ଭିଏସଏସ ନଗରରେ ଭଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସଏସ ନଗରରେ ଏହି କେନ୍ଦ୍ର ଆଜି ଉଦଘାଟିତ ହୋଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଆଗକୁ ବିଏମସିରେ ମୋଟ ୧୮ଟି କେନ୍ଦ୍ର ଖୋଲିବ। ଏହି କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା […]

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସଏସ ନଗରରେ ଏହି କେନ୍ଦ୍ର ଆଜି ଉଦଘାଟିତ ହୋଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଆଗକୁ ବିଏମସିରେ ମୋଟ ୧୮ଟି କେନ୍ଦ୍ର ଖୋଲିବ। ଏହି କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ସହ ଆରୋଗ୍ୟ ଲାଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ଚିକିତ୍ସା ସେବା ଯୋଗାଇବାକୁ ଉନ୍ନତମାନର ଉପକରଣ ଉପଲବ୍ଧ ରହିଛି। ଏହି କେନ୍ଦ୍ରରେ ସବୁ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହେବ। ଭି ଏସ ଏସ ନଗରରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ରସୁଲଗଡ଼ ଅଥବା ସହିଦନଗର ଯିବାକୁ ପଡୁଥିଲା। ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ଦୀର୍ଘଦିନର ଦାବି ପୂରଣ ହୋଇପାରିଛି। ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ

23 Sep 2022 By The Sakala

ଭିଏସଏସ ନଗରରେ ଭଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସଏସ ନଗରରେ ଏହି କେନ୍ଦ୍ର ଆଜି ଉଦଘାଟିତ ହୋଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଆଗକୁ ବିଏମସିରେ ମୋଟ ୧୮ଟି କେନ୍ଦ୍ର ଖୋଲିବ। ଏହି କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ସହ ଆରୋଗ୍ୟ ଲାଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ଚିକିତ୍ସା ସେବା ଯୋଗାଇବାକୁ ଉନ୍ନତମାନର ଉପକରଣ ଉପଲବ୍ଧ ରହିଛି। ଏହି କେନ୍ଦ୍ରରେ ସବୁ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହେବ। ଭି ଏସ ଏସ ନଗରରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ରସୁଲଗଡ଼ ଅଥବା ସହିଦନଗର ଯିବାକୁ ପଡୁଥିଲା। ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ଦୀର୍ଘଦିନର ଦାବି ପୂରଣ ହୋଇପାରିଛି। ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର