକ୍‍ ଭାବେ ହୋଇନାହିଁ ବୋଲି ଆବେଦନକାରୀ ଆଡଭୋକେଟ୍‍ ଶ୍ରୀ ନିଶିକାନ୍ତ ମିଶ୍ର ଯୁକ୍ତି ଦର୍ଶାଇଥିଲେ। କମିଶନ ମଧ୍ୟ ହୃଦବୋଧ କରିଥିଲେ ଯେ ତଦନ୍ତ ରିପୋର୍ଟ ସଠିକ ଓ ନିରପେକ୍ଷ ହୋଇନାହିଁ। ତେଣୁ ଘଟଣାର ସମସ୍ତ ରେକର୍ଡ କମିଶନଙ୍କ ତଦନ୍ତ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗକାରୀ ୨୦୧୭ ମଇ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ୩.୧୦.୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ। ଏତଲା ରୁଜୁ ନକରି ପୋଲିସ୍‍ ମାନବିକ ଅଧିକାର ଉଲଂଘନ କରିଥିବାରୁ ପିଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସଂପର୍କରେ କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ। କମିଶନଙ୍କ ନିକଟରେ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୩.୦୯.୨୦୧୬ରେ ଭେଡେନ୍‍ ଥାନାର କିଛି ପୁଲିସ୍‍ କର୍ମଚାରୀ ଘରୁ ପୁଲିସ୍‍ ଭ୍ୟାନ୍‍ରେ ଉଠାଇ ନେଇ ଧର୍ଷଣ କରିଥିଲେ। ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇଥିଲେ। ଗାଁ କିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍‍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ଖସି ଆସିଥିବା ମହିଳାଜଣଙ୍କ ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ। ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସଂପର୍କରେ ଜଣାଇଥିଲେ। ୦୩.୦୫.୨୦୧୭ରେ ତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସଂପର୍କରେ ଲିଖିତ ଭାବେ ଜଣାଇଥିଲେ ଓ ଅନ୍ୟ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କାର୍ଯାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୁଲିସ୍‍ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା କମିଶନଙ୍କୁ ଅବଗତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର