ଓଡ଼ିଶାରେ ଉନ୍ନତ ମାନସିକ ଚିକିତ୍ସାଳୟ ପ୍ରତିଷ୍ଠା ପ୍ରସଙ୍ଗ : ୧୦ ବର୍ଷ ଝୁଲାଇ ମନାକରିଦେଲା କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର : ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ। ଦିଲ୍ଲୀରୁ ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଲେ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କଲେ। କିନ୍ତୁ ଶେଷରେ କେନ୍ଦ୍ର ସରକାର ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପଛକୁ ଘୁଞ୍ଚିଗଲେ। […]

ଭୁବନେଶ୍ୱର : ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ। ଦିଲ୍ଲୀରୁ ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଲେ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କଲେ। କିନ୍ତୁ ଶେଷରେ କେନ୍ଦ୍ର ସରକାର ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପଛକୁ ଘୁଞ୍ଚିଗଲେ। ଓଡ଼ିଶାରେ ସେପରି କିଛି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ନାହିଁ କହି ମାମଲାରୁ ହାତ କାଢ଼ିନେଲେ। ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଥିବା ବେଳେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର

ଦେଶରେ ପ୍ରତିବର୍ଷ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼଼ୁଛି ଆଉ ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା କିଛି କମ୍‍ ନାହିଁ। ମାନସିକ ଏବଂ ସ୍ନାୟୁବିକ ରୋଗର ଚିକିତ୍ସା ପାଇଁ ଉନ୍ନତ ଭିତ୍ତିଭୂମିର ଅଭାବ ହେତୁ କଟକ ଠାରେ ନିମାହନ୍ସର ଶାଖା କିମ୍ବା ସେହି ଢ଼ାଞ୍ଚାରେ ଏକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ନିମେନ୍ତ ଅଗଷ୍ଟ ୨୦୧୨ରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏହାର ବର୍ଷକ ପରେ ନିମାହନ୍ସର ତତ୍କାଳୀନ ନିର୍ଦ୍ଦେଶକ ଡା. ପି ସତୀଶଚନ୍ଦ୍ର କଟକ ଏସ୍‍ସିବି ମେଡିକାଲ କଲେଜ ପରିଦର୍ଶନରେ ଆସି ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ମଧ୍ୟ ଚିହ୍ନଟ କରିଥିଲେ।ଏସବୁ ଦେଖି କଟକରେ ମାନସିକ ଓ ସ୍ନାୟବିକ ରୋଗୀଙ୍କ ପାଇଁ କଟକ ଉପଯୁକ୍ତ ସ୍ଥାନ ବୋଲି କହିବା ସହ ପରେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଅଗ୍ରଗତି ହୋଇନଥିଲା। ଫଳରେ ୨୦୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ନିମାହନ୍ସ ଢାଞ୍ଚାରେ ଏକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକରେ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଥିଲେ ଯେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଓଡ଼ିଶାରେ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ଲୋକେ ଉପକୃତ ହୋଇପାରିଥାନ୍ତେ। କିନ୍ତୁ ଏବେ କେନ୍ଦ୍ର ସରକାର ଏଥିରୁ ହାତ ଝାଡ଼ି ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ କହିଛନ୍ତି ଯେ ନିମାହନ୍ସ ଢାଞ୍ଚାରେ ଓଡ଼ିଶାରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି। ଏହି କ୍ରମରେ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲ ଠାରେ କେନ୍ଦ୍ର ସରକାର ପିଏମ୍‍ଏସ୍‍ଏସ୍‍ୱାଇରେ ନିମାହନ୍ସ ଅନୁରୂପ ଏକ ମାନସିକ ରୋଗ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ତେବେ ଏପରି କୌଣସି ପ୍ରସ୍ତାବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ନାହିଁ ବୋଲି ଆମକୁ ପତ୍ର ଲେଖି କୁହାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ବର୍ଦ୍ଧିତ ମାନସିକ ରୋଗୀ ଦୃଷ୍ଟିରୁ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଉନ୍ନତ ଚିକିତ୍ସାଳୟ ପ୍ରତିଷ୍ଠା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଶା ବିକଳାଙ୍ଗ ମଞ୍ଚର ଅଧ୍ୟକ୍ଷ ନିରଞ୍ଜନ ବେହେରା କହିଛନ୍ତି, ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପରିପ୍ରେକ୍ଷୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଛଘୁଞ୍ଚା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅପରପକ୍ଷେ କେବଳ ରାଜ୍ୟ ସରକାର ନୁହେଁ, ଏ ଦିଗରେ ସାମାଜିକ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ଆବଶ୍ୟକ।

28 Jul 2022 By The Sakala

ଓଡ଼ିଶାରେ ଉନ୍ନତ ମାନସିକ ଚିକିତ୍ସାଳୟ ପ୍ରତିଷ୍ଠା ପ୍ରସଙ୍ଗ : ୧୦ ବର୍ଷ ଝୁଲାଇ ମନାକରିଦେଲା କେନ୍ଦ୍ର

ଭୁବନେଶ୍ୱର : ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ। ଦିଲ୍ଲୀରୁ ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଲେ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କଲେ। କିନ୍ତୁ ଶେଷରେ କେନ୍ଦ୍ର ସରକାର ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପଛକୁ ଘୁଞ୍ଚିଗଲେ। ଓଡ଼ିଶାରେ ସେପରି କିଛି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ନାହିଁ କହି ମାମଲାରୁ ହାତ କାଢ଼ିନେଲେ। ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଥିବା ବେଳେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଦେଶରେ ପ୍ରତିବର୍ଷ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼଼ୁଛି ଆଉ ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା କିଛି କମ୍‍ ନାହିଁ। ମାନସିକ ଏବଂ ସ୍ନାୟୁବିକ ରୋଗର ଚିକିତ୍ସା ପାଇଁ ଉନ୍ନତ ଭିତ୍ତିଭୂମିର ଅଭାବ ହେତୁ କଟକ ଠାରେ ନିମାହନ୍ସର ଶାଖା କିମ୍ବା ସେହି ଢ଼ାଞ୍ଚାରେ ଏକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ନିମେନ୍ତ ଅଗଷ୍ଟ ୨୦୧୨ରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏହାର ବର୍ଷକ ପରେ ନିମାହନ୍ସର ତତ୍କାଳୀନ ନିର୍ଦ୍ଦେଶକ ଡା. ପି ସତୀଶଚନ୍ଦ୍ର କଟକ ଏସ୍‍ସିବି ମେଡିକାଲ କଲେଜ ପରିଦର୍ଶନରେ ଆସି ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ମଧ୍ୟ ଚିହ୍ନଟ କରିଥିଲେ।ଏସବୁ ଦେଖି କଟକରେ ମାନସିକ ଓ ସ୍ନାୟବିକ ରୋଗୀଙ୍କ ପାଇଁ କଟକ ଉପଯୁକ୍ତ ସ୍ଥାନ ବୋଲି କହିବା ସହ ପରେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଅଗ୍ରଗତି ହୋଇନଥିଲା। ଫଳରେ ୨୦୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ନିମାହନ୍ସ ଢାଞ୍ଚାରେ ଏକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକରେ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଥିଲେ ଯେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଓଡ଼ିଶାରେ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ଲୋକେ ଉପକୃତ ହୋଇପାରିଥାନ୍ତେ। କିନ୍ତୁ ଏବେ କେନ୍ଦ୍ର ସରକାର ଏଥିରୁ ହାତ ଝାଡ଼ି ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ କହିଛନ୍ତି ଯେ ନିମାହନ୍ସ ଢାଞ୍ଚାରେ ଓଡ଼ିଶାରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି। ଏହି କ୍ରମରେ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲ ଠାରେ କେନ୍ଦ୍ର ସରକାର ପିଏମ୍‍ଏସ୍‍ଏସ୍‍ୱାଇରେ ନିମାହନ୍ସ ଅନୁରୂପ ଏକ ମାନସିକ ରୋଗ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ତେବେ ଏପରି କୌଣସି ପ୍ରସ୍ତାବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ନାହିଁ ବୋଲି ଆମକୁ ପତ୍ର ଲେଖି କୁହାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ବର୍ଦ୍ଧିତ ମାନସିକ ରୋଗୀ ଦୃଷ୍ଟିରୁ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଉନ୍ନତ ଚିକିତ୍ସାଳୟ ପ୍ରତିଷ୍ଠା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଶା ବିକଳାଙ୍ଗ ମଞ୍ଚର ଅଧ୍ୟକ୍ଷ ନିରଞ୍ଜନ ବେହେରା କହିଛନ୍ତି, ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପରିପ୍ରେକ୍ଷୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଛଘୁଞ୍ଚା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅପରପକ୍ଷେ କେବଳ ରାଜ୍ୟ ସରକାର ନୁହେଁ, ଏ ଦିଗରେ ସାମାଜିକ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର