ମନୋରଞ୍ଜନ
‘ମୋ ସ୍କୁଲ୍’ କାର୍ଯ୍ୟକ୍ରମର ସଫଳତା ପାଇଁ ପୁରାତନ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର
ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲାରେ ‘ମୋ ସ୍କୁଲ୍‘ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ( ଆଲୁମିନି) ତଥା ଦାତାମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଖୋର୍ଦ୍ଧାର ସଭାଗୃହରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ଏହି […]
ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲାରେ ‘ମୋ ସ୍କୁଲ୍‘ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ( ଆଲୁମିନି) ତଥା ଦାତାମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଖୋର୍ଦ୍ଧାର ସଭାଗୃହରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଓ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ଏଥି ସହିତ ଜିଲ୍ଲାର ସମସ୍ତ ବ୍ଲକ୍ରୁର ଗୋଷ୍ଠୀ ଶିକ୍ଷା ଅଧିକାରୀଗଣ ମଧ୍ଯ ଉପସ୍ଥିତ ରହି ଏହାକୁ ସଫଳ କରିବା ସହ କାର୍ଯ୍ୟକ୍ରମର ମହନୀୟତା ପ୍ରତିପାଦନ କରିଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲାପାଳ ଉଦ୍ ଘାଟନ କରିବା ସହ ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷାର ବିକାଶ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷା ହିଁ ଜୀବନ, ଶିକ୍ଷା ହିଁ ସଫଳତା ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତରାୟ ମତପୋଷଣ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟଗୁଡିକର ଶୈକ୍ଷିକ ବିକାଶ ନିମନ୍ତେ ସମସ୍ତେ ସଦା ଯବାନ୍ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରିଣୀ ମହାଶୟା ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହ କୋଭିଡ ପରିସ୍ଥିତିରେ ବିଦ୍ୟାଳୟ ପରିଚାଳନା ଏକ ଆହ୍ୱାନ ବୋଲି ନିଜର ମତପୋଷଣ କରିଥିଲେ । ବିଗତ ଦିନ ଭଳି ଆଗାମୀ ପରିସ୍ଥିତିରେ କିପରି ନୂତନ ପଦକ୍ଷେପମାନ ନେବାକୁ ହେବ ଓ ଏଥୂପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତାକୁ ବୁଝାଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ଆଠଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଶ୍ରେଷ୍ଠ ବିଦ୍ୟାଳୟର ଆଲୁମିନି ସଭ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଧନ୍ୟବାଦ ପତ୍ର ଗ୍ରହଣ କରିଥିଲେ । ସରକାରଙ୍କର ଏଭଳି ପ୍ରୟାସକୁ ସମସ୍ତ ସଭ୍ୟ/ସଭ୍ୟା ପ୍ରଶଂସା କରିବା ସହ ନିଜ ନିଜର ବିଦ୍ୟାଳୟର ଉନ୍ନତିକରଣ ପାଇଁ ’ମୋ ସ୍କୁଲ୍’ ମାଧ୍ୟମରେ କିପରି କାର୍ଯ୍ୟ କରିଛନ୍ତି ତାହା ଉପସ୍ଥାପନା କରିଥିଲେ।
ଏହି ଅବସରରେ ସମସ୍ତ ବ୍ଲକ୍ ର ’ମୋ ସ୍କୁଲ୍ ’ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ପ୍ରକଳ୍ପ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଭୁବନେଶ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।