ଅପପୁଷ୍ଟି ରୋକିବା ପାଇଁ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ମାଲାକନଗିରି: ଦେଶରେ ଅପପୁଷ୍ଟି ଓ ରକ୍ତ ହିନତାକୁ ଦୂର କରିବା ପାଇଁ ନିତି ଆୟୋଗ ପକ୍ଷରୁ ଦେଶରେ ୧୫ ଟି ଜିଲ୍ଲାରେ ପ୍ରଥମ ପର୍ଯ୍ଯାୟର ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିଲା । ତେବେ ଏହି ପରିପେକ୍ଷରେ ଆଜି ମାଲକାନଗିରି ଜିଲ୍ଲାରେ ଲୋକଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବା ପାଇଁ ପାଇଲ୍‌ଟ ପ୍ରୋଜେକ୍ଟ ଭାବେ ରାଜ୍ୟ ସରକାର ଏହି କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଶିଶୁ , ଗର୍ଭବତି ମହିଳାଙ୍କ ସମେତ୍ ଅନେକ ଲୋକେ […]

ମାଲାକନଗିରି: ଦେଶରେ ଅପପୁଷ୍ଟି ଓ ରକ୍ତ ହିନତାକୁ ଦୂର କରିବା ପାଇଁ ନିତି ଆୟୋଗ ପକ୍ଷରୁ ଦେଶରେ ୧୫ ଟି ଜିଲ୍ଲାରେ ପ୍ରଥମ ପର୍ଯ୍ଯାୟର ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିଲା । ତେବେ ଏହି ପରିପେକ୍ଷରେ ଆଜି ମାଲକାନଗିରି ଜିଲ୍ଲାରେ ଲୋକଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବା ପାଇଁ ପାଇଲ୍‌ଟ ପ୍ରୋଜେକ୍ଟ ଭାବେ ରାଜ୍ୟ ସରକାର ଏହି କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଶିଶୁ , ଗର୍ଭବତି ମହିଳାଙ୍କ ସମେତ୍ ଅନେକ ଲୋକେ ଅପପୁଷ୍ଟିର ଶିକାର ହେଉଥିବା ଅନେକ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇ ଆସୁଛି । ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଅପପୁଷ୍ଟି ରୋକିବା ପାଇଁ ଭିଟାମିନ୍ ଯୁକ୍ତ ଚାଉଳ ହିତାଧିକାରୀ ମାନଙ୍କୁ ଯୋଗାଇବାର ବ୍ୟବସ୍ଥା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଭାଟସାଲ୍‌ଗୁଡାରେ ପ୍ରଥମେ ଭିଟାମିନ୍ ଯୁକ୍ତ ଚାଉଳ ବଂଟନର ଶୁଭାରମ୍ଭ ଭିଡିଓ କନଫରେନ୍ସି ମାଧ୍ୟମରେ କରିଛନ୍ତି । ଏହା ଦ୍ୱାରା ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୫୭ ହଜାର ୮୩ ପରିବାରର ୫ ଲକ୍ଷ ୪୬ ହଜାର ୫୦୧ ଜଣ ହିତାଧିକାରୀ ଉପକୃତ ହେବେ । ଜିଲ୍ଲାରେ ୧୧୭ ଟି ସୁଲଭ ମୁଲ୍ୟ ଖାଉଟି ସାମଗ୍ରୀ ଦୋକାନରେ ଏହା ଉପଲବ୍ଧି ହେବା ସହ ଏହି ସ୍ୱତନ୍ତ୍ର ଚାଉଳକୁ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ୨୭ ଗୋଟି ରାଇସ୍ ମିଲ୍‌ରେ ଭିଟାମିନ୍ ଯୁକ୍ତ ଚାଉଳ ଉତ୍ପାଦନ କରାଯାଉଛି । ଆଜି ଠାରୁ ଜିଲ୍ଲାରେ ଏକ ମାସ ମଧ୍ୟରେ ମୋଟ ୩୨ ହଜାର ୧୦୩.୧୩ କୁଇଂଟାଲ ଚାଉଳ ବିତରଣ କରାଯିବ । ଏହି ପୁଷ୍ଟିକର ଚାଉଳରେ ଭିଟାମିନ୍ ବି ୧୨ ଓ ଫଲିକ୍ ଏସିଡ୍‌ର ମିଶ୍ରଣ କରାଯାଇ ଥିବାରୁ ଏହା ପୁଷ୍ଟି ହିନତା ଓ ରକ୍ତ ହିନତା ଦୂର କରିପାରିବ । ଏହି କାର୍ଯ୍ଯକ୍ରମରେ କ୍ରିଡା ଓ ଯୁବ ବେପାର ମନ୍ତ୍ରୀ ତୁଷାରକାନ୍ତି ବେହେରା , ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା , ଜିଲ୍ଲା ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି , ଜିଲ୍ଲାପାଳ ବିଶାଳ ସିଂ , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ , ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ସହ ବିଭିନ୍ନ ବିଭାଗର ପଦାଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାରେ ଏହି ପୁଷ୍ଟିକର ଚାଉଳ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ଏହାକୁ ପାଇଲଟ୍ ପ୍ରଜେକ୍ଟ ଭାବେ କାର୍ୟ୍ୟକାରି କରିଥିବାରୁ ଜିଲ୍ଲା ବାସିଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍ ବିରୋଧୀ ପଦଯାତ୍ରାରେ ସାମିଲ ହେଲା ବିଜେଡି, ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କଲେ ସାଂସଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର