ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ

The Sakala Picture
Published On

କେନ୍ଦୁଝର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରବିବାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସ୍ୱର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର […]

କେନ୍ଦୁଝର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରବିବାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସ୍ୱର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ପଂଚାୟତର ରାଇକଳା ଗ୍ରାମକୁ ଯାଇ ସ୍ୱର୍ଗତ ଦାସଙ୍କର ପତ୍ନୀ ସମୀକ୍ଷା ବେହେରାଙ୍କୁ ଏହି ଚେକ ପ୍ରଦାନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଚେକ ପ୍ରଦାନ ସମୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ,ପାଟଣା ତହସିଲଦାର ତାପସ କୁମାର ଦେହୁରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେରିତ ହୋଇ ଆସିଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ର ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଶୁକ୍ରବାର ମୁଣ୍ଡଳିରେ ଏକ ଦନ୍ତା ହାତୀ ମହାନଦୀର ପ୍ରଖର ତ୍ସୋତରେ ଫସି ଯାଇଥିଲା । ଦନ୍ତାକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍ ରବର ବୋଟରେ ଯାଇଥିଲା । ଏହି ବୋଟରେ ସାମ୍ବାଦିକ ଅରିନ୍ଦମ ଦାସ ଥିଲେ । ହାତୀକୁ ଘଉଡ଼ାଇବା ବେଳେ ବୋଟଟି ଓଲଟି ପଡ଼ିଥିଲା । ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସମେତ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଅରିନ୍ଦମଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଉପଜିଲ୍ଲାପାଳ ଅରିନ୍ଦମ ଦାସଙ୍କ ଘରେ ପହଞ୍ଚି ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି । ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

26 Sep 2021 By The Sakala

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ

କେନ୍ଦୁଝର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରବିବାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସ୍ୱର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ପଂଚାୟତର ରାଇକଳା ଗ୍ରାମକୁ ଯାଇ ସ୍ୱର୍ଗତ ଦାସଙ୍କର ପତ୍ନୀ ସମୀକ୍ଷା ବେହେରାଙ୍କୁ ଏହି ଚେକ ପ୍ରଦାନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଚେକ ପ୍ରଦାନ ସମୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ,ପାଟଣା ତହସିଲଦାର ତାପସ କୁମାର ଦେହୁରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେରିତ ହୋଇ ଆସିଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ର ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶୁକ୍ରବାର ମୁଣ୍ଡଳିରେ ଏକ ଦନ୍ତା ହାତୀ ମହାନଦୀର ପ୍ରଖର ତ୍ସୋତରେ ଫସି ଯାଇଥିଲା । ଦନ୍ତାକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍ ରବର ବୋଟରେ ଯାଇଥିଲା । ଏହି ବୋଟରେ ସାମ୍ବାଦିକ ଅରିନ୍ଦମ ଦାସ ଥିଲେ । ହାତୀକୁ ଘଉଡ଼ାଇବା ବେଳେ ବୋଟଟି ଓଲଟି ପଡ଼ିଥିଲା । ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସମେତ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଅରିନ୍ଦମଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଉପଜିଲ୍ଲାପାଳ ଅରିନ୍ଦମ ଦାସଙ୍କ ଘରେ ପହଞ୍ଚି ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି । ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର