ଖୁବଶୀଘ୍ର ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ, ୪ ଡିଗ୍ରୀ ଖସିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ବର୍ତ୍ତମାନ ତୁଳନାରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମନ୍ୟ ଥଣ୍ଡା ହେଉଛି। କିନ୍ତୁ ଦୁଇ ତିନି ମଧ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହେବା ସହିତ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଆଗକୁ ଓକ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭନ୍ସ […]

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ବର୍ତ୍ତମାନ ତୁଳନାରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମନ୍ୟ ଥଣ୍ଡା ହେଉଛି। କିନ୍ତୁ ଦୁଇ ତିନି ମଧ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହେବା ସହିତ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଆଗକୁ ଓକ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭନ୍ସ ଦେଖାଯିବ। ଏହା ପ୍ରାଭବରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରିବ। ଏହାର ଶକ୍ତି ବଢ଼ିବା ଯୋଗୁଁ ରାଜ୍ୟକୁ ଆସୁଥିବା ସାମୁଦ୍ରିକ ବାୟୁ ଦୁର୍ବଳ ହେବ ଓ ଶୀତ ବୃଦ୍ଧି ପାଇବ। ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସିମିଳିଗୁଡ଼ାରେ ୧୨.୯ ଓ ବୌଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର