ବ୍ରହ୍ମପୁରକୁ ଶ୍ରେଷ୍ଠ ସହର କରିବା ଲକ୍ଷ୍ୟ- ଜିଲ୍ଳାପାଳ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଛ ରଖିବା ପାଇଁ ବିିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନ କରାଯିବା ସ୍ୱଛତା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦେଶର ଶ୍ରେଷ୍ଠ ସ୍ୱଛ ସହର ଭାବେ ପରିଗଣିତ କରିବାକୁ ବିଇଏମ୍‍ସି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଏହିମର୍ମରେ ଶୁକ୍ରବାର ବିଇଏମ୍‍ସି କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିବାବେଳେ ବ୍ରହ୍ମପୁର […]

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଛ ରଖିବା ପାଇଁ ବିିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନ କରାଯିବା ସ୍ୱଛତା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦେଶର ଶ୍ରେଷ୍ଠ ସ୍ୱଛ ସହର ଭାବେ ପରିଗଣିତ କରିବାକୁ ବିଇଏମ୍‍ସି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଏହିମର୍ମରେ ଶୁକ୍ରବାର ବିଇଏମ୍‍ସି କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାସନ୍‍, ନିଗମ ଉପଆୟୁକ୍ତ ଅଦ୍ୱୈତ କୁମାର ସ୍ୱାଇଁ, ଅତିରିକ୍ତ ଆୟୁକ୍ତ ଆଶୁତୋଶ ସାମଲ, ଏନ୍‍ଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏହି ଅବସରରେ ବ୍ରହ୍ମପୁର ସହରର ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବ୍ରାଣ୍ଡ ଆମ୍ୱାସଡ଼ର ଭାବେ ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବିଜୟୀ ଚନ୍ଦନ ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏଥି ସହିତ ମାସ୍କଟ ଉନ୍ମୋଚନ ହୋଇଥିଲା। ବ୍ରହ୍ମପୁର ସହରକୁ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ସ୍ଥାନୀତ କରିବାକୁ ହେଲେ ସମସ୍ତେ ଉଦ୍ୟମ କରିବା ଉଚିତ୍‍ ବୋଲି ଜିଲ୍ଳାପାଳ ଶ୍ରୀ କୁଲାଙ୍ଗେ ଏଠାରେ କହିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ହେବ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, କେବଳ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଗତ ବର୍ଷ ବ୍ରହ୍ମପୁର ସହର ସର୍ବଭାରତୀୟ ସ୍ତରରେ ୫୬ତମ ସ୍ଥାନରେ ରହିଥିଲା ଏହା ବ୍ରହ୍ମପୁର ପାଇଁ ଗର୍ବର ବିଷୟ ବୋଲି ମହାନଗର ନିଗମ ଆୟୁକ୍ତ ଶ୍ରୀ ବୋନ୍ଦାର ଏଠାରେ କହିବା ସହ ଏଥିରେ ଉନ୍ନତି ଆଣିବାକୁ ହେଲେ ସହରବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। ବ୍ରହ୍ମପୁର ସହର ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ଯୋଗୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସୁଛନ୍ତି। ସେମାନେ ସହରର ସ୍ୱଚ୍ଛତାକୁ ପ୍ରଶଂସା କରିବେ, ତେବେ ତାହା ହିଁ ଶ୍ରେଷ୍ଠ ପୁରସ୍କାର ହେବ ବୋଲି ମଞ୍ଚାସୀନ ଅତିଥିମାନେ କହିଥିଲେ। ସ୍ୱଚ୍ଛ ବିଦ୍ୟାଳୟ ଭାବେ ଆସିକା ରୋଡ ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟକୁ ଏଠାରେ ପୁରସ୍କୃତତ କରାଯାଇଥିବାବେଳେ ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଗୁଡ୍‍ସ ସେଡରୋଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରେଷ୍ଠ ବଜାର ଭାବେ ସାଇ କେ୍‍ମ୍ପ୍ଳକ୍ସ, ଶ୍ରେଷ୍ଠ ସରକାରୀ କାର୍ଯ୍ୟାଳୟ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶ୍ରେଷ୍ଠ ଆବାସିକ ଅଞ୍ଚଳ ଭାବେ ରାଜା ରାଣୀ ଆପାର୍ଟମେଣ୍ଟ ଏବଂ ସ୍ୱଚ୍ଛ ଧର୍ମାଞ୍ଚଳ ଭାବେ ହିଲପାଟଣା ଗଣେଶ ମନ୍ଦିରକୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର, ଶ୍ରେଷ୍ଠ ସ୍ୱଚ୍ଛ ସାଥୀ, ଶ୍ରେଷ୍ଠ ଜାମାଦାରଙ୍କୁ ମଧ୍ୟ ଏଠାରେ ପୁରସ୍କୃତ କରାଯାଇଛି। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ପଥପ୍ରାନ୍ତ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ବିଭିନ୍ନ ଦ୍ରବ୍ୟ ପ୍ରଦର୍ଶନ କରିବା ସହ ଅତିଥି ଏବଂ ଉପସ୍ଥିତ ସହରବାସୀ ବ୍ରହ୍ମପୁରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ଶପଥ ପାଠ କରିଥିଲେ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

21 Jan 2022 By The Sakala

ବ୍ରହ୍ମପୁରକୁ ଶ୍ରେଷ୍ଠ ସହର କରିବା ଲକ୍ଷ୍ୟ- ଜିଲ୍ଳାପାଳ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଛ ରଖିବା ପାଇଁ ବିିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନ କରାଯିବା ସ୍ୱଛତା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦେଶର ଶ୍ରେଷ୍ଠ ସ୍ୱଛ ସହର ଭାବେ ପରିଗଣିତ କରିବାକୁ ବିଇଏମ୍‍ସି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଏହିମର୍ମରେ ଶୁକ୍ରବାର ବିଇଏମ୍‍ସି କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାସନ୍‍, ନିଗମ ଉପଆୟୁକ୍ତ ଅଦ୍ୱୈତ କୁମାର ସ୍ୱାଇଁ, ଅତିରିକ୍ତ ଆୟୁକ୍ତ ଆଶୁତୋଶ ସାମଲ, ଏନ୍‍ଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏହି ଅବସରରେ ବ୍ରହ୍ମପୁର ସହରର ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବ୍ରାଣ୍ଡ ଆମ୍ୱାସଡ଼ର ଭାବେ ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବିଜୟୀ ଚନ୍ଦନ ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏଥି ସହିତ ମାସ୍କଟ ଉନ୍ମୋଚନ ହୋଇଥିଲା। ବ୍ରହ୍ମପୁର ସହରକୁ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ସ୍ଥାନୀତ କରିବାକୁ ହେଲେ ସମସ୍ତେ ଉଦ୍ୟମ କରିବା ଉଚିତ୍‍ ବୋଲି ଜିଲ୍ଳାପାଳ ଶ୍ରୀ କୁଲାଙ୍ଗେ ଏଠାରେ କହିଥିଲେ।

ଗତ ବର୍ଷ ବ୍ରହ୍ମପୁର ସହର ସର୍ବଭାରତୀୟ ସ୍ତରରେ ୫୬ତମ ସ୍ଥାନରେ ରହିଥିଲା ଏହା ବ୍ରହ୍ମପୁର ପାଇଁ ଗର୍ବର ବିଷୟ ବୋଲି ମହାନଗର ନିଗମ ଆୟୁକ୍ତ ଶ୍ରୀ ବୋନ୍ଦାର ଏଠାରେ କହିବା ସହ ଏଥିରେ ଉନ୍ନତି ଆଣିବାକୁ ହେଲେ ସହରବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। ବ୍ରହ୍ମପୁର ସହର ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ଯୋଗୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସୁଛନ୍ତି। ସେମାନେ ସହରର ସ୍ୱଚ୍ଛତାକୁ ପ୍ରଶଂସା କରିବେ, ତେବେ ତାହା ହିଁ ଶ୍ରେଷ୍ଠ ପୁରସ୍କାର ହେବ ବୋଲି ମଞ୍ଚାସୀନ ଅତିଥିମାନେ କହିଥିଲେ। ସ୍ୱଚ୍ଛ ବିଦ୍ୟାଳୟ ଭାବେ ଆସିକା ରୋଡ ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟକୁ ଏଠାରେ ପୁରସ୍କୃତତ କରାଯାଇଥିବାବେଳେ ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଗୁଡ୍‍ସ ସେଡରୋଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରେଷ୍ଠ ବଜାର ଭାବେ ସାଇ କେ୍‍ମ୍ପ୍ଳକ୍ସ, ଶ୍ରେଷ୍ଠ ସରକାରୀ କାର୍ଯ୍ୟାଳୟ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶ୍ରେଷ୍ଠ ଆବାସିକ ଅଞ୍ଚଳ ଭାବେ ରାଜା ରାଣୀ ଆପାର୍ଟମେଣ୍ଟ ଏବଂ ସ୍ୱଚ୍ଛ ଧର୍ମାଞ୍ଚଳ ଭାବେ ହିଲପାଟଣା ଗଣେଶ ମନ୍ଦିରକୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର, ଶ୍ରେଷ୍ଠ ସ୍ୱଚ୍ଛ ସାଥୀ, ଶ୍ରେଷ୍ଠ ଜାମାଦାରଙ୍କୁ ମଧ୍ୟ ଏଠାରେ ପୁରସ୍କୃତ କରାଯାଇଛି। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ପଥପ୍ରାନ୍ତ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ବିଭିନ୍ନ ଦ୍ରବ୍ୟ ପ୍ରଦର୍ଶନ କରିବା ସହ ଅତିଥି ଏବଂ ଉପସ୍ଥିତ ସହରବାସୀ ବ୍ରହ୍ମପୁରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ଶପଥ ପାଠ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର