କମେଣ୍ଟ ମରାକୁ ନେଇ ଅଭାବନୀୟ ଘଟଣା; ଯୁବତୀଙ୍କ ଜେଜେବାପାଙ୍କୁ ହତ୍ଯା, ବାପା ଗୁରୁତର

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ କମେଣ୍ଟ ମରାକୁ ନେଇ ଅଭାବନୀୟ ଘଟଣା ଘଟିଛି। ସଙ୍ଘବଦ୍ଧ ଆକ୍ରମଣରେ ଜେଜବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ମୃତ ଜେଜେବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ବାଇ ଓ ତାଙ୍କ ପୁଅଙ୍କ ନାମ ମୋହନ ବାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯୟୀ, ପୂର୍ଣ୍ଣ ଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିଥିବାକୁ ନେଇ ବଚସା ହୋଇଥିଲା । […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ କମେଣ୍ଟ ମରାକୁ ନେଇ ଅଭାବନୀୟ ଘଟଣା ଘଟିଛି। ସଙ୍ଘବଦ୍ଧ ଆକ୍ରମଣରେ ଜେଜବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ମୃତ ଜେଜେବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ବାଇ ଓ ତାଙ୍କ ପୁଅଙ୍କ ନାମ ମୋହନ ବାଇ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୂଚନା ଅନୁଯୟୀ, ପୂର୍ଣ୍ଣ ଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିଥିବାକୁ ନେଇ ବଚସା ହୋଇଥିଲା । ପରେ ଘରେ କେହି ନ ଥିବା ବେଳେ ୨ ଯୁବକ ଗାଁର କିଛି ଯୁବକଙ୍କ ସହ ମିଶି ଗାଁ ଦାଣ୍ଡରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ  ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ସମୟରେ ପୂର୍ଣଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଯିବା ବେଳେ ପୁଅ ମୋହନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ମୋହନଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପୁଅ ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟକୁ ସ୍ଥନାନ୍ତର କରାଯାଇଛି। ଏନେଇ ପୂର୍ଣଚନ୍ଦ୍ରଙ୍କ ସାନପୁଅ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର